ନିଶିଗନ୍ଧା ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ କବିତା ଓ ସମ୍ବର୍ଦ୍ଧନା ଉତ୍ସବ

ନିଶିଗନ୍ଧା ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ କବିତା ଓ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର, (ଆଇଏନ୍ଏସ୍): ନିଶିଗନ୍ଧା ସାହିତ୍ୟ ସଂସଦ ପ୍ରଥମ ରାଜ୍ୟ ସ୍ତରୀୟ କବିତା ଓ ପ୍ରତିଭା ସମ୍ବର୍ନ୍ଧନା ମହୋତ୍ସବ ୟୁନିଟ୍ ୯ ସ୍ଥିତ ରୋଟାରୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଅତିଥି ଭାବେ ଶିକ୍ଷାମନ୍ତ୍ରୀ ସମୀର ଦାସ ଯୋଗଦେଇ ସମାଜରେ ଘଟୁଥିବା ଘଟଣା ବଳିକୁ ସାହିତି୍ୟକ ମାନେ ଲୋକ ଲୋଚନକୁ ଆଣିବା ସହିତ ସଚେତନତାର ବାର୍ତା ଦେଇଥାନ୍ତି । ସେମାନେ ସମାଜର ଜଣେ ଜଣେ ହିତାକାରୀ ବନ୍ଧୁ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବିପ୍ଳବୀ କବି ଡଃ ହୁସେନ୍ ରବିଗାନ୍ଧି ଯୋଗ ଦେଇ ସାହିତି୍ୟକ ମାନଙ୍କର ସମାଜ ପ୍ରତି ଦାୟିତ୍ୱ ବୋଧ ଉପରେ ଆଲୋକ-ପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ଶଙ୍କର୍ଷଣ ପରିଡା ଯୋଗଦେଇ ଓଡିଶାର ବିଭିନ୍ନ ପ୍ରାନ୍ତରୁ କବି କବୟତ୍ରୀ ମାନଙ୍କୁ ଏକତ୍ରିତ କରି ଗୋଟିଏ ସୁତ୍ରରେ ବାନ୍ଧି ରଖିବାର ପ୍ରୟାସ କରିଥିବା ନିଶିଗନ୍ଧା ସାହିତ୍ୟ ସଂସଦ ଓ ଏହାର ପ୍ରତିଷ୍ଠାତା ବଳରାମ ତରାଇଙ୍କୁ ସାଧୁବାଦ ଜଣାଇଥିଲେ । ସମ୍ମାନୀତ ଅତିଥି ଭାବେ କବୟିତ୍ରୀ ମଞ୍ଜୁଳା ତ୍ରିପାଠୀ, ଚିତ୍ରାରାଣୀ ପାତ୍ର, ଆଇନଜୀବି ତାପସ ଦେଉଡି, ଖଦି ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ଯୋଗ ଦାନ କରିଥିଲେ । ତୁମେ ନିଶିଗନ୍ଧା ଅଡିଓ ସିଡି ଏବଂ ନିଶିଗନ୍ଧା ମୁଖ୍ୟବନ୍ଧ ପ୍ରତି୍ରକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ବିଶିଷ୍ଟ କବି ଓ କବୟିତ୍ରୀ ମାନଙ୍କୁ ରମାଦେବୀ, କୁନ୍ତଳା କୁମାରୀ, ନିଶିଗନ୍ଧା, ଫକିର ମୋହନ ଓ ଡଃ ହରେକୃଷ୍ଣ ମହତାବ ଇତ୍ୟାଦି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏଥି ସହିତ ପ୍ରଭାତ କୁମାର ବେହେରାଙ୍କୁ ଗୁରୁ ଦଣ୍ଡ ସମ୍ମାନ ଓ ଶାଳଗ୍ରାମ ନାୟକଙ୍କୁ ବାଣିକଣ୍ଠ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଶ ଗ୍ରହଣ କରିଥିବା ୧୦୦ ଜଣଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିଶିଗନ୍ଧାର କର୍ମକର୍ତା ଅକ୍ଷୟ କୁମାର କର୍ଣ୍ଣ, ରଶ୍ମିତା ରୋଜୀ, ପଲ୍ଲବି ଦାସ, କବିତା ମହାନ୍ତି, ସତ୍ୟଜିତ ମଲ୍ଲିକ, ପ୍ରଜ୍ଞା ପରମିତା ପଣ୍ଡା, ମାନସ ଦାସ, ଲଳିତା ଜେନା, ସଂଧ୍ୟରାଣୀ ଦାସ, ଶାନ୍ତନୁ ପଟ୍ଟନାୟକ, ବନଜା ସାହୁ, ମଞ୍ଜୁଳା ସାହୁ, ଚିତ୍ରାରାଣୀ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ସଂସଦର ପ୍ରତିଷ୍ଠାତା ବଳରାମ ତରାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.