ପୂର୍ବତଟ ରେଳବାଇ ଏମ୍ପ୍ଲୋଇଜ ୟୁନିୟନ ଓ ଟ୍ରାକ ମ୍ୟାନ ସଂଘର ନିବାଚନୀ ବୈଠକ

ପୂର୍ବତଟ ରେଳବାଇ ଏମ୍ପ୍ଲୋଇଜ ୟୁନିୟନକୁ ଟ୍ରାକ ମ୍ୟାନ ସଂଘର ସମର୍ଥନ

ଏମ୍ପ୍ଲୋଇଜ ୟୁନିୟନ ଓ ଟ୍ରାକ ମ୍ୟାନ ସଂଘର ନିବାଚନୀ ବୈଠକ
ଭୁବନେଶ୍ୱର, (ଆଇଏନ୍ଏସ୍): ପୂର୍ବତଟ ରେଳବାଇ ଏମ୍ପ୍ଲୋଇଜ ୟୁନିୟନ ଓ ରେଳକର୍ମଚାରୀ ଟ୍ରାକ ମ୍ୟାନ ସଂଘ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ବୈଠକ ପୂର୍ବତଟ ରେଳବାଇ ଏମ୍ପ୍ଲୋଇଜ ୟୁନିୟନର ମୁଖ୍ୟ କାର୍ଯ୍ୟାଳୟ ଚନ୍ଦ୍ରଶେଖରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ୟୁନିୟନର ସାଧାରଣ ସଂପାଦକ ପ୍ରବୀଣ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟ୍ରାକମ୍ୟାନ ସଂଘର ସାଧାରଣ ସଂପାଦକ ତପନ ବାରିକ, ଅଧ୍ୟକ୍ଷ ପି.କେ.ରଣା ଓ ଏମ୍ପ୍ଲୋଇଜ ୟୁନିୟନର ଅଧ୍ୟକ୍ଷ କେ.ଏନ୍.ରାଓ, ଉପଦେଷ୍ଟା ଏସ୍.ଏସ୍.ମିଶ୍ର, ସହ ସାଧାରଣ ସଂପାଦକ ସୁଦର୍ଶନ ସେଠୀ ଏବଂ ଖୋର୍ଦ୍ଧା, ବିଶାଖାପାଟଣା, ସମ୍ବଲପୁର ମଣ୍ଡଳର ମଣ୍ଡଳ ସଂଯୋଜକମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଚଳିତ ବର୍ଷ ଅଗଷ୍ଟମାସରେ ଗୁପ୍ତ ମତଦାନ ମାଧ୍ୟମରେ ପୂର୍ବତଟ ରେଳବାଇର ଶ୍ରମିକ ସଂଗଠନମାନଙ୍କୁ ପ୍ରଶାସନିକ ମାନ୍ୟତା ଦେବା ଉଦେ୍ଦଶ୍ୟରେ ହେବାକୁ ଥିବା ନିର୍ବାଚନରେ ପୂର୍ବତଟ ରେଳବାଇ ଏମ୍ପ୍ଲୋଇଜ ୟୁନିୟନ ମୁଖ୍ୟ ପ୍ରତିଦ୍ୱନ୍ଦି ଭାବେ ଅଂଶ ଗ୍ରହଣ କରୁଥିବାରୁ ଏହାକୁ ସଂଗଠନ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ଏହି ବୈଠକରେ ଟ୍ରାକ ମ୍ୟାନମାନଙ୍କର ବିଭିନ୍ନ ସମସ୍ୟା ତଥା ସର୍ବନିମ୍ନ ବେତନହାର ୨୬ ହଜାର ଟଙ୍କାକୁ ବୃଦ୍ଧି, ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ, ପେଟ୍ରୋଲିଂ ଡୁ୍ୟଟିକୁ ଆଠ ଘଂଟାରୁ ହ୍ରାସ, ଗ୍ୟାଙ୍ଗ ହଟ୍ ନିର୍ମାଣ, ଅଧୁ୍ୟଷିିତ ଅଂଚଳ ରେ ଚିକିସôା ସେବା ଇତ୍ୟାଦି ଅନ୍ୟାନ୍ୟ ସମସ୍ୟା ସମ୍ବନ୍ଧରେ ବିଶଦ୍ ଭାବେ ଅଲୋଚନା ହୋଇଥିଲା । ଅନ୍ୟାନ୍ୟ ରେଳ କର୍ମଚାରୀମାନଙ୍କର ସମସ୍ୟା ମଧ୍ୟ ସାଧାରଣ ସଂପାଦକ ଶ୍ରୀ ମହାପାତ୍ର ଉପସ୍ଥାପନା କରିଥିଲେ । ସେଗୁଡିକ ହେଲା ବି.ଡି.ଏ ଠାରୁ ରେଳ ସଦନ ପର୍ଯ୍ୟନ୍ତ ଫୁଟ୍ ଓଭରବ୍ରିଜ୍ ର ନିର୍ମାଣ, ରନିଂ ଷ୍ଟାଫଙ୍କର ମାଇଲେଜ୍କୁ ୧୯୮୦ ମସିହା ସୁତ୍ର ଅନୁସାରେ ନିର୍ଦ୍ଧାରଣ କରିବା, ଷ୍ଠା‘ଫ କ୍ୱାଟର ମରାମତି ଓ ରକ୍ଷଣାବେକ୍ଷଣ ତ୍ୱରାନ୍ୱିତ କରିବା ରେଳବାଇକୁ ଘରୋଇ କରଣ ବନ୍ଦ କରିବା, ପୂର୍ବତଟ ରେଳପଥ ସମସ୍ତ ଖାଲି ପଡିଥିôବା ପଦବୀ ପୂରଣ କରିବା ଇତ୍ୟାଦି ସମସ୍ୟ ସଂପର୍କରେ ଆଲୋଚନା ହୋଇଥିଲା ।

Leave a Reply

Your email address will not be published.