ଏବିଭିପିର ଛାତ୍ର ଅଧିକାର ସମାବେଶ

ଏବିଭିପିର ଛାତ୍ର ଅଧିକାର ସମାବେଶ

ଖୋର୍ଦ୍ଧା, (ଓଏନ୍ଏସ୍/ ଆଇଏନ୍ଏସ୍): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଏକ ପେସ୍ ମିଟ୍ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନଗର ସମ୍ପାଦକ ପ୍ରଦୀପ କୁମାର ସ୍ୱାଇଁ ସେପ୍ଟେମ୍ବର ୧୧ରେ ହେବାକୁ ଥିବା ଶିକ୍ଷା, ସୁରକ୍ଷା, ରୋଜଗାର ଦାବିରେ ଛାତ୍ର ଅଧିକାର ସମାବେଶ ବିଷୟରେ ସମ୍ୟକ ସୂଚନା ଦେଇଥିଲେ । ଏହି ଅବସରରେ ଏବିଭିର ପୁରୀ ବିଭାଗ ସହପ୍ରମୁଖ୍ ସରୋଜ କୁମାର ପାଲାଟାସିଂହ ଯୋଗଦେଇ ରାଜ୍ୟର ଦୟନୀୟ ଓ ଦୁର୍ନୀତିଗ୍ରସ୍ତ ଉଚ୍ଚଶିକ୍ଷା ପାଇଁ ବିଜେଡି ସରକାର ଦାୟୀ ବୋଲି ମତପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ହେଉଥିବା ଦୁର୍ନିତି ବିଷୟରେ ସବୁ ଜାଣି ଶୁଣି ମଧ୍ୟ ଏହା ବିରୁଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବା ଦୁର୍ନୀତି ପଛରେ ସରକାରୀ କଳର ହାତଥିବା ସ୍ପଷ୍ଟ ଦର୍ଶାଉଛି ବୋଲି କ୍ୟାମ୍ପସ ୟୁନିଟ୍ ସଭାପତି ଗୋପବନ୍ଧୁ ଜେନା କହିଥିଲେ । ଉଜ୍ଜଳ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ସରଳ, ନିରୀହ ଛାତ୍ରଛାତ୍ରୀମାନଙ୍କର ସରଳତାର ସୁଯୋଗ ନେଇ ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ସମ୍ପୁର୍ଣ୍ଣ ଭାବରେ ଅବହେଳା କରି ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଅନ୍ଧାର ଭିତରେ ଠେଲି ଦେଉଛନ୍ତି ଓ ଦୁଇ ଦଶନ୍ଧିଧରି ଓଡିଶାର ଉଚ୍ଚଶିକ୍ଷାକୁ ବର୍ବାଦ୍ କରିବା ପାଇଁ କିପରି ଷଡଯନ୍ତ ଚାଲିଛି ବୋଲି ଖୋର୍ଦ୍ଧା ନଗର ମିଡିଆ ପ୍ରମୁଖ୍ ପବିତ୍ର କୁମାର ବେହେରା ଏହା ଉପରେ ଆଲୋକପାତ କରାଇଥିଲେ । କେବଳ ସେତିକି ନୁହେଁ ଶିକ୍ଷା, ସୁରକ୍ଷା ଏବଂ ରୋଜଗାର ଦେବାରେ ବର୍ତମାନର ରାଜ୍ୟ ସରକାର ସବୁକ୍ଷେତ୍ରରେ ବିଫଳ ହୋଇଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ଶେଷରେ ଓଡିଶାର ବିପର୍ଯ୍ୟସ୍ତ ଉଚ୍ଚଶିକ୍ଷା ବ୍ୟବସ୍ଥା, ଦୟନୀୟ ସୁରକ୍ଷା ବ୍ୟାବସ୍ଥା ଓ ଚିନ୍ତାଜନକ ବେରୋଜଗାର ସ୍ଥିତିକୁ ଏବିଭିପି ଦ୍ୱାରା ସଙ୍କଳିତ କରାଯାଇଥିବା ଏକ ପୁସ୍ତକ ‘ଛାତ୍ର ସନନ୍ଦ’ ଉଦଘାଟନ କରାଯାଇଥିଲା ।

Leave a Reply

Your email address will not be published.