ବରୀ ବିଜେଡି ପକ୍ଷରୁ ସୁନନ୍ଦା କଂ ପ୍ରାର୍ଥୀ ପତ୍ର ଦାଖଲ

ବରୀ ବିଜେଡି ପକ୍ଷରୁ ସୁନନ୍ଦା କଂ ପ୍ରାର୍ଥୀ ପତ୍ର ଦାଖଲ

ବରୀ,(ଓଏନ୍ଏସ୍): ବରୀ ନିର୍ବାଚନ ମଣ୍ଡଳୀ ରୁ ବରୀ ବିଜେଡି ରୁ ନୁଆ କରି ଟିକେଟ ପାଇଥିବା ସୁନନ୍ଦା ଦାସ ଆଜି ତାକଂର ପ୍ରାର୍ଥୀ ପତ୍ର ଯାଜପୁର ଜିଲ୍ଲାପାଳ ଅଫିସ ରେ ନିଜର ବହୁ ସମର୍ଥକ କଂ ସହ ଦାଖଲ କରିଛନ୍ତି ।
ସୁନନ୍ଦା ହେଉଛନ୍ତି ବରୀ ରାଜନୀତି ର ଚାଣକ୍ୟ କୁହାଯାଉଥିବା ବରିଷ୍ଠ ନେତା ଦେବେନ୍ଦ୍ର ଦାସ କଂ ପତ୍ନୀ ଓ ଗତ ପଂଚାୟତ ଇଲେକସନରେ ଅଂଗାଳ ପଂଚାୟତ ର ସମିତିସଭ୍ୟା ଜିତିବା ପରେ ବିଜେପି ପକ୍ଷରୁ ବରୀ ପଂଚାୟତ ସମିତି ର ଅଧ୍ୟକ୍ଷା ପଦ ପରେ ପରେ ବିଜେଡି ତାକୁଂ ବରୀ ପାଇଁ ବିଧାୟିକା କରିବା କୁ ନିଷ୍ପତ୍ତି ନେଇ ସଫଳ ହୋଇଥିଲା । ସୁନନ୍ଦା କଂ ଏଣ୍ଟି୍ର ପରେ ଦେବାଶିଷ କଂ ଅସନ୍ତୋଷ ଗୋଷ୍ଠୀ ପୁଣି ବିଜେଡି ମୁହାଁ ହୋଇଥିବା ବେଳେ ଆଉ କିଛି ଉଭୟ ଦେବାଶିଷ ଓ ସୁନନ୍ଦା କଂ ଅସନ୍ତୋଷ ଗୋଷ୍ଠୀ ବିଶ୍ଵ ମୁହାଁ ଏପରିକି କଂଗ୍ରେସ ମୁହାଁ ହୋଇଥିବା ସୁଚନା ମିଳିଛି ।ଅପରପକ୍ଷରେ ଆଜି ସୁନନ୍ଦା ୬ହଜାରରୁ ଅଧିକ ସମର୍ଥକ କଂ ସହ ବରୀ -କାଇପଡା ଠାରୁ ବିରାଟ ପଟୁଆରରେ ବାହାରି ତାକଂର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଜଣାପଡିଛି । ବରୀ ମାଉଣ୍ଟ ସମେତ ସନ୍ଥନ ଛକ, ବାଲିଆପାଳ ଛକ, ଚୁଡାକଳ ଛକ, ମାଳଦା, ଶଂକାରିଗଡା, ସାହାସପୁର, ଏରବାଂକ, ସୁଜନପୁର ରୁ ବହୁ ବିଜେଡି କର୍ମୀ ରାଲିରେ ଯୋଗ ଦଇଥିଲେ।
ବରୀ ମାଉଣ୍ଟ ରେ ଗହଳି କୁ ଶାନ୍ତିଶ୍ରୁଖଂଳାରେ ଅତିକ୍ରମ କରାଇବା ପାଇଁ ବରୀ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନିୟନ୍ତ୍ରଣ କରାଯାଇଥିଲେ ମଧ୍ୟ ଗମନାଗମନ ରେ ସାମାନ୍ୟ ବ୍ୟତିକ୍ରମ ପାଇଁ ସାଧାରଣ ଲୋକ କଂ ସମେତ ଅଫିସ ଯାଉଥିବା କର୍ମଚାରୀ ନାନାଦି ହଇରାଣ ହରକତ ହୋଇଥିବା ଦେଖିବାକୁ ମିଳିଥିଲା ।
ସେହିପରି ବିଜେଡି ପକ୍ଷରୁ ଲୋକସଭା ପ୍ରାର୍ଥୀ ଭାବେ ଶର୍ମିଷ୍ଠା ସେଠୀ ମଧ୍ୟ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସୁଚନା ମୁତାବକ ବରୀ ନିର୍ବାଚନ ମଣ୍ଡଳୀ ର ବିଜେଡି ପାର୍ଥିନି ଙ୍କ ପ୍ରାର୍ଥୀ ପତ୍ର ଦାଖଲ ବେଳେ ନିଜ ଗ୍ରାମପଞ୍ଚାୟତ ର ବିଜେଡି ସରପଞ୍ଚ ଓ ତାଙ୍କର ୨୦୦୦ ରୁ ଉର୍ଦ୍ଧ୍ବ କର୍ମୀ ବରୀ ଅଙ୍ଗାଳ ପଞ୍ଚାୟତ ରେ ବରୀ ବିଜେପି ପାର୍ଥି ବିଶ୍ଵ ରଞ୍ଜନ ମଲ୍ଲିକ ଙ୍କ ହାତ ଧରି ବରୀ ବିଜେପି ରେ ଯୋଗ ଦେଇଛନ୍ତି । ଏଥିର ବରୀ ନିର୍ବାଚନ ସମଗ୍ର ରାଜ୍ୟରେ ଇତିହାସ ସ୍ରୁଷ୍ଟି କରିବା ନେଇ ବରୀ ରୁ ବହୁ ବିଜେଡି, ବିଜେପି, କଂଗ୍ରେସ କର୍ମୀ ମତ ଦେଇଛନ୍ତି ।

Leave a Reply

Your email address will not be published.