ବ୍ରିଜ ଅଫ ହୋପ ତରଫରୁ ପ୍ରି-ଖି୍ରିଷ୍ଟମାସ ପାଳନ

ବ୍ରିଜ ଅଫ ହୋପ ତରଫରୁ ପ୍ରି-ଖି୍ରିଷ୍ଟମାସ ପାଳନ

ଚନ୍ଦ୍ରଶେଖରପୁର, (ଆଇଏନ୍ଏସ୍): ଚନ୍ଦ୍ରଶେଖରପୁର ବିଡିଏ କଲୋନି ସ୍ଥିତ ସିୟନ ଶ୍ରମିକ ବସ୍ତି ଠାରେ ବ୍ରିଜ ଅପ ହୋଫ ତରଫରୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଗୁଆ ପାଳନ କରାଯାଇଛି । ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଙ୍ଗଲ ଓ ପରିବେଷ ବିଭାଗ ର ଉପ ସଚିବ ଭାସ୍କର ଚନ୍ଦ୍ର ତ୍ରୁକ୍ ଯୋଗଦେଇ କହିଥିଲେ, ଇଶ୍ୱର ସବୁଠାରେ ବିଦ୍ୟମାନ । ମନରେ ନିଷ୍ଠା ଓ ଭକ୍ତିଭାବ ରଖି ସତକର୍ମ କଲେ ଇଶ୍ୱରଙ୍କୁ ସବୁଠାରେ ପାଇପାରିବ । ସେ ଅନ୍ତରର କଥା ବୁଝନ୍ତି ତେଣୁ ଆମ୍ଭେମାନେ ସତ୍ୟାନୁରାଗି ହେବା ଆବଶ୍ୟକ । ସମ୍ମାନିତ ଅତିଥିଭାବେ ଫାଦର ସିବୁ ମସିହ ଯୋଗଦେଇ କହିଥିଲେ ସତ ଓ ନ୍ୟାୟ ମାଧ୍ୟମରେ ଇଶ୍ୱର ପ୍ରାପ୍ତି ହୋଇପାରିବ । ରାମ,ରହିମ୍ ,ଆଲ୍ଲା ,ଜିଶୁ ସମସ୍ତେ ଏକ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଫାଦର ମାୟାଦନ ଖୋରା, ହୋସେୟା ହାଓପଲ, ପ୍ରଦିପ ସିଂ, ଉଲ୍ଲାସ ଦିଗଲ, ସୁକାନ୍ତ ରାଉତ୍, ସତ୍ୟଜିତ୍ ରାଉତ୍ ପ୍ରମୁଖ ଯୋଗଦେଇ ଧର୍ମୀୟ ଭାବନା ଉପରେ ଆଲୋଚନା କରିଥିଲେ । ଉଜ୍ଜଳ କେଶରୀ ବିବଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ କେକ୍ କଟାଯାଇ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ଏହାପରେ ବ୍ରିଜଅପ୍ ହୋପ୍ ପକ୍ଷରୁ କମ୍ବଳ ବଂଟନ କରାଯାଇଥିଲା । ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନିଅ ଅଂଚଳର ବହୁ ଜନସାଧାରଣ ଯୋଗଦେଇଥିଲେ । ଫାଦର ମସିହ ପ୍ରାଥନା ମାଧ୍ୟମରେ ପ୍ରଭୁଙ୍କୁ ସ୍ମରଣ କରି ସଭାକାର୍ଯ୍ୟ ଆରମ୍ଭ କରି ଉଦଯାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାନ୍ତାରାଣି ନାୟକ, ଅମରେନ୍ଦ୍ର ନାୟକ, ଜିନ୍ନା ଦିଗାଲ, ସାମୁଏଲ୍ କୁମାର ସୁବ୍ରିତ୍ ଦିଗଲ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published.