ଭୋକିଲାଙ୍କ ମୁହଁରେ ଆହାର ଯୋଗାଇଲା କେୟାର ଆଣ୍ଡ ସେୟାର ଟ୍ରଷ୍ଟ

ଭୋକିଲାଙ୍କ ମୁହଁରେ ଆହାର ଯୋଗାଇଲା କେୟାର ଆଣ୍ଡ ସେୟାର ଟ୍ରଷ୍ଟ

ପାରାଦ୍ୱୀପ, (ଆଇଏନ୍ଏସ୍): ମାରାତ୍ମକ କରୋନା ଭୂତାଣୁର ମୂଳୋତ୍ପାଟନ ପାଇଁ ଦେଶରେ ଲକ୍ ଡାଉନ ଲାଗୁ ହେବା ପରେ ପ୍ରଭାବିତ ହୋଇଛନ୍ତି ସମାଜର ବିଭିନ୍ନ ବର୍ଗର ଜନସାଧାରଣ । ଖାଦ୍ୟ ପାଇଁ ମଣିଷ, ଗୋରୁ, ପଶୁପକ୍ଷୀ ସମସ୍ତେ ସମ୍ମୁଖୀନ ହେଉଛନ୍ତି ନାନା ସମସ୍ୟା । ସାଧାରଣ ଦିନ ମାନଙ୍କରେ ଦରିଦ୍ର, ଭିକାରୀ, ମାନସିକ ବିକାରଗ୍ରସ୍ତଙ୍କ ସମେତ ଗାଇଗୋରୁ, ପଶୁପକ୍ଷୀଙ୍କୁ କେହି ନା କେହି ଖାଇବାକୁ ଦେଇଥାନ୍ତି । ହେଲେ ଲକ୍ ଡାଉନ୍ ଯୋଗୁଁ ସମସ୍ତ ଦେଶ ଯେମିତି ଅଟକି ଯାଇଛି ଏହାର ପ୍ରଭାବରେ । ଏଥିଯୋଗୁ ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ କେହି ବି ପଦାକୁ ବାହାରୁ ନାହାଁନ୍ତି । ନିଜ ଜୀବନ ତଥା ପରିବାରର ସୁରକ୍ଷା ପାଇଁ ସମସ୍ତେ ନିଜ ନିଜ ଘରେ ରହୁଛନ୍ତି । ଏହିଭଳି ଘଡିସନ୍ଧି ସମୟରେ ନିଜ ଜୀବନକୁ ତୁଛ କରି ସମାଜରେ ଅବହେଳିତ ମଣିଷ, ମାନସିକ ବିକାରଗ୍ରସ୍ତ, ଗାଈଗୋରୁ, ବୁଲା ଜୀବବନ୍ତୁଙ୍କ ମୁହଁରେ ଆହାର ଯୋଗାଇ ଦେଇଛନ୍ତି ପାରାଦ୍ୱୀପ ସହରାଂଚଳରେ କେୟାର ଆଣ୍ଡ ସେୟାର ଟ୍ରଷ୍ଟ । ପାରାଦ୍ୱୀପର ବିଭିନ୍ନ ହେଟେଲ, ବାହାଘର, ବ୍ରତଘରର ବଳକା ଖାଦ୍ୟକୁ ନେଇ ଅଭାବୀ ମଣିଷଙ୍କ ମୁହଁରେ ଦାନା ଦେଉଥିବା ଏହି ଟ୍ରଷ୍ଟ ଉପରେ ଭରଷା କରିଛି ପାରାଦ୍ୱୀପ ପୌର ପାଳିକା । ପୌରପାଳିକାର ସହଯୋଗରେ ଟ୍ରଷ୍ଟର ଅଧ୍ୟକ୍ଷ ରବିନ୍ଦ୍ର କୁମାର ବେହେରା, ସଂପାଦକ ମନୋଜ କୁମାର ସେଠୀ, ସଭାପତି ପ୍ରଦୀପ ଚୁଳି, ଉପସଭାପତି ବାବୁଲି ଓଝା, ପ୍ରଦୀପ ଜେନା ପ୍ରମୁଖ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଖାଦ୍ୟ ବଂଟନ କରୁଛନ୍ତି । ସାଧାରଣରେ ଏହି କେୟାର ଆଣ୍ଡ ସେୟାର ଟ୍ରଷ୍ଟର ସଦସ୍ୟମାନଙ୍କୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି । 

 

Leave a Reply

Your email address will not be published.