ଘରୋଇ ହସ୍ପିଟାଲ ସହିତ ସରକାରଙ୍କର ଚୋରା ପୀରତି?

ଘରୋଇ ହସ୍ପିଟାଲ ସହିତ ସରକାରଙ୍କର ଚୋରା ପୀରତି?

ବାଲେଶ୍ୱର, (ଆଇଏନ୍ଏସ୍): ନବୀନ ସରକାରଙ୍କର ଘରୋଇ ହସ୍ପିଟାଲ ସହିତ ଥିବା ଚୋରା ପ୍ରୀତି କାରଣରୁ ରାଜ୍ୟର ଜନସାଧାରଣ ଏପରିକି ଜନପ୍ରତିନିଧି ମାନଙ୍କୁ ମଧ୍ୟ ଘରୋଇ ହସ୍ପିଟାଲ କର୍ତୃପକ୍ଷ ଖାତିର କରୁନାହାନ୍ତି । କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କୁ କଳିଙ୍ଗ ହସ୍ପିଟାଲ କର୍ତୃପକ୍ଷ ଦୁର୍ବ୍ୟବହାର କରିବା ଏହାର ଏକ ଜ୍ୱଳନ୍ତ ନିଦର୍ଶନ । କେବଳ ବିଧାୟକ ନୁହଁନ୍ତି, ମାନ୍ୟବର କୋର୍ଟ ଏବଂ କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶକୁ ମଧ୍ୟ ମାନୁନାହାନ୍ତି ଘରୋଇ ହସ୍ପିଟାଲ କର୍ତୃପକ୍ଷ ।
କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଝୁମ୍ପୁରା ଅଂଚଳର ଜଣେ ରୋଗୀର ମୃତୁ୍ୟ ହେବା ପରେ ୩ଲକ୍ଷ ଟଙ୍କା ଦାବିକରି କଳିଙ୍ଗ ହସ୍ପିଟାଲ କତୃପକ୍ଷ ସମ୍ପୃକ୍ତ ରୋଗୀର ଶବ ଛାଡ଼ି ନଥିଲେ । ଚିକିତ୍ସା ପାଇଁ ୨ଲକ୍ଷ ୬୦ହଜାର ଟଙ୍କା ରୋଗୀର ବାପା ଦେଇଥିବା ବେଳେ ପୁଣି ୩ଲକ୍ଷ କଳିଙ୍ଗ ହସ୍ପିଟାଲ କର୍ତୃପକ୍ଷ ଦାବି କରିଥିଲେ । ଏହି ଘଟଣାରେ କେନ୍ଦୁଝର ବିଧାୟକ ତଥା ବିରୋଧୀଦଳ ମୁଖ୍ୟ ସଚେତକ ମୋହନମାଝି କଳିଙ୍ଗ ହସ୍ପିଟାଲ କର୍ତପକ୍ଷଙ୍କ ସହିତ ଯୋଗାଯୋଗ କରିବାରୁ କଳିଙ୍ଗ ହସ୍ପିଟାଲ କର୍ତୃପକ୍ଷ ବିଧାୟକ ଶ୍ରୀ ମାଝିଙ୍କୁ ଦୁର୍ବ୍ୟବହାର କରିବା ସହିତ ‘ଏହା ବିଧାନସଭା ନୁହେଁ, ତୁମେ ଯାହା କହିବ ଆମେ ମାନିବୁ ବୋଲି କହିଥିଲେ’ । ଏହାଦ୍ୱାରା କଳିଙ୍ଗ ହସ୍ପିଟାଲ କର୍ତୃପକ୍ଷ ବିଧାନସଭାର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିନାହାନ୍ତି କି? ଏହି ଘଟଣାକୁ କେନ୍ଦ୍ରକରି ବିରୋଧୀମାନେ ବିଧାନସଭାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
କଳିଙ୍ଗ ହସ୍ପିଟାଲ ପରେ ଆମ୍ରି ହସ୍ପିଟାଲରେ (ତା.୧୯.୦୭.୧୯ରିଖରେ) ଏହି ଘଟଣାର ପୁନରାବୃତି ଘଟିଛି । ଗଞ୍ଜାମ ଜିଲ୍ଲାର ଦେବରାଜ ପୋଦାର ନାମକ ଜଣେ ରୋଗୀର ଶବକୁ ୯୯ହଜାର ଟଙ୍କା ପାଇଁ ଆମ୍ରି ହସ୍ପିଟାଲ କର୍ତୃପକ୍ଷ ଅଟକ ରଖିଥିବା ଘଟଣା ଘଟିଛି । ବାକେୟା ବିଲ ୧ଲକ୍ଷ ୯୯ହଜାରରୁ ୧ଲକ୍ଷ ଟଙ୍କା ପେମେଂଟ ପରେ ବାକି ୯୯ହଜାର ପାଇଁ ଶବ ଅଟକ ରଖିଥିଲେ ଆମ୍ରି ହସ୍ପିଟାଲ କର୍ତୃପକ୍ଷ । ରାଜ୍ୟରେ କେବଳ ଏହି ଦୁଇଟି ହସ୍ପିଟାଲ ନୁହେଁ, ଆପୋଲ, ସମ୍ ହସ୍ପିଟାଲରେ ମଧ୍ୟ ଏହିଭଳି ଶବ ଅଟକ ରଖିବା ଘଟଣା ଅତୀତରେ ଦେଖିବାକୁ ମିଳିଥିଲା ।
କେବଳ ଓଡ଼ିଶାରେ ନୁହେଁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ କର୍ତୃପକ୍ଷ ୮୦ହଜାର ଟଙ୍କାପାଇଁ ଜଣେ ରୋଗୀର ଶବକୁ ଛାଡ଼ିନଥିଲେ । ଘରୋଇ ହସ୍ପିଟାଲ ଶବ ଅଟକ ରଖିବା ପ୍ରସଙ୍ଗରେ ରୋଗୀକୁ ସମ୍ମାନ ଦେବା ହେବ ଏବଂ କୋ÷ଣସି ପରିସ୍ଥିତିରେ ଶବକୁ ହସ୍ପିଟାଲ କର୍ତୃପକ୍ଷ ଅଟକ ରଖିପାରିବେ ନାହିଁ ବୋଲିି ଦିଲ୍ଲୀ ହାଇକୋର୍ଟ ଏକ ରାୟରେ କହିଥିଲେ । ଅପରପକ୍ଷରେ କେନ୍ଦ୍ରସରକାରଙ୍କର ମଧ୍ୟ ଅନୁରୂପ ନିଦେ୍ର୍ଦଶ ରହିଛି ।
ଏହାବ୍ୟତୀତ, ଘରୋଇ ହସ୍ପିଟାଲ ଗୁଡ଼ିକ ରାଜ୍ୟ ସରକାରଙ୍କ ଠାରୁ ରିହାତି ଦରରେ, କେତେକ କ୍ଷେତ୍ରରେ ମାଗଣାରେ ଜମି ନେଇ ଦେଇଥିବାବେଳେ ଓ.ଏମ୍.ୟୁର ସର୍ତକୁ ମଧ୍ୟ ଖିଲାପ କରୁଛନ୍ତି । ଚୁକ୍ତି ଅନୁସାରେ ୧୦% ଇନ୍ଡୋର ଏବଂ ୨୫% ଆଉଟଡୋରରେ ମାଗଣା ରୋଗୀ ଚିକିତ୍ସା କଥା । ଘରୋଇ ହସ୍ପିଟାଲ କର୍ତ୍ୟପକ୍ଷ କେବଳ ଏହି ଚୁକ୍ତିର ଖିଲାପ କରୁନାହାନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀଙ୍କୁ ସହାୟତା ମଧ୍ୟ ଦେଉନାହାନ୍ତି । ମାଗଣାରେ କଳିଙ୍ଗ ହସ୍ପିଟାଲକୁ ରାଜ୍ୟସରକାର ଦେଇଥିବା ଜମିକୁ ୨୦୦କୋଟି ଟଙ୍କାରେ କିପରି ବିକ୍ରି କରାଗଲା ବୋଲି ବିଧାୟକ ସୁରେଶ ରାଉତରାୟ ପ୍ରଶ୍ନ କରିଥିଲେ ।
ମାଗଣାରେ ଜମିନେଇ ତାକୁ ହସ୍ପିଟାଲ କର୍ତୃପକ୍ଷ ବିକ୍ରିକରିବା, ଓ.ଏମ୍ୟୁର ସର୍ତକୁ ଖିଲାପ କରିବା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ନକରିବା, ଜନପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ଭଳି ଘଟଣା ପରେ ସରକାର ଘରୋଇ ହସ୍ପିଟାଲ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବା ସରକାରଙ୍କର ଦୁର୍ବଲତା, ନା’ଘରୋଇ ହସ୍ପିଯାଲ କତୃପକ୍ଷଙ୍କ ସହିତ ଚୋରା ପୀରତିର ପରିଣାମ, ତାହା କେବଳ ସରକାରଙ୍କୁ ହିଁ ଜଣା । କାରଣ ଯାହା ହେଉନା କାହିଁକି, ଏହାଦ୍ୱାରା ରୋଗୀମାନେ ଶୋଷଣର ଶିକାର ହେଉଛନ୍ତି, ଏହାହିଁ ବାସ୍ତବ ଚିତ୍ର । ଏହାକୁ କେନ୍ଦ୍ରକରି ବିଧାନସଭାରେ ବିରୋଧୀମାନେ ହଙ୍ଗାମା କରିଥିବା ବେଳେ ସରକାର କଣ ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published.