ଜାତୀୟ ରାଜପଥ ଉପରେ ବାଲି ବେପାର!

ଜାତୀୟ ରାଜପଥ ଉପରେ ବାଲି ବେପାର!

ବାଲେଶ୍ୱର, (ଆଇଏନ୍ଏସ୍) : ମନେପଡ଼େ ସେହି ମହାନ୍ କବିଙ୍କର ଦୁଇପଦ ଲେଖା ‘ଆମେତ ଭାଗ୍ୟବାନ ପିଲାରେ, ଆଉ କିଏ ଆମପରି ଅଛିରେ’ । ଏହିିଲେଖାର ଉଦେ୍ଦଶ୍ୟ ମହାନ ହେଲେ ମଧ୍ୟ ସାମ୍ପ୍ରତିକ ପରିସ୍ଥିତି ଅନୁସାରେ ବିଶ୍ଳେଷଣ କଲେ ପ୍ରକୃତରେ ଆମେ ଭାରତବାସୀମାନେ ପ୍ରକୃତରେ ଭାଗ୍ୟବାନ ନା’ନୁହେଁ? ଇଂରେଜ ଶାସନରୁ ସ୍ୱାଧୀନ ହେବା ପରେ ଆମେ ନିଶ୍ଚିତ ଭାବେ ନିଜକୁ ଭାଗ୍ୟବାନ ମନେ କରିବା, ଏଥିରେ ତିଳେ ହେଲେ ମଧ୍ୟ ସନେ୍ଦହ ନାହିଁ । କିନ୍ତୁ ସ୍ୱାଧୀନତା ନାମରେ ବର୍ତମାନ ଯେଭଳି ଭାବରେ ସ୍ୱେଚ୍ଛାଚାରିତା ବୃଦ୍ଧି ପାଇବାରେ ଲାଗିଛି ତାହା ବର୍ତମାନ ଚିନ୍ତାର ବିଷୟ ପାଲଟିଛି । ସ୍ୱାଧୀନତାର ଅର୍ଥ ନୁହେଁ ଜଣେ ବ୍ୟକ୍ତି ଯାହା ଚାହିଁ ତାହା କରିପାରିବ । ନିଜର ସ୍ୱାଧୀନତାକୁ ଜାହିର କରିବା ପାଇଁ ଅନ୍ୟର ସ୍ୱାଧୀନତାକୁ କ୍ଷୁର୍ଣ୍ଣକରିବାର ଅଧିକାର କୋ÷ଣସି ବ୍ୟକ୍ତି ନାହିଁ । ତେଣୁ ପ୍ରତ୍ୟେକ ବ୍ୟକ୍ତି ନିତି, ନିୟମ, ଆଇନର ପରିସର ଭିତରେ ହିଁ କାର୍ଯ୍ୟ କରିବାକୁ ହେବ । କିନ୍ତୁ, ବର୍ତମାନ ଯାହା ଦେଖିବାକୁ ମିଳୁଛି କୋ÷ଣସି ବ୍ୟକ୍ତି, ସେ ସରକାରୀ କର୍ମଚାରୀ ହେଉ କିମ୍ବା ସାଧାରଣ ଜନତା ନିତି, ନିୟମ, ଆଇନ୍କୁ ଭୃକ୍ଷେପ ନକରି ମନଇଛା କାର୍ଯ୍ୟ କରି ଚାଲିଛି । ସେଥିପପାଇଁ ସାଧାରଣ ଜନତା ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ସେଥିପ୍ରତି ଭୃକ୍ଷେପନାହିଁ । ତାହାର ନିଛକ ଚିତ୍ର ଦେଖିବାକୁ ମିଳିଛି ୧୬ନମ୍ବର ଜାତୀୟ ରାଜପଥର ସୋର ତହସିଲ ସମ୍ମୁଖରେ ।
ସୋର ତହସିଲ ଆଗରେ ୧୬ନମ୍ବର ଜାତୀୟ ରାଜପଥ ପାଲଟିଛି ବାଲି ବ୍ୟବସାୟୀଙ୍କ ବ୍ୟବସାୟର ପେଣ୍ଠ ସ୍ଥଳୀ । ବାଲି ବ୍ୟବସାୟୀମାନେ ବିଭିନ୍ନ ସ୍ଥାନରୁ ବାଲି ଆଣି ଏହି ସ୍ଥାନରେ ମହଜୁଦ୍ କରିରଖି ବିକ୍ରୀ କରୁଥିବାର ଦେଖିବାକୁ ମିଳିଛି । କେତେବେଳେ ବଡ଼ବଡ଼ ଟ୍ରକ୍କୁ ରାସ୍ତା ଉପରେ ଛିଡ଼ା କରାଇ ବାଲି ଅନ୍ ଲୋଡ଼ କରାଯାଉଛି ତ’ ପୁଣି କେତେବେଳେ ଟ୍ରାକ୍ଟର, ଛୋଟଛୋଟ ଟ୍ରକ୍, ପିକ୍ଅପ ପପ୍ରଭୃତିକୁ ଏହି ସ୍ଥାନରେ ରାସ୍ତା ଉପରେ ଛିଡ଼ା କରାଇ ବାଲି ଲୋଡ଼ କରାଯାଉଛି ବିଭିନ୍ନ ସ୍ଥାନକୁ ପଠାଇବା ପାଇଁ । ତା.୧୮.୫.୧୯ରିଖରେ ଙଊ ୦୧ଊ ୪୧୯୩ ନମ୍ବରର ଟ୍ରାକ୍ଟର ଦୀର୍ଘ ସମୟଧରି ଏହିସ୍ଥାନରେ ଛିଡ଼ା ହୋଇ ବାଲି ଲୋଡ଼ କରୁଥିବାର ଦେଖିବାକୁ ମିଳିଥିଲା । ଏହାଦ୍ୱାରା ରାସ୍ତା ଉପରେ ବାଲି ପଡ଼ିବା ଫଳରେ ରାସ୍ତାରେ ଯାଉଥିବା ଦୁଇଚକିଆ ଯାନର ଚକ ସ୍ଲିପ୍ କରି ଦୁର୍ଘଟଣା ଘଟିବା ସହିତ ଟ୍ରାଫିକ୍ ସମସ୍ୟା ଦେଖାଦେଉଥିବାରୁ ଯାତାୟତରେ ସମସ୍ୟା ଉପୁଜୁଥିଲେ ମଧ୍ୟ ପ୍ରଶାସନ ଓ ପୋଲିସ କିନ୍ତୁ ‘ଚୁପ୍’ । ପ୍ରକାଶଯୋଗ୍ୟଯେ, ବାଲି ମହଜୁଦ୍ ସ୍ଥାନଟି ଉଭୟ ସୋର ତହସିଲ କାର୍ଯ୍ୟାଳୟ ଓ ସୋର ଥାନା ଆଗରେ । କିନ୍ତୁ କୋ÷ଣସି ଅଧିକାରୀ (ତହସିଲଦାର କିମ୍ବା ଥାନା ଆଇଆଇସି) ଏହି ବେଆଇନ୍ କାର୍ଯ୍ୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପଛଘୁଂଚା ଦେଉଛନ୍ତି । ଲୋକମୁଖରେ ହେଉଥିବା ଆଲୋଚନା ଅନୁସାରେ ଏହି ବେଆଇନ୍ କାର୍ଯ୍ୟରେ ଉଭୟ ପୋଲିସ ଓ ପ୍ରଶାସନିକ କର୍ମଚାରୀଙ୍କର ସହଯୋଗ ରହିଛି । ମୋଟା ଅଙ୍କର ଭୋଗ ପାଇ ଏମାନେ ଚୁପ୍ । ନହେଲେ ଜାତୀୟ ରାଜପଥ ଉପରେ ବର୍ଷବର୍ଷ ଧରି ଚାଲିଥିବା ବେଆଇନ୍ କାର୍ଯ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିକି? କେବଳ ବାଲି ବ୍ୟବସାୟ ନୁହେଁ ଉତରେଶ୍ୱର ଠାରୁ ତହସିଲ ପର୍ଯ୍ୟନ୍ତ ବିଶେଷକରି ଟେଲିଫୋନ୍ ଭବନ ଠାରୁ ତହସିଲ କାର୍ଯ୍ୟାଳୟ ମଧ୍ୟରେ ଜାତୀୟ ରାଜପଥ ଓ ସର୍ଭିସ ରୋଡ଼ର ମଝି ସ୍ଥାନ ଟ୍ରଅକ ମାଲିକ ମାନଙ୍କ ଜବର ଦଖଲରେ । ପୈତୃକ ସମ୍ପତି ଭଳି ଏହି ସ୍ଥାନରେ ଟ୍ରକ ଗୁଡ଼ିକୁ ସବୁଦିନେ ଛିଡ଼ା ହୋଇ ରହୁଛି । ଯାହା ଫଳରେ ବିଭିନ୍ନ ସିମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନୀ ମଧ୍ୟ ହେଉଛି । ତଥାପି ପୋଲିସ କିମ୍ବା ପ୍ରଶାସନିକ ସ୍ତରରେ କୋ÷ଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏହା ପ୍ରମାଣିତ କରୁଛିଯେ, ଲୋକମାନେ ଯାହା କହୁଛନ୍ତି ସେଥିରେ କିଛିନାକିଛି ସତ୍ୟତା ରହିଛି । ଉପରିସ୍ଥ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟିଦେବା ଜରୁରୀ ହୋଇପଡ଼ିଛି ।

Leave a Reply

Your email address will not be published.