ଦୁର୍ନୀତି ଓ ଅନିୟମିତତାକୁ ରୋକି ପାରିବ କି ୫ଟି?

ଦୁର୍ନୀତି ଓ ଅନିୟମିତତାକୁ ରୋକି ପାରିବ କି ୫ଟି?

ଭୁବନେଶ୍ୱର, (ଆଇଏନ୍ଏସ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ଦୁର୍ନୀତି ଓ ଭ୍ରଷ୍ଟାଚାର କେତେ ନିୟନ୍ତ୍ରଣ କରିପାରିବ, ସେଥିନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଲୋଚନା ଚାଲିଛି । କେତେକ କହୁଛନ୍ତି, ମୁଖ୍ୟମନ୍ତ୍ରୀ ୫-ଟି କାର୍ଯ୍ୟକାରୀ କରି ଯଦି ଭାବୁଥାନ୍ତି ରାଜ୍ୟରେ ଦୁର୍ନୀତି ହଟିଯିବ, ତାହା କେବଳ ତାଙ୍କର ସ୍ୱପ୍ନ! କାରଣ ବର୍ତମାନ ସୁଦ୍ଧା ରାଜ୍ୟ ଶାସନରେ ୫-ଟିର କୌଣସି ପ୍ରଭାବ ପଡ଼ିନାହିଁ କି ଭବିଷ୍ୟତରେ ପଡ଼ିବାର ଆଶା ନାହିଁ । ଯେହେତୁ ଏବେ ମଧ୍ୟ ଶାସନରେ ଦୁର୍ନୀତି ଓ ଅନିୟମିତତା ଲାଗି ରହିଛି । ଯେଉଁମାନଙ୍କୁ ସରକାରୀ ଚାକିରିରୁ ବିଦା କରାଗଲା, ସେମାନଙ୍କ ବିରୁଦ୍ଧରେ ବର୍ଷବର୍ଷ ତଳୁ ଭିଜିଲାନ୍ସ ମାମଲା ରହିଥିଲା ଓ ସେମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଗମ୍ଭୀର ଭିଜିଲାନ୍ସ ମାମଲା ଥିବା ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଏପର୍ଯ୍ୟନ୍ତ ବିଦା କରାଯାଇନାହିଁ । ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତର ଅର୍ଥ କ’ଣ? ସାଧାରଣତଃ ଯେଉଁମାନେ ଭିଜିଲାନ୍ସ ହାତରେ ଧରା ପଡ଼ୁଛନ୍ତି, ସେମାନଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କୁହାଯାଉଛି । କିନ୍ତୁ ରାଜ୍ୟରେ ବିନା ଲାଂଚରେ କୌଣସି ସରକାରୀ କାମ ହେଉନଥିବା ସମସ୍ତେ ଜାଣନ୍ତି । ବାସ୍ତବତା ହେଲା, ଭିଜିଲାନ୍ସ ଜାଲରେ ପଡ଼ିଥିବା ବ୍ୟକ୍ତିଙ୍କ ଠାରୁ ଆହୁରି ବଡ଼ବଡ଼ ଅଧିକାରୀ ଓ କର୍ମଚାରୀ ପ୍ରତିଦିନ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇ ଆସୁଛି । କୌଣସି ଏକ ସରକାରୀ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ କାମ ପାଇଁ ଏତେ ଶୋଷିତ ଓ ନିର୍ଯ୍ୟାତିତ ହେଉଛନ୍ତି ଯେ ତାହା ଅବର୍ଣ୍ଣନୀୟ । ତେବେ ଏହି ଅନୈତିକ କାର୍ଯ୍ୟ ବନ୍ଦ ପାଇଁ ସରକାରଙ୍କ ପାଖରେ ପ୍ରଭାବଶାଳୀ ଯୋଜନା ଅଛି କି? ଅବଶ୍ୟ ୫-ଟି ଏହି ସମସ୍ୟା ସମାଧାନର ଏକ ମାଧ୍ୟମ ହୋଇପାରେ । ମାତ୍ର ସରକାର କେବଳ ୫-ଟି ଲାଗୁ କରି ବସିପଡ଼ିଛନ୍ତି । ତାହାର ସଫଳ କାର୍ଯ୍ୟକାରୀ ପାଇଁ ସ୍ୱଂୟ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଅଧିକାରୀ ମାନେ ସେମିତି କିଛି ସକି୍ରୟ ଥିବା ପରି ଦେଖା ଯାଉନାହିଁ । ଟିକି ଟିକି ବା ଜରୁରୀ କାମ ପାଇଁ ଲାଂଚ ନଦେଲେ କେହି କିଛି କରୁ ନାହାନ୍ତି । ୫-ଟି ଲାଗୁ ପରେ ଏମିତି ଅନେକ ଉଦାହରଣ ସାମ୍ନାକୁ ଆସୁଛି । ଉଦାହରଣ ସ୍ୱରୂପ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନସ୍ତ ଆୟୁଷ ନିଦେ୍ର୍ଦଶାଳୟରେ ୫-ଟିକୁ ‘ଫୁ’ରେ ଉଡ଼ାଇ ଦିଆଯାଇଛି । କିଛି କର୍ମଚାରୀ ନିଜର ଜରୁରୀ ଆବଶ୍ୟକତା ପାଇଁ ନିଜ ଜିପିଏଫ୍ ରୁ ଅର୍ଥ ଉଠାଣ ନିମନ୍ତେ ୨/୩ ମାସ ତଳୁ ଆବେଦନ କରିଥିଲେ ହେଁ ଏପର୍ଯ୍ୟନ୍ତ ସେମାନଙ୍କୁ ମିଳିନାହିଁ । ଏପରିକି ଏ ବାବଦରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଟୁ୍ୟଟ୍ ଯୋଗେ ଅବଗତ କରାଯାଇଥିଲେ ହେଁ କୌଣସି ସୁଫଳ ମିଳି ନାହିଁ । ତେବେ ୫-ଟି କାହା ପାଇଁ? ଏହା କେବଳ ଲୋକ ଦେଖାଣିଆ ନୁହେଁ ତ? ଏଥିପ୍ରତି ଓଡ଼ିଶାବାସୀ ସଚେତନ ହୋଇ ଦୁର୍ନୀତି ବିରୁଦ୍ଧରେ ନିଜେ ସ୍ୱର ଉଠାଇବାର ସମୟ ଆସିଛି ।

Leave a Reply

Your email address will not be published.