ବାବା ଆଖଣ୍ଡଳମଣି ବ୍ରାହ୍ମଣ ସମିତିର ସମୁହ ବ୍ରତୋପନୟନ

ବାବା ଆଖଣ୍ଡଳମଣି ବ୍ରାହ୍ମଣ ସମିତିର ସମୁହ ବ୍ରତୋପନୟନ

ଭୁବନେଶ୍ୱର, (ଆଇଏନ୍ଏସ୍): ଶ୍ରୀ ଶ୍ରୀ ବାବା ଆଖଣ୍ଡଳମଣି ବ୍ରାହ୍ମଣ ସମିତି ପକ୍ଷରୁ ଶୈଳଶ୍ରୀ ବିହାର ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ଚତୁର୍ଥ ବାର୍ଷିକ ସମୁହ ବ୍ରତୋପନୟନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବବର୍ଷ ପରି ଏବର୍ଷ ମଧ୍ୟ ଗରିବ ଓ ଆର୍ଥିକ ଅସ୍ୱଚ୍ଛଳ ବ୍ରାହ୍ମଣ ପରିବାରର ସନ୍ତାନ ମାନଙ୍କୁ ବ୍ରତୋପନୟନ କରାଯାଇଥିଲା । ଏଥିରେ କେନ୍ଦ୍ରାପଡା, ଅନୁଗୁଳ, ଢ଼େଙ୍କାନାଳ, ଭଦ୍ରକ ଓ ଭୁବନେଶ୍ୱର ଅଂଚଳର ପିଲାମାନେ ଯୋଗ ଦେଇଥିଲେ । ସକାଳେ ·ରିକର୍ମ ଅନୁଷ୍ଠିତ ହୋଇଥିଲା । ପରେ ବେଦମନ୍ତ୍ର ପାଠରେ ସଂପୂର୍ଣ୍ଣ ବିଧି ଅନୁସାରେ କର୍ମ ଅନୁଷ୍ଠିତ ହୋଇ ସଂଧ୍ୟାରେ ବ୍ରହ୍ମ·ରୀ ମାନଙ୍କୁ ବାଦ୍ୟ, ଘଂଟ ତାଳରେ ରୋଷଣୀ କରି କଲୋନୀ ସାରା ପରିକ୍ରମଣ କରାଯାଇଥିଲା । ସମିତିର ସଭାପତି ଶ୍ରୀନିବାସ ମିଶ୍ର, ସଂପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ଓ ସହସଂପାଦକ ମାନସ କୁମାର ଦାଶଙ୍କ ସୁପରି·ଳାରେ ଅନୁଷ୍ଠିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଉତର ବିଧାୟକ ସୁଶାନ୍ତ କୁମାର ରାଉତ, ମବିଧାୟକ ଅନନ୍ତ ନାରୟଣ ଜେନା ମୁଖ୍ୟ ଅତିଥି ଭାବେ; ସମ୍ମାନୀତ ଅତିଥି ଭାବେ ଉତରର ପୂର୍ବତନ କର୍ପୋରେଟରମାନେ ଯୋଗ ଦେଇଥିଲେ । ସମିତିର କର୍ମକର୍ତା ବିଶ୍ୱନାଥ ପଣ୍ଡା, ରବିନାରାୟଣ କର, ଅଶୋକ କୁମାର ରଥ, ବାଉରୀବନ୍ଧୁ ଦାଶ ପ୍ରମୁଖ ସହଯୋଗ କରିଥିଲେ । ସ୍ଥାନୀୟ ଅଂଚଳର ବହୁ ଲୋକ ଯୋଗଦାନ କରିଥିଲେ । ରାତିରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।

Leave a Reply

Your email address will not be published.