ମାସ୍କ କରୋନା ମୁକାବିଲାର ପ୍ରମୁଖ ଅସ୍ତ୍ର

ମାସ୍କ କରୋନା ମୁକାବିଲାର ପ୍ରମୁଖ ଅସ୍ତ୍ର

ଭୁବନେଶ୍ୱର, (ଆଇଏନ୍ଏସ୍): ମାସ୍କ କରୋନା ମୁକାବିଲାର ପ୍ରମୁଖ ଅସ୍ତ୍ର । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ଏହି ମହାମାରୀ କୁ ରୋକିବାରେ ସହାୟକ ହେଵ ଵୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମାଜ ପାଇଁ ସହଯୋଗର ହାତ ବଢ଼ାଇଥିବା ଲିଭିଂଗ ହ୍ୟୁମାନିଟି ପୋଲିସ, ସଫେଇ କର୍ମଚାରୀ, ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଓ ଅନ୍ୟାନ୍ୟ ଦୁଃଖୀ, ଅସହାୟଙ୍କୁ ମାସ୍କ, ପିଇବା ପାଣି, ଚକୋଲେଟ ବଣ୍ଟନ ସହ ସମସ୍ତଙ୍କୁ ସଚେତନ କରାଇଥିଲେ।

ଲିଭିଂଗ ହ୍ୟୁମାନିଟିର ମୂଳଲକ୍ଷ୍ୟ ମଣିଷ ଭିତରେ ଲୁଚି ରହିଥିବା ମାନବିକତା ଵା ମଣିଷପଣିଆ କୁ ଜାଗ୍ରତ କରିବା ଏଵଂ ପୃଥିବୀର ଶାନ୍ତି ଫେରାଇ ଆଣିବା । ଏହା ଏକ ଏନଜିଓ ଵା ସ୍ଵେଚ୍ଛାସେବୀ ଅନୁଷ୍ଠାନ ନୁହେଁ ବରଂ ଏକ ଅଭିଯାନ ଯେଉଁଥିରେ ପୃଥିବୀର ସମସ୍ତ ବ୍ୟକ୍ତି ଏହାର ସଦସ୍ୟ । ଭାରତ ତଥା ବିଦେଶର ସାଧାରଣ ଲୋକଠୁ ଆରମ୍ଭ କରି ଉଚ୍ଚପଦସ୍ଥ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନରେ ସାମିଲ ହୋଇ ନିଜ ନିଜ ଅଞ୍ଚଳରେ ମାନବ ସମାଜ ପାଇଁ କାର୍ଯ୍ୟରତ।

ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ଖୋର୍ଦ୍ଧା, ପୁରୀ, ଯାଜପୁର ଇତ୍ୟାଦି ସ୍ଥାନରେ କରୋନା ପାଇଁ ଅନେକ ସେବାକାର୍ଯ୍ୟ ଚାଲୁଅଛି।

ମଣିଷ ପଣିଆକୁ ଜାଗ୍ରତ କରି ଵିଶ୍ଵରେ ଶାନ୍ତି ଫେରାଇ ଆଣିବା ପାଇଁ ଲିଭିଂଗ ହ୍ୟୁମାନିଟି ସର୍ବଦା ଆହ୍ବାନ ଦେଇଆସୁଛି।

(ରିପୋର୍ଟ: ରବିପ୍ରିୟ ଦାଶ)

Leave a Reply

Your email address will not be published.