‘କସ୍ତୁରୀ’ର ୨୧ତମ ସ୍ମରଣୀକା ଉନ୍ମୋଚିତ

‘କସ୍ତୁରୀ’ର ୨୧ତମ ସ୍ମରଣୀକା ଉନ୍ମୋଚିତ

ଭୁବନେଶ୍ୱର, (ଆଇଏନ୍ଏସ୍): ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ, ସାଂସ୍କୃତିକ ଓ ଶିକ୍ଷାଭତିକ ଅନୁଷ୍ଠାନ ‘କସ୍ତୁରୀ’ର ୨୧ତମ ସ୍ମରଣୀକା ‘କସ୍ତୁରୀ’ ଉନ୍ମୋଚିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଂପାଦକ ଭାସ୍କର ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜସେବୀ ବୁଦ୍ଧଦେବ ସ୍ୱାଇଁ, ଅଙ୍କିତା ଦେବୀ ଏହାକୁ ଉନ୍ମୋଚନ କରିଥିଲେ । ଆସନ୍ତା ଡିସେମ୍ବର ୮ ତାରିଖରେ କସ୍ତୁରୀର ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ବିଭିନ୍ନ କ୍ଷେତ୍ରରେ ୭୦୦ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସଙ୍ଗେ ସଙ୍ଗେ ଭିନ୍ନକ୍ଷମ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ଏବଂ ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯିବ ବୋଲି ସଂପାଦକ ଶ୍ରୀଯୁକ୍ତ ନାୟକ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଅର୍ପିତା ନାୟକ ପରି·ଳନା କରିଥିବା ବେଳେ ମମତାମୟୀ ଜେନା ଓ ଫକୀର ମୋହନ ନାୟକ ସହଯୋଗ କରିଥିଲେ । ଶେଷରେ ରୋଜାଲିନ୍ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.