ନିଦ୍ରା ଦେବୀଙ୍କ କୋଳରେ ଏ’ କିଏ କି?

ନିଦ୍ରା ଦେବୀଙ୍କ କୋଳରେ ଏ’ କିଏ କି?

ବାଲେଶ୍ୱର, (ଆଇଏନ୍ଏସ୍) : ‘ନିଦ ମାଉସୀ ଦେ ଆଉଁସୀ………… ।’ ଏହି ଗୀତଟିରେ ଯେତିକି ମାଧୁର୍ଯ୍ୟ ରହିଛି, ସେହି ଭଳି ତାତ୍ପର୍ଯ୍ୟପୂର୍ଣ୍ଣ ମଧ୍ୟ । ପ୍ରକୃତରେ ନିଦ୍ରାଦେବୀ ଯାହାକୁ କୋଳେଇ ନିଅନ୍ତି, ସେ ସ୍ଥାନ, କାଳ, ପାତ୍ର ଭୁଲିଯାଏ । ଅଳିଆ ଗଦା ତାକୁ ତୁଳି-ତପ୍ତ ଗଜଦନ୍ତ ପଲଙ୍କରେ ନିଦ୍ରା ଗଲା ଭଳି ଲାଗେ । ନିଜର ଦାୟୀତ୍ୱ, ନିଜର କର୍ତବ୍ୟକୁୁ ମଧ୍ୟ ଭୁଲିଯାଏ । ନିଦ୍ରା ଦେବୀ ପ୍ରସନ୍ନ ହେବାରୁ ଜଣେ ଦାୟୀତ୍ୱ ସମ୍ପନ୍ନ ସରକାରୀ କର୍ମଚାରୀ ନିଜର କର୍ତବ୍ୟକୁ ଅଣଦେଖା କରି କାର୍ଯ୍ୟାଳୟ ଭିତରେ ନିଦ୍ରାଦେବୀଙ୍କ କୋଳରେ ଲୋଟି ପଡ଼ିଥିବାର ଦୃଶ୍ୟ ଚଳିତ ବର୍ଷ ଅଗଷ୍ଟ ମାସ ୨୬ତାରିଖରେ ଦେଖିବାକୁ ମିଳିଥିଲା ।
ଅଗଷ୍ଟ ୨୬ ତାରିଖ ମଧ୍ୟାହ୍ନ । ଦକ୍ଷୀଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ସୋର ଷ୍ଟେସନର ବୁକିଂ କାଂଉଟରେ ଦେଖିବାକୁ ମିଳିଥିଲା ଏଭଳି ଏକ ଦୃଶ୍ୟ, ଯାହା ଜଣେ ଦାୟୀତ୍ୱ ସମ୍ପନ୍ନ କର୍ମଚାରୀ ପକ୍ଷରେ ଠିକ୍ ନୁହେଁ । ବୁକିଂ କାଂଉଟରରେ ଥିବା କର୍ମଚାରୀ ରଞ୍ଜନ କୁମାର ବେହେରା ସ୍ଥାନ, କାଳ, ପାତ୍ର ଭୁଲି କାଉଂଟରର ଚେୟାର ଉପରେ ଅରାମରେ ଶୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାଦ୍ୱାରା ସେ ତାଙ୍କ କାର୍ଯ୍ୟର ଖିଲାପ କରିଛନ୍ତି କି ନାହିଁ, ତାହା ଉପରିସ୍ଥ ଅଧିକାରୀମାନେ ଜାଣିଥିବେ । କିନ୍ତୁ ସାଧାରଣ ଜନତା ଯାହା ଅନୁଭବ କରୁଛନ୍ତି, ଏହା ଜଣେ ଦାୟୀତ୍ୱ ସମ୍ପନ୍ନ କର୍ମଚାରୀର କାର୍ଯ୍ୟ ନୁହେଁ । ଏଭଳି କର୍ମଚାରୀଙ୍କର କାର୍ଯ୍ୟରେ ରହିବାର କୌଣସି ଅଧିକାର ନାହିଁ ନିଶ୍ଚୟ । କିନ୍ତୁ ବର୍ତମାନ ଦେବା ନେବାର ଦୁନିଆରେ ସବୁ ବେଆଇନ୍ କାର୍ଯ୍ୟ ଦିଆ ନିଆ ମାଧ୍ୟରେ ଆଇନ ସମ୍ମତ ହୋଇଯାଏ । ତଥାପି ଦେଖାଯାଉ ଗଣମାଧ୍ୟମରେ ଏହା ପ୍ରକାଶ ପାଇବା ପରେ ଉଚ୍ଚ ପଦସ୍ଥ ଅଧିକାରୀମାନେ ସେମାନଙ୍କର ପଦବୀର ମର୍ଯ୍ୟାଦା ରଖୁଛନ୍ତି କି ପଦବୀର ଅମର୍ଯ୍ୟାଦା କରୁଛନ୍ତି ।

Leave a Reply

Your email address will not be published.