ବିଜେଡି ରାଜ୍ୟ ସମ୍ପାଦକ ପ୍ରମୋଦ ସାହୁଙ୍କୁ ଅଭିନନ୍ଦନ ଜ୍ଞାପନ

ବିଜେଡି ରାଜ୍ୟ ସମ୍ପାଦକ ପ୍ରମୋଦ ସାହୁଙ୍କୁ ଅଭିନନ୍ଦନ ଜ୍ଞାପନ

ପାରାଦୀପ, (ଓଏନ୍ଏସ୍): ବିଜେଡି ରାଜ୍ୟ ସଂପାଦକ ଭାବେ ବିଜୁ ବାବୁଙ୍କର ହାତଗଢା ଦାୟଦ ତଥା କେନ୍ଦ୍ରାପଡା ଅଂଚଳର ବନ୍ଧୁ ବସôଳ ବରିଷ୍ଠ ନେତା, ସମାଜସେବୀ ତଥା ସମବାୟବିତ୍ ପ୍ରମୋଦ କୁମାର ସାହୁ ଦାଇତ୍ୱ ଗ୍ରହଣ କରିବା ପରେ ପାରାଦୀପ ବନ୍ଦର ନଗରୀ କେନ୍ଦ୍ରାପଡା କ୍ରେଡିଟ କୋ ଅପ୍ ରେଟିଭ୍ ର ସଭ୍ୟ ସଭ୍ୟା ତଥା ଅଠରବାଙ୍କୀ ବଣିକ ସଂଘର ସଭାପତି ଗୋକୁଳା ନନ୍ଦ ତରାଇ, ସମାଜସେବୀ ଚିତରଂଜନ ମଲ୍ଲିକ, ସଂଜୟ ସାମନ୍ତରାୟ, କିଶୋର ଦଳାଇ, ରମାକାନ୍ତ ନାୟକ, ଅକ୍ଷୟ ଭୂଂୟା, ଅକ୍ଷୟ ନାୟକ, ସଂଜନ ସାହୁ, ସମିର ସାହୁ, ଜଗନ୍ନାଥ ପରିଜା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ମହାକାଳପଡା ବ୍ଲକ ର ବିଭିନ୍ନ ପନ୍ଚାୟତର ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଅନେକ ଶ୍ରୀଯୁକ୍ତ ସାହୁଙ୍କୁ ଭେଟି ଅଭିନନ୍ଦନ ଫୁଲ ତୋଡା ପ୍ରଦାନ କରି ଫେରିଥିବା ବେଳେ ସାକ୍ଷାତ କରି ନପାରି ମୋବାଇଲ ଯୋଗେ ଶୁଭ ମନାସିଛନ୍ତି ପନଚାୟତ ପ୍ରତିନିଧି ମାନେ । ପାଟଳିପଙ୍ଗ ସରପନ୍ଚ ରବିନ୍ଦ୍ର ନାଥ ନାୟକ, ଗଡ ରୋମିତ ସରପନ୍ଚ ଉତରା ତରାଇ, ତିଖିରୀ ସରପନ୍ଚ ସରୋଜ କାନ୍ତ ବାରିକ, ଟିକରପଙ୍ଗା ର ସମାଜସେବୀ ଚିତରଂଜନ ମହାନ୍ତି, ଗୁନୁ ରାଉତ, ରାଜେନ୍ଦ୍ର ନାୟକ, ଅଚୁ୍ୟତ ପଣ୍ଡା ପ୍ରମୁଖ ଶୁଭକାମନା ଜଣାଇବା ସହିତ ସାହୁଙ୍କ ଚଲାପଥ କୁସୁମିତ ହେଉ ବୋଲି ପ୍ରଭୂ ଜଗନ୍ନାଥଙ୍କ ନିକଟରେ ଗୁହାରି କରିଛନ୍ତି । କେନ୍ଦ୍ରାପଡା ତଥା ପଡ଼ୋଷୀ ଜିଲ୍ଲାରେ ବିଭିନ୍ନ ସାମାଜିକ କାମରେ ଯୋଗଦେଇ, ଅସୁବିଧାରେ ଥିବା ଦିନଦୁଃଖି ମଣିଷ ତଥା ଦରିଦ୍ର ମେଧାବୀ ବିଦ୍ୟାର୍ଥୀ ଙ୍କୁ ସହାୟତାର ହାତ ବଢେଇ ନିଜ ଜିଲ୍ଲା ପାଇଁ ଗର୍ବ ପାଲଟିଥିବା ବ୍ୟକ୍ତିଙ୍କ ପ୍ରତି ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଭଲପାଇବାକୁ ବଧେଇ ଜଣେଇଛନ୍ତି ।

Leave a Reply

Your email address will not be published.