ବିଜେପିର ଜନସଂପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ

ବିଜେପିର ଜନସଂପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ

ଭୁବନେଶ୍ୱର,(ଓଏନ୍ଏସ୍) : ଉତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡମଣା ଗାଁରେ ବିଜେପି ପକ୍ଷରୁ ଜନସଂପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଯୁଗାଂଶୁ ଶେଖର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଶାସନିକା ଅପରାଜିତା ଷଡଙ୍ଗୀ ଯୋଗଦେଇ କହିଥିଲେ ଯେ ବିଜେପି ସବୁବେଳେ ଆପଣମାନଙ୍କ ସହିତ ଅଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ସାରା ବିଶ୍ୱକୁ ଓ ଭାରତବର୍ଷକୁ ଏକ ନୂତନ ଦିଶା ପ୍ରଦାନ କରିଛି । ସାଧାରଣ ଲୋକଙ୍କ ମନୋବଳ ବୃଦ୍ଧି ଘଟିଛି । ଆଗାମୀ ନିର୍ବାଚନରେ ଆମ୍ଭେମାନେ ସମସ୍ତେ ଏକ ହୋଇ ଲଢ଼ିବା । ମୁଁ ସବୁବେଳେ ଆପଣମାନଙ୍କ ସହିତ ଅଛି ଓ ଆଗାମୀ ଦିନରେ ରହିବି । ଏହା ସହିତ ସେ କହିଥିଲେ ଯୁଜ୍ଞାଂଶୁ ଜଣେ ଭଲ ସଂଗଠକ, ସେ ମଧ୍ୟ ଆପଣଙ୍କ ସୁଖଦୁଃଖରେ ଭାଗି ହୋଇ ଏ ଅଂଚଳର ଉନ୍ନତି ପାଇଁ ଆପଣଙ୍କ ସହିତ ଅଛନ୍ତି । ଏହି ଅବସରରେ ବିଭିନ୍ନ ଦଳର ଛାମୁଆ କର୍ମୀମାନେ ଆସି ବିଜେପିରେ ଯୋଗଦାନ କରିଥିଲେ ।

Leave a Reply

Your email address will not be published.