ନିର୍ଦ୍ଦିଷ୍ଟ ଚ୍ୟାନେଲ ବ୍ୟବହାର କରିବାକୁ ମତ୍ସ୍ୟଜୀବୀଙ୍କୁ ନିବେଦନ କଲା ପାରାଦ୍ୱୀପ ବନ୍ଦର

ନିର୍ଦ୍ଦିଷ୍ଟ ଚ୍ୟାନେଲ ବ୍ୟବହାର କରିବାକୁ ମତ୍ସ୍ୟଜୀବୀଙ୍କୁ ନିବେଦନ କଲା ପାରାଦ୍ୱୀପ ବନ୍ଦର

ପାରାଦ୍ୱୀପ, (ଆଇଏନ୍ଏସ୍):  ପାରାଦ୍ୱୀପ ବନ୍ଦର ପ୍ରଚେଷ୍ଟାରେ ମହାନଦୀ ମୁହାଣର ଡ୍ରେଜିଙ୍ଗ କାର୍ଯ୍ୟ ଗତ ମାସରେ ସଂପ୍ୱର୍ଣ୍ଣ ହୋଇଛି । ୧କିଲୋମିଟର ଲମ୍ବ୨୦୨୦ ରେ ଡ୍ରେଜିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ ଦ୍ୱାରା ଏହି କାର୍ଯ୍ୟ ଶେଷ ହୋଇଥିଲା । ଏ ପରିପ୍ରେକ୍ଷୀରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ସ୍ଥାନୀୟ ମତ୍ସ୍ୟଜୀବୀମାନେ ସୁମଦ୍ରକୁ ମାଛ ଧରିବାକୁ ଯିବା ଆସିବା ସମୟରେ କୌଣସି ସର୍ଟକର୍ଟ ରାସ୍ତା ବ୍ୟବହାର ନ କରି ନିର୍ଦ୍ଦିଷ୍ଟ ଚ୍ୟାନେଲ ବ୍ୟବହାର କରିବାକୁ । ଏହି ପ୍ରବେଶ ଓ ପ୍ରସ୍ଥାନ ମୁହାଁଣ ଚ୍ୟାନେଲ ବନ୍ଦରର ସାମୁଦ୍ରିକ ବିଭାଗ ପକ୍ଷରୁ ସଠିକ୍ ଦୀଗଦର୍ଶକ ସହିତ ଚ୍ୟାନେଲରେ ୪ଟି ଅସ୍ଥାୟୀ ବୟାଁ ସ୍ଥାପନ କରାଯାଇଛି । ନିମ୍ନ ଜୁଆର ସମୟରେ ମଧ୍ୟ ନଦୀ ମୁହାଣର ନିର୍ଦ୍ଦିଷ୍ଟ ଚ୍ୟାନେଲରେ ୩.୫ ମିଟର ଗଭୀରତା ବଜାୟ ରହିଥିବାର ଅଧ୍ୟକ୍ଷ ଶ୍ରୀ ରଏ ସୂଚନା ଦେଇଛନ୍ତି । ସେହିପରି ବନ୍ଦର ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନା ଦେଇ ଅଧ୍ୟକ୍ଷ ଶ୍ରୀ ରଏ ସ୍ଥାନୀୟ ଅଂଚଳରେ କୋଭିଡ ୨୦୧୯ର ସାମ୍ଭାବ୍ୟ ବିସ୍ତାରକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ଏହି କରୋନା ସଂକ୍ରମିତ ଦେଶରୁ ବନ୍ଦରକୁ ଆସୁଥିବା ଜାହାଜ ଗୁଡିକୁ ଆଙ୍କରେଜ ଅଂଚଳରେ ବାଧ୍ୟତାମୂଳକ ଭାବେ ଜାହାଜରୁ ମାଷ୍ଟର ଓ ଏହାର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରିକ୍ଷା ଓ ସ୍କି୍ରନିଂ ପାଇଁ ବନ୍ଦର ନିର୍ଦ୍ଦିଷ୍ଟ ମେଡିକାଲ ଟିମକୁ ଦିନକୁ ଦୁଇଥର ପଠାଯାଇଥାଏ । ଏହି ଯାଂଚ ପରେ ସବୁ ଠିକ୍ ଥିଲେ, ଜାହାଜକୁ ପଣ୍ୟ କାରବାର ପାଇଁ ଅନୁମତି ଦିଆଯାଇଥାଏ । କିନ୍ତୁ ଜାହାଜର ସଦସ୍ୟ ମାନଙ୍କୁ କୁଳକୁ ଛଡାଯାଇନଥାଏ ଏବଂ ଜାହାଜର ବର୍ଜ୍ୟ ପଦାର୍ଥକୁ ସ୍ଥାନୀୟ ଅଂଚଳରେ ଡମ୍ଫି କରିବାକୁ ଅନୁମତି ଦିଆଯାଇନଥାଏ । ବନ୍ଦର କର୍ତୃପକ୍ଷ ସମସ୍ତ ସତର୍କତା ଅବଲମ୍ବନ କରୁଥିôବା ସତ୍ୱେ କିଛି ମିଥ୍ୟା ଗୁଜବ ଦ୍ୱାରା ଅଂଚଳବାସୀ ଭୟ କରିବାର କୌଣସି କାରଣ ନାହିଁ ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଆଗାମୀ ଗ୍ରୀଷ୍ମ ଦିନ ବିଷୟରେ ଚେତାବନୀ ଦେଇ ଅଧ୍ୟକ୍ଷ ଶ୍ରୀ ରଏ ସୂଚନା ଦେଇଛନ୍ତି ଯେ ତାଳଦଣ୍ଡା କେନାଲର ମରାମତି କାର୍ଯ୍ୟ କଟକ ଏସସିବି ମେଡିକାଲ କଲେଜ ନିକଟରେ ଆରମ୍ଭ ହେବ ଏବଂ ଏହା ମେ ମାସ ୩୧ତାରିଖ ପର୍ଯ୍ୟନ୍ତ ଜାରି ରହିବ । ତେଣୁ ବନ୍ଦର ପ୍ରଶାସନ ଚୌଧୁରୀଗଡା ଠାରେ ଜଳ ଗ୍ରହଣ ସ୍ଥାନକୁ ପୁନଃ ଉଦ୍ଧାର କରି ଆସନ୍ତା କିଛି ଦିନ ମଧ୍ୟରେ ସର୍ବାଧିକ ଜଳ ଆଣିବାକୁ ଚେଷ୍ଟା କରୁଛି । ପାରାଦ୍ୱୀପ ବନ୍ଦରର ଜଳଭଣ୍ଡାର ଗୁଡିକ ଗୋଟିଏ ଥର ଯୋଗାଣ ସହିତ ୩୦-୩୫ ଦିନ ଟାଉନସିପର ଜଳ ଚାହିଦା ପୂରଣ କରିପାରିବ । ସେଥିପାଇଁ ଅନାବଶ୍ୟକ ଜଳ ଅପଚୟ ନ କରି ସଠିକ୍ ଭାବେ ବ୍ୟବହାର କରିବାକୁ ଅଧ୍ୟକ୍ଷ ଶ୍ରୀ ରିଙ୍କେଶ ରଏ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published.