ବନ୍ୟା ପ୍ରଭାବିତଙ୍କୁ ସାହାଯ୍ୟର ହାତ ବଢାଇଲେ ବିଜେଡି ନେତା ସନ୍ତୋଷ ପଟ୍ଟନାୟକ

ବନ୍ୟା ପ୍ରଭାବିତଙ୍କୁ ସାହାଯ୍ୟର ହାତ ବଢାଇଲେ ବିଜେଡି ନେତା ସନ୍ତୋଷ ପଟ୍ଟନାୟକ

ପାରାଦ୍ୱୀପ, (ଆଇଏନ୍ଏସ୍): ସଂପ୍ରତି ରାଜ୍ୟରେ ବନ୍ୟା ପ୍ରକୋପର ପ୍ରଭାବରେ ବିଭିନ୍ନ ଗ୍ରାମ ଓ ବସ୍ତିରେ ବନ୍ୟାଜଳ ପ୍ରବେଶ ଦ୍ୱାରା ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେବାର ଦେଖାଯାଇଛି । ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ଶ୍ରମିକ ନେତା ତଥା ବିଜେଡି ରାଜ୍ୟ ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ ଚଳିତବର୍ଷ ବନ୍ୟା ଜଳରେ ପ୍ରଭାବିତ ହୋଇଥିବା ପରିବାର ନିକଟରେ ପହଂଚି ସହଯୋଗର ହାତ ବଢାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷତା ଓ ବନ୍ୟା ପୂର୍ବର ପଦକ୍ଷେପ ଏବଂ ଜିଲ୍ଲା ପ୍ରଶାସନର ପୂର୍ବ ସତର୍କତା ସ୍ୱରୁପ ଚଳିତ ବନ୍ୟାରେ ଜଗତସିିଂହପୁର ଜିଲ୍ଲାରେ ଜିରୋ କାଜୁଆଲିଟି ରହିଛି । ତେବେ ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକ ଡଙ୍ଗା ଯୋଗେ କୁଜଙ୍ଗ ବ୍ଳକର ବନ୍ୟା କ୍ଷତିଗ୍ରସ୍ତ ଭଣ୍ଡୁଆ, ସାହାରାଡିଆ, ବରିହାଡିଆ, ଜୟଶଙ୍ଖପୁର, ହରିପୁର, ତେରମାଣପୁର, ମାଧବପୁରଡିଆ ପ୍ରଭୃତି ଗ୍ରାମକୁ ଗ୍ରସ୍ତକରି ୩ ହାଜରା ୮ଶହ ପରିବାରକୁ ଭେଟିବା ସହିତ ସେମାନଙ୍କୁ ସହାୟତାର ହାଥ ବଢାଇଥିଲେ । ଯେହେତୁ ଏହି ଗ୍ରାମରେ ୧୦ ରୁ ୨୦ଫୁଟର ପାଣି ଜମି ରହିଛି, ତେଣୁ ସେମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା । ଏହି ଖାଦ୍ୟ ମଧ୍ୟରେ ଚୁଡା, ଗୁଡ, ପାଉଁରୁଟି, କଦଳୀ, ବିସ୍କୁଟ ପ୍ରଭୃତି ଖାଦ୍ୟ ଯୋଗାଇବା ସହ ଲୋକମାନଙ୍କର ସମସ୍ୟା ସମ୍ପର୍କରେ ଶ୍ରୀ ପଟ୍ଟନାୟକ ଆଲୋଚନା କରିଥିଲେ । ସନ୍ତୋଷ ପଟ୍ଟନାୟକଙ୍କ ଏହି ଗସ୍ତରେ ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ସମ୍ପାଦକ ରଞ୍ଜନ କୁମାର ପଲାଇ, ପାରାଦ୍ୱୀପ ବନ୍ଦର ଜମିହରା କୃଷକ ସଙ୍ଘର ସଭାପତି ଚିନ୍ମୟ ଦାସ, ଅରୁପ ପଟ୍ଟନାୟକ, ଶିଶିର ଦାସ, ପ୍ରଭାତ ବେହେରା, କୁଲିଙ୍ଗ ସ୍ୱାଇଁ , ମିହିରକଣ୍ଠ ସାହୁ, ସମାଜସେବୀ ଭାସ୍କର ଆଚାରୀ, ନିତ୍ୟାନନ୍ଦ ମହାନ୍ତି ପ୍ରମୁଖ ବହୁ ବ୍ୟକ୍ତି ଯୋଗ ଦେଇଥିଲେ । ତେବେ ଲୋକଙ୍କ ଏପରି ଦୁର୍ଦ୍ଦିନ ସମୟରେ ସନ୍ତୋଷ ଙ୍କ ଉଦ୍ଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published.