Make in Odisha Road Show Delhi

ମେକ୍ ଇନ୍ ଓଡିଶା ରୋଡ୍ ସୋ ରେ ନବୀନ ଜିନ୍ଦଲ

 

ନୂଆ ଦିଲ୍ଲୀ / ଭୂବନେଶ୍ୱର, (ଓଏନ୍ଏସ୍): ନୂଆ ଦିଲ୍ଲୀ ଠାରେ ଓଡିଶା ସରକାରଙ୍କଦ୍ୱାରା ଆୟୋଜିତ ମେକ୍ ଇନ୍ ଓଡିଶା ରୋଡ୍ ସୋ ରେ ଅଂଶଗ୍ରହଣ କରି, ଜେଏସପିଏଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ରାଜ୍ୟ ସରକାରଙ୍କ ଶିଳ୍ପାୟନ ଉଦ୍ୟମକୁ ସମର୍ଥନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜେଏସପିଏଲର ସଫଳତା କଥା କହିବା ସହିତ, ଓଡିଶାର ଶିଳ୍ପାୟନ ନିମନ୍ତେ ପୂର୍ବତନ ମୂଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକ ଓ ଓ.ପି ଜିନ୍ଦଦ ଗ୍ରୁପ୍ ପ୍ରତିଷ୍ଠାତା ଶ୍ରୀ ଓ.ପି ଜିନ୍ଦଲ ଦେଖିଥିବା ସ୍ୱପ୍ନ ସଂପର୍କରେ କହିଥିଲେ । ବର୍ତମାନ ଜେଏସପିଏଲର ସେହି ସ୍ୱପ୍ନକୁ ସାକର କରୁଛି ।
ଶ୍ରୀ ଜିନ୍ଦଲ କହିଥିଲେ ଯେ ଗତ ସାତ ବର୍ଷରୁ ଅଧିକ ସମୟ ହେଲା ଜେଏସପିଏଲ ଓଡିଶାରେ ନିର୍ମାଣ କରିଆସୁଛି (ମେକିଂ ଇନ ଓଡିଶା) ଏବଂ ଟ.୪୫୦୦୦ କୋଟିରୁ ଅଧିକ ପୁଞ୍ଜିନିବେଶ କରିସାରିଛି । ଅନୁଗୁଳଠାରେ ଜେଏସପିଏଲର ବାର୍ଷିକ ୬ ନିୟୁତ ଟନ୍ ଇସ୍ପାତ କାରଖାନା ଓଡିଶାର ସର୍ବବୃହତ ଓ କେନ୍ଦୁଝର ଜିଲ୍ଲାର ବଡବିଲରେ ବାର୍ଷିକ ୯ ନିୟୁତ ଟନ୍ ପେଲେଟ୍ କାରଖାନା ଭାରତର ବୃହତମ । ଅନୁଗୁଳଠାରେ ଜେଏସପିଲଦ୍ୱାରା ଦେଶର ସର୍ବବୃହତ ବ୍ଲାଷ୍ଟଫର୍ଣାସ୍ ପ୍ରତିଷ୍ଠା କରାଯିବା ସହିତ, ଇସ୍ପାତ ଶିଳ୍ପ କ୍ଷେତ୍ରରେ ସ୍ୱଦେଶୀ କୋଇଲା ଗ୍ୟାସ ବ୍ୟବହାର ମଧ୍ୟ ପ୍ରଥମଥର ନିମନ୍ତେ କରାଯାଇଛି ।
ଓଡିଶାର ସ୍ଥିର ସରକାର, ଦୁରଦୃଷ୍ଟି ସମ୍ପନ୍ନ ମୂଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ବିଶେଷକରି ଲୋକମାନଙ୍କ ସହଯୋଗ ଦ୍ୱାରା ଏହା ସବୁ ସମ୍ଭବ ହୋଇପାରିଛି ବୋଲି ଶ୍ରୀ ନବୀନ ଜିନ୍ଦଲ କହିଥିଲେ । ଓଡିଶରେ ବିପୁଳ ପରିମାଣର ପ୍ରାକୃତିକ ସଂପଦ ରହିଥିବା ସହିତ, କୁଶଳ ଶ୍ରମଶକ୍ତି, ସୌହାର୍ଦ୍ଦପୂର୍ଣ୍ଣ ଜନସାଧାରଣ ଓ ଜଗନ୍ନାଥ ସଂସ୍କୃତି ରହିଛି ।
ଆସନ୍ତା ନଭେମ୍ବର ମାସରେ ଓଡିଶା ସରକାରଙ୍କଦ୍ୱାରା ଆୟୋଜିତ ହେବାକୁ ଥିବା ମେକ୍ ଇନ୍ ଓଡିଶା କନ୍କ୍ଲେଭ ସମୟରେ ଅନୁଗୁଳ ଇସ୍ପାତ କାରାଖାନା ପରିଦର୍ଶନ କରିବା ନିମନ୍ତେ ସେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅତିଥି ମାନଙ୍କୁ ନିମନ୍ତ୍ରଣ କରିଥିଲେ ।

Leave a Reply

Your email address will not be published.