ବଚପନ୍ ବଚାଓ ଆନେ୍ଦାଳନ ପକ୍ଷରୁ ଶିଶୁ ସୁରକ୍ଷା ଆଇନ ସମ୍ବନ୍ଧୀୟ ଆଲୋଚନାଚକ୍ର

ବଚପନ୍ ବଚାଓ ଆନେ୍ଦାଳନ ପକ୍ଷରୁ ଶିଶୁ ସୁରକ୍ଷା ଆଇନ ସମ୍ବନ୍ଧୀୟ ଆଲୋଚନାଚକ୍ର

ଭୁବନେଶ୍ୱର, (ଆଇଏନ୍ଏସ୍): ବଚପନ୍ ବଚାଓ ଆନେ୍ଦାଳନ ପକ୍ଷରୁ ଶିଶୁ ସୁରକ୍ଷା ଆଇନ ସମ୍ବନ୍ଧୀୟ ଆଲୋଚନାଚକ୍ର ନାଲକୋଛକ ସ୍ଥିତ ହୋଟେଲ୍ ସୁର୍ଯ୍ୟାଂଶ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ବଚପନ ବଚାଓ ଆନେ୍ଦାଳନର କେନ୍ଦ୍ରୀୟ ପ୍ରତିନିଧି ଓମ୍ ପ୍ରକାଶ ପାଲ୍, କ୍ରାଇମ୍ ବ୍ରାଂଚ ଆଇ.ଜି. ଅରୁଣ ବୋଥ୍ରା, ରାଜ୍ୟ ସରକାର ସମାଜ କଲ୍ୟାଣ ବିଭାଗର ନିଦେ୍ର୍ଦଶକ ରଘୁ ଜୀ, ଶ୍ରମ ଆୟୁକ୍ତ ଅଜୟ ପଟ୍ଟନାୟକ, ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ଆଲୋଚନାଚକ୍ର ଆରମ୍ଭ ହୋଇଥିଲା । ପୂର୍ବରୁ ପ୍ରଚଳିତ ଜୁଭେନାଲ୍ ଜଷ୍ଟିସ୍ ଆଇନ୍ ରାଜ୍ୟରେ ସଠିକ୍ ଭାବରେ ପ୍ରଚଳିତ ହେଉ ନଥିବାରୁ ୨୦୦୫ ମସିହାରେ ସଂପୂର୍ଣ୍ଣା ବେଉରା ପି.ଏଲ୍.ଆଇ. ମାଧ୍ୟମରେ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । ମାନ୍ୟବର ସୁପ୍ରିମ୍୍ କୋର୍ଟ ଏହାର ଶୁଣାଣି କରି ୨୦୧୮ ମସିହାରେ ଏହା କାର୍ଯ୍ୟକାରୀ କରିବାକୁ ସମସ୍ତ ରାଜ୍ୟର ହାଇକୋର୍ଟକୁ ନିଦେ୍ର୍ଦଶ ଦେଇଥିଲେ । ଏହା କିପରି କାର୍ଯ୍ୟକାରୀ କରାଯିବ ସେ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ବଚପନ୍ ବଚାଓ ଆନେ୍ଦାଳନ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ମିଶନ୍ ଶକ୍ତି ସହଭାଗୀତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସଂଗଠନ, ପ୍ରଶାସନ ବିଭାଗ, ସରକାରୀ ବିଭାଗର ବିଭିନ୍ନ କର୍ମକର୍ତାମାନେ ଉପସ୍ଥିତ ଥିଲେ । ଆନେ୍ଦାଳନର ରାଜ୍ୟ ସଂଯୋଯକ ସତ୍ୟନାରାୟଣ ବିଶ୍ୱାଳଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ଆୟୋଗ ସଭ୍ୟ ହରିହର ନାୟକ ଓ ପ୍ରମୋଦ ଆଚାର୍ଯ୍ୟ, ପ୍ରିତିକାନ୍ତ ପଣ୍ଡା, କଟକ ଏସ୍.ପି. ଆର୍.ବି ପାଣିଗ୍ରାହୀ, ଶିଶୁ ସୁରକ୍ଷା ଆୟୋଗର ପ୍ରତିଷ୍ଠାତ୍ରୀ ସଦସ୍ୟା କସ୍ତୁରୀ ମହାପାତ୍ର, ଶୁଭଦର୍ଶୀ ଦାସ, ସୁଜାତା ପଟ୍ଟନାୟକ, ନେହା ନାଇଡୁ, ସଂଗ୍ରାମ ସାମଲ ଏବଂ କେନ୍ଦ୍ରୀୟ ପ୍ରତିନିଧି ସ୍ୱପ୍ନା ନେହେର୍ୱାଲ୍, ଡଲି ଯୋଶୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସଂଗ୍ରାମ କିଶୋର ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.