ବସ୍ତିରେ ସୁଶାନ୍ତଙ୍କୁ ବିପୁଳ ସମ୍ବର୍ଦ୍ଧନା

ବସ୍ତିରେ ସୁଶାନ୍ତଙ୍କୁ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଓଏନ୍ଏସ୍): ଉତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪ ନମ୍ବର ୱାର୍ଡରେ ପୂର୍ବତନ କର୍ପୋରେଟର ଦେବୀପ୍ରସାଦ ମଲ୍ଲିକଙ୍କ ଆହ୍ୱାନରେ ଆଜି ଏକ ବିଶାଲ ରାଲି ସେକ୍ଟର ୧ ଏଟିଏମ୍ ଛକଠାରୁ ବାହାରି ରାଧାକୃଷ୍ଣ ମନ୍ଦିର ଦେଇ ଈଶାନେଶ୍ୱର ମନ୍ଦିର ବସ୍ତିରେ ପହଂଚିଥିଲା । ସେଠାରେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ଓ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ବସ୍ତିର ସଭାପତି ଚନ୍ଦ୍ରକାନ୍ତ, ମହିଳା ସଭାନେତ୍ରୀ ପ୍ରଭାସିନି ଓ ବସ୍ତିର ସମସ୍ତ ସଂଗଠକଙ୍କ ସହିତ ବହୁ ଜନ ସମାଗମ ହୋଇଥିଲା । ଏହା ପରେ ସେଠାରୁ ରାଲି ବାହାରି ଓମ୍ଫେଡ୍ ବସ୍ତି, ରିକସା କଲୋନୀ, ସାଇନ୍ସପାର୍କ, ପଣ୍ଡାପାର୍କ, ହରେକୃଷ୍ଣ ନଗର, ସିତାନାଥ ନଗର, ଆଦର୍ଶ ଓ ସୋମନାଥ ବସ୍ତି ପରିକ୍ରମା କରିଥିଲେ । ଏଥିରେ ଲୋକମାନେ ସ୍ୱତଃପ୍ରବୁ ଭାବରେ ରାସ୍ତାରେ ଠିଆହୋଇ ଶଂଖ, ହୁଳହୁଳି ମଧ୍ୟରେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବସ୍ତିର ସଭାପତି, ସଂପାଦକ ଯଥା ସୁଶାନ୍ତ କୁମାର ନାୟକ, ଅରୁପ କୁମାର ବିଶ୍ୱାଳ, ସତ୍ୟନାରାୟଣ ସେଠୀ, ସମୀର ପ୍ରଧାନ, ମିଲୁ ମହାରଣା, ଗଙ୍ଗା ମହାରଣା, ଦିଲ୍ଲୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.