ଇମ୍ପାକ୍ଟ ପକ୍ଷରୁ ୪୦ତମ ଶାରଳା ପୁରସ୍କାର ଘୋଷଣା

ଇମ୍ପାକ୍ଟ ପକ୍ଷରୁ ୪୦ତମ ଶାରଳା ପୁରସ୍କାର ଘୋଷଣା

ଭୁବନେଶ୍ୱର, (ଆଇଏନ୍ଏସ୍): ବିଶିଷ୍ଟ ଲେଖକ ଡଃ ପ୍ରଦୀପ ଦାଶ ତାଙ୍କ ରଚିତ
“ଚରୁ ଚିବର ଓ ଚର୍ଯ୍ୟା’ ନିମନ୍ତେ ୪୦ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ
ହୋଇଛନ୍ତି । ଆଜି ସନ୍ଧ୍ୟାରେ ଶାରଳା ପୁରସ୍କାର ଊପଦେଷ୍ଟା ପରିଷଦ ବୈଠକରେ ଏହି
ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ପୁରସ୍କାର ସ୍ୱରୂପ ଡଃ ପ୍ରଦୀପ ଦାଶଙ୍କୁ ପାଞ୍ଝଲକ୍ଷ ଟଙ୍କା ସହ
ମାନପତ୍ର ପ୍ରଦାନ କରାଯିବ ।
      ଏତଦ୍ ବ୍ୟତୀତ ରାଜ୍ୟର ଅନ୍ୟ ଦୁଇଜଣ କୃତୀ ବ୍ୟକ୍ତିଙ୍କୁ ସେମାନଙ୍କ ନିଜସ୍ୱ କ୍ଷେତ୍ରରେ
ଉଲ୍କେଖନୀୟ ଅବଦାନ ପାଇଁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ଏବଂ ଇଲା ପଣ୍ଡା ଚିତ୍ରକଳା
ସମ୍ମାନରେ ସମ୍ମାନିତ କରାଯିବ । ଚଳିତ ବର୍ଷ ସଙ୍ଗୀତ କ୍ଷେତ୍ରରେ ପଣ୍ଡିତ ହରମୋହନ ଖୁଣ୍ଟିଆ
ଏବଂ ଚିତ୍ରକଳା କ୍ଷେତ୍ରରେ ଶ୍ରୀ ଲଲାଟ ମୋହନ ପଟନାୟକଙ୍କୁ ମନୋନୀତ କରାଯାଇଛି ।
ପୁରସ୍କାର ସ୍ୱରୂପ ଉଭୟଙ୍କୁ ୧,୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।
ଆସନ୍ତା ୨୬.୧୦.୨୦୧୯ ତାରିଖ ଦିନ ସ୍ଥାନୀୟ ମେ ଫେୟାର୍ ଲାଗୁନ୍ ହୋଟେଲ୍
ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ “ଶାରଳା ପୁରସ୍କାର’ ସହ ଉପାୟନ ପ୍ରଦାନ କରାଯିବ । ଏହି
ଉତ୍ସବରେ ମାନ୍ୟବର ରାଜ୍ୟପାଳ ପ୍ର: ଗଶେଶୀ ଲାଲ୍ ମୁଖ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା
ପାଇଁ ସମ୍ମତି ପ୍ରକାଶ କରିଛନ୍ତି ।
ପ୍ରକାଶ ଥାଉ କି, ଓଡିଶାର ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଡଃ ବଂଶୀଧର ପଣ୍ଡା ଏବଂ ସ୍ୱର୍ଗତ
ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ “ଶାରଳା ପୁରସ୍କାର’ ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍
ମେଟାଲସ୍ ଆଣ୍ଡ୍ ପବ୍ଳିକ୍ ଚାରିଟେବଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ୍) ଆନୁକୂଲ୍ୟରେ ୧୯୭୯ ମସିହାଠାରୁ
ପ୍ରତିବର୍ଷ ପ୍ରଦାନ କରାଯାଇଆସୁଅଛି । ଇମ୍ପାକ୍ଟ୍ର ଅନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ହେଲା
“ଏକଲବ୍ୟ ପୁରସ୍କାର’, ଯାହାକି ପ୍ରତିବର୍ଷ ଓଡିଶାର ଯୁବ କ୍ରୀଡା ପ୍ରତିଭାମାନଙ୍କୁ କ୍ରୀଡା
କ୍ଷେତ୍ରରେ ଉକôର୍ଷ ନିମନ୍ତେ ପ୍ରୋସôାହନ ସ୍ୱରୂପ ପ୍ରଦାନ କରାଯାଇଥାଏ ।

Leave a Reply

Your email address will not be published.