ପରିବା ଦୋକାନୀ ମାନଙ୍କୁ ମାକ୍ସ ବାଂଟିଲେ ଜିଲ୍ଲାପାଳ

ପରିବା ଦୋକାନୀ ମାନଙ୍କୁ ମାକ୍ସ ବାଂଟିଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା, (ଆଇଏନ୍ଏସ୍): ନାବାର୍ଡ଼ ସହାୟତାରେ ବଡ଼ ବାରଙ୍ଗ ମହିଳା ମଣ୍ଡଳ ମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ଟେଲରିଂ ତାଲିମ ଦିଆଯାଇଥିଲା । ସେହି ମହିଳା ମଣ୍ଡଳ ଦ୍ୱାରା ପ୍ରସ୍ତୁତ ମାକ୍ସ ଗୁଡ଼ିକୁ କେନ୍ଦ୍ରାପଡ଼ାର “ରାଇଡ଼୍” ଅନୁଷ୍ଟାନ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦ୍ୱାରା ଇଚ୍ଛାପୁର ସ୍ଥିତ ବଳଦେବ ଜୀଉ ମନ୍ଦିର ରଥ ଦାଣ୍ଡରେ ଥିବା ପରିବା ଦୋକାନୀ ମାନଙ୍କୁ ମାଗଣାରେ ବଂଟନ କରାଯାଇଛି । ସୂଚନାଯୋଗ୍ୟ ଯେ, “ରାଇଡ଼୍” ଅନୁଷ୍ଟାନର ସଂପାଦକ କିଶୋର କୁମାର ସାହୁଙ୍କ ପରିଚାଳନାରେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave a Reply

Your email address will not be published.