କେନ୍ଦ୍ରାପଡାରେ କିଶୋରଙ୍କୁ ବିରେଧ, ଆଶାୟୀଙ୍କ ମଧ୍ୟରେ ନୁଆ ମୁହଁ

କେନ୍ଦ୍ରାପଡାରେ କିଶୋରଙ୍କୁ ବିରେଧ, ଆଶାୟୀଙ୍କ ମଧ୍ୟରେ ନୁଆ ମୁହଁ

କେନ୍ଦ୍ରାପଡା, (ଓଏନ୍ଏସ୍): ବିଧାୟକ ପ୍ରାର୍ଥୀ ହେବା ପାଇଁ ଲବି ଆରମ୍ଭ ହୋଇଯାଇଛି । ଏଥିପାଇଁ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳିରେ ଧୀରେ ଧୀରେ ବଢୁଛି ରାଜନୈତିକ ଉଷ୍ମୁତା । ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀମାନେ କର୍ମୀ, ସାଧାରଣ ଭୋଟରଙ୍କ ନିକଟବର୍ତୀ ହେବାକୁ ଲାଗିପଡିଛନ୍ତି । କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳି ୨୦୦୯ ମସିହାରେ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହେଲା । ଏହି ନିର୍ବାଚନ ମଣ୍ଡଳିଟି ୨୯ଟି ଗ୍ରାମପଂଚାୟତ, ପୌର ପରିଷଦର ୨୧ଟି ୱାର୍ଡ ଓ ପଟ୍ଟାମୁଣ୍ଡାଇ ବ୍ଲକର ୧୨ଟି ପଂଚାୟତକୁ ନେଇ ଗଠିତ । ଏହି ନିର୍ବାଚନ ମଣ୍ଡଳିରେ ୧ ଲକ୍ଷ ୯୩ ହଜାର ୭୬୪ ଜଣ ଭୋଟର ରହିଥିବା ବେଳେ ୧ ଲକ୍ଷ ୩ ହଜାର ୬୦୦ ଜଣ ପୁରୁଷ ଓ ୯୦ ହଜାର ୧୬୦ ଜଣ ମହିଳା ଭୋଟର ଅଛନ୍ତି । ଏହି ନିର୍ବାଚନ ମଣ୍ଡଳିରେ ମୋଟ ବୁଥ ସଂଖ୍ୟା ୨୩୮ । ୨୦୦୯ ମସିହା ସାଧାରଣ ନିର୍ବାଚନରେ କେନ୍ଦ୍ରାପଡା ସଂରକ୍ଷିତ ଆସନରୁ ବିଜେଡି ପ୍ରାର୍ଥୀ ଭାବେ ସିପ୍ରା ମଲ୍ଲିକ ପ୍ରତିଦ୍ୱନ୍ଦିତା କରି ୬୨ ହଜାର ୪୩୬ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳର ଗଣେଶ୍ୱର ବେହେରା ୪୬ ହଜାର ୫୦୫ ଖଣ୍ଡ ଭୋଟ ପାଇଥିଲେ । ସିପ୍ର୍ରା ମଲ୍ଲିକ ୧୫ ହଜାର ୯୩୧ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିଲେ । ଏହି ନିର୍ବାଚନରେ ମୋଟ ୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ଉପକୂଳବର୍ତୀ କେନ୍ଦ୍ରାପଡା ଜିଲା ପ୍ରତିବର୍ଷ ବନ୍ୟା, ବାତ୍ୟା, ମରୁଡିର ସମ୍ମୁଖିନ ହେଉଛି ଏବଂ ଏହି ଜିଲା ଶିଳ୍ପବିହୀନ । ୨୦୦୯ ନିର୍ବାଚନରେ ବିଜେଡି ପକ୍ଷରୁ ଜିଲାର ବୃହତ ଶିଳ୍ପ ପ୍ରତିଷ୍ଠା ସହିତ କୃଷି, ଜଳସେଚନ, ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ସେତେବେଳେ ନିର୍ବାଚନୀ ସଭା ମାନଙ୍କରେ ଭୋଟର ମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ନିର୍ବାଚନ ସରିଗଲା ପରେ ସିପ୍ରା ମଲ୍ଲିକ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ କରିଛନ୍ତି ସେ ନିଶ୍ଚିନ ଭାବେ ସଚେତନ ଥିବେ ଏବଂ ଯଦି ସେ ଏଥର ଟିକେଟ ପାଆନ୍ତି ତେବେ ଭୋଟ ପ୍ର·ରରେ ସେ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି କେତେ ପରିମାଣର ପାଳନ କରିଛନ୍ତି ଆଦି ଅନେକ ପ୍ରଶ୍ନର ଉତର ଜନ ସାଧାରଣଙ୍କ ପାଖରେ ନିଶ୍ଚିତ ରଖିବେ । ୨୦୧୪ ନିର୍ବାଚନରେ ବିଜେଡ଼ି ଦଳରୁ କିଶୋର ତରାଇ ତାଙ୍କର ନିକଟତମ ପ୍ରତିନ୍ଦ୍ୱଦି କଂଗ୍ରେସର ଗଣେଶ୍ୱର ବେହେରାଙ୍କୁ ଖୁବ କମ୍ ଭୋଟରେ ପରାସ୍ତ କରି ନିର୍ବାଚିତ ହେଲେ । ଗତ ୫ ବର୍ଷ ମଧ୍ୟରେ ନିର୍ବାଚନ ମଣ୍ଡଳୀରେ ଯେତିକି ବିକାଶ ହେବା କଥା ସେହି ଧରଣର ବିକାଶ ହୋଇନାହିଁ ବୋଲି ଜନସାଧାରଣରେ ଆଲୋଚନା ହେଉଛି । ପୌର ପରିଷଦର ରାସ୍ତାଘାଟ ଠାରୁ ଆରମ୍ଭ କରି ଗାଁ ଗହଳିର ରାସ୍ତାଘାଟ ଅତି ଶୋଚନୀୟ । ସାରା ଓଡିଶାରେ ବିକାଶର ଧାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଗେଇ ଚାଲିଥିବା ବେଳେ ସ୍ଥାନୀୟ ବିଧାୟକଙ୍କ ଇଚ୍ଛାଶକ୍ତି ଅଭାବରୁ କେନ୍ଦ୍ରାପଡାର ବିକାଶରେ ମନ୍ଥର ହୋଇଛି । ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ଲଢିବା ପାଇଁ ଦଳୀୟ ଟିକେଟ ହାତେଇବାକୁ ବିଜେଡିରୁ ସିପ୍ରା ମଲ୍ଲିକ ଆଶାୟୀ ଥିବା ବେଳେ ବିଧାୟକ କିଶୋର ଚନ୍ଦ୍ର ତରାଇ, ଇଂ ମୁରଲିଧର ସେଠୀ, ସୁବାଷ ସେଠୀ, ରାଜେଶ ଦାସ, ସଂଗ୍ରାମ ମଲ୍ଲିକ ଲବି ଲଗାଇଛନ୍ତି । ବିଧାୟକ କିଶୋର ତରାଇଙ୍କ ବିରୁଦ୍ଧରେ କେନ୍ଦ୍ରାପଡ଼ାର ଜନସାଧାରଣ ଓ ବିଜେଡ଼ିର କର୍ମୀ ମାନେ ଅସୋନ୍ତୋଷ ଥିବାର ଶୁଣିବାକୁ ମିଳୁଛି । ସିପ୍ରା ମଲ୍ଲିକ ତାଙ୍କର ପ୍ରାୟ ୫୫୦୦ କର୍ମୀଙ୍କୁ ନେଇ ନବୀନ ନିବାସ ଘେରାଉ କରିଥିଲେ ଓ ତାଙ୍କୁ ଟକଟ ପ୍ରଦାନ ପାଇଁ ଜୋରଦାର ଚଳାଇଛନ୍ତି । ରାଜେଶ ଦାସ ପକ୍ଷରୁ ମଧ୍ୟ ଟିକଟ ହାସଲ ପାଇଁ ଯୁବଗୋଷ୍ଠି ଏକାଠି ହେଉଥିବାର ଦେଖିବାକୁ ମିଳୁଛି । ତାଙ୍କୁ ଏଠାରୁ ପ୍ରାର୍ଥୀ ହେବା ପାଇଁ ଏବଂ ବିଶେଷ ଭାବେ କେନ୍ଦ୍ରାପଡାର ବିକାଶ ପାଇଁ ଯୁବ ସମାଜ ତଥା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଦଳ ଡ଼ିଆଁଙ୍କୁ ଆଖିଆଗରେ ରଖି ନବୀନବାବୁ କାହାକୁ ଟିକଟ ଦେବେ ସ୍ଥିର କରିନାହାନ୍ତି । ଏପ୍ରିଲ ୯ ତାରିଖ ପ୍ରର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବାରୁ ତା ପୂର୍ବରୁ ନୁଆ ମୁହଁ ପ୍ରାର୍ଥୀ ହେବେବୋଲି ଆଲୋଚନା ହେଉଛି । ଏଣୁକରି ଅର୍ଥମନ୍ତ୍ରୀ ଶଶିଭୁଷଣ ବେହେରାଙ୍କ ନାମ ଅଗ୍ରରେ ଅଛି ବୋଲି ଜାଣିବାକୁ ମିଳୁଛି । ସୁନାକଳସ କାହା ମୁଣ୍ଡରେ ଢଳା ହେବ ତାହା ଦେଖିବାକୁ କେନ୍ଦ୍ରାପଡ଼ାବାସୀ ଚାତକ ପରି ଚାହିଁ ରହିଛନ୍ତି ।

Leave a Reply

Your email address will not be published.