ଇଷ୍ଟ କୋଷ୍ଟ ଟ୍ରେଲର ଏବଂ ଟ୍ୟାଙ୍କର ଓନରସ୍ ଆସୋସିଏସନର ବୈଠକ

 

ପାରାଦୀପ, (ଓଏନ୍ଏସ୍): ପାରାଦୀପ ବନ୍ଦର ର ପଣ୍ୟ କାରବାରରେ ସହଯୋଗ କରିବା ତଥା ସ୍ଥାନୀୟ ବେକାର ଯୁବକ ମାନଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ ପଞ୍ଜିକୃତ ହୋଇଛି ଇଷ୍ଟ କୋଷ୍ଟ ଟ୍ରେଲର ଆଣ୍ଡ ଟ୍ୟାଙ୍କର ଆସୋସିଏସନ ( ପଂ.ନଂ.ଜେଏସପି ୨୩୧୩/୧୨/୨୦୧୮-୧୯ ) । ସ୍ଥାନୀୟ ଅଂଚଳରେ ବିଗତ ଦିନରେ ତିନୋଟି ଟ୍ରକ ସଂଘ ଏବଂ ଦୁଇଟି ଟ୍ରିପର ସଂଘ କାର୍ଯ୍ୟ କରୁଥିବା ବେଳେ ଗତ ୨୦୧୮ ମସିହାରେ ପରିବହନରେ ସହାୟତା ନିମନ୍ତେ ନୂତନ ଭାବେ ଗଢି ଉଠିଛି ଛଅଟି ଟ୍ରକ,ଟ୍ରିପର, ଟ୍ରେଲରଏବଂ ଟ୍ୟାଙ୍କର ଆସୋସିଏସନ । ସେଥି ମଧ୍ୟରୁ ଏହି ସଂଘ ଅନ୍ୟତମ । ପାରାଦୀପ ବନ୍ଦରର ଉନ୍ନତି, ଆଇଓସିଏଲ ଭଳି ରାଷ୍ଟ୍ରାୟତ ଶିଳ୍ପ ସଂସ୍ଥାଏବଂ କ୍ଲିନ୍ କାର୍ଗୋ ବର୍ଥ କାର୍ଯ୍ୟକ୍ଷମ ହେବା ପରେ ଗାଡି କିଣି ଆଗାମୀ ଦିନରେ ନିଜ ପରିବାରର ଆର୍ଥୀକ ତଥା ଦେଶର ଅର୍ଥନୀତି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହି ସଂଘ ତାର କାର୍ଯ୍ୟ ପନ୍ଥା ଆରମ୍ଭ କରିଛି ବୋଲି ଜଣାଇଛନ୍ତି ସଂଘର କର୍ମକର୍ତା । ଏହି ସଂଘରେ ସଭାପତି ଭାବେ ଶ୍ରୀଯୁକ୍ତ କେଦାରନାଥ ଜେନା, ସାଧାରଣ ସଂପାଦକ ଭାବେ ଗୈାତମ ନାୟକ, କାର୍ଯ୍ୟକାରୀ ସଭାପତି ବିରଂଚି ନାରାୟଣ ପରିଡା, ଉପ ସଭାପତି ଭାବେ ରଂଜିତ୍ ଦାସ ମହାପାତ୍ର, ନାରାୟଣ ସ୍ୱାଇଁ, ଲକ୍ଷ୍ମୀଧର ସ୍ୱାଇଁ, କାମରାଜ ସ୍ୱାଇଁ, ସତ୍ୟଜିତ୍ ସେନାପତି, ସମୀର ବିଶ୍ୱାଳ ଥିବା ବେଳେ ସହ ସଂପାଦକ ଭାବେ ଅନୁପ ସାହାଣୀ, ଅଧିର ପ୍ରଧାନ, କୋଷାଧ୍ୟକ୍ଷ ଭାବେ ନରେନ୍ଦ୍ର ରାଉତ ଦାଇତ୍ୱ ସଂପାଦନ କରୁଛନ୍ତି । ଏକ୍ଜୁକୁ୍ୟଟିଭ୍ ସଦସ୍ୟ ଭାବେ ଲାପନ ପରିଡା, ପ୍ରଫୁଲ୍ଲ ସ୍ୱାଇଁ , ତ୍ରିନାଥ ମହାନ୍ତି, ଅନନ୍ତ ଜେନା, ଦେବ ପ୍ରଶାଦ ସାହୁ, ସୁରେଶ ସାହୁ, ଦିପ୍ତିଭାନୁ ପାଣି, ମିଲନ କୁମାର ସ୍ୱାଇଁ, ପ୍ରବିର ଖୁନ୍ଟିଆ, ଚିତରଂଜନ ସେଠୀ, ଗଦାଧର ମହାନ୍ତି, ଅଶ୍ୱିନୀ ସ୍ୱାଇଁ ଏହି ସଂଘର ସଦସ୍ୟ ତଥା ସ୍ଥାନୀୟ ଅଂଚଳର ବିକାସ ନିମନ୍ତେ ମିଳିତ ହୋଇ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି ।

Leave a Reply

Your email address will not be published.