ରାଜ୍ୟସ୍ତରୀୟ ପାୱାର ଲିଫଟିଂ ଚମ୍ପିଆନ୍ସିପ୍

ରାଜ୍ୟସ୍ତରୀୟ ପାୱାର ଲିଫଟିଂ ଚମ୍ପିଆନ୍ସିପ୍

ଭୁବନେଶ୍ୱର, (ଆଇଏନ୍ଏସ୍): ରାଜ୍ୟସ୍ତରୀୟ ପାୱାର ଲିଫଟିଂ ଚାମ୍ପିଆନ୍ସିବ୍ ଚନ୍ଦ୍ରଶେଖରପୁର ସ୍ଥିତ ଇଷ୍ଟକୋଷ୍ଟ ରେଲୱେ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଓଡିଶା ପାୱାର ଲିଫଟିଂ ଆସୋସିଏସନ୍ ଓ ରେଲୱେର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୩୫ ଜଣ ଲିଫଟିଂ ଭାଗ ନେଇଥିଲେ । ଦୁଇଦିନ ଧରି ·ଲିଥିବା ଏହି ପ୍ରତିଯୋଗିତାରେ ୫ଟି ବିଭାଗ ରଖା ଯାଇଥିଲା । ୫୦ କେଜି ସବଜୁନିଅରରେ ରାୟଗଡାର କେ ସୁଲିନ୍ ସ୍ୱର୍ଣ୍ଣପଦକ, ବଲାଙ୍ଗୀରର ମୁକୁନ୍ଦ ଆଜାଡ ରୈାପ୍ୟ ଓ ସଂଜୟ କୁମାର ଅମାତ କୋରାପୁଟର ବ୍ରୋଞ୍ଜ ପଦକ ପାଇଥିଲେ । ସେହିପରି ୫୯ କେଜିରେ ଦେବ କୁମାର ସୁନା, ମୁରୁଜ ଲହର, ହେମନ୍ତ ବାଗ, ୬୬ କୋଜିରେ ନବିନ୍ ବାଗ, ଅମିତ୍ କୁମାର ମାଇର୍ଦା, ସତ୍ୟବାନ ହରିଜନ, ୧୨୦ କେଜିରେ ମହମଦ ଜାଭେଦ ଅରସାଦ, ସନ୍ତୋଷ ବାରିକ ପ୍ରମୁଖ ସ୍ୱର୍ଣ୍ଣ, ରୈାପ୍ୟ, ବ୍ରୋଞ୍ଜ ପଦକ ଜିତିଥିଲେ ।
ଷ୍ଟ୍ରଙ୍ଗମ୍ୟାନ୍ ବିଚିତ୍ର, ଷ୍ଟ୍ରଙ୍ଗ୍ ଓମେନ୍ ପ୍ରିୟମ୍ବଦା
ଷ୍ଟ୍ରଙ୍ଗମ୍ୟାନ୍ ଭାବେ ବିଚିତ୍ର ଓ ଷ୍ଟ୍ରଙ୍ଗ୍ ଓମେନ୍ ଭାବେ ପ୍ରିୟମ୍ବଦା ବିବେଚିତ ହୋଇଥିଲେ । ଉଦଯାପନୀ ଉତ୍ସବରେ ବିଜୁ ଯୁବବାହିନୀ ତଥା ମୋ ପରିବାର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ମଖ୍ୟଅତିଥି ଭାବେ ଯୋଗ ଦେଇ ପୁରସ୍କାର ବଂଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପିଏଓର ସଭାପତି ବିପିନ୍ ଦାଶ, ସଂପାଦକ ସଂଗୀତା ସିଂ, କୋଷାଧ୍ୟକ୍ଷ ସଂଜୟ ବେହେରା, ସମାଜସେବୀ ରୁଦ୍ର ସାମନ୍ତରାୟ, ପି. ଗୁପ୍ତା, ସୁବାଷ ପାତ୍ର ଓ ଆଶୁତୋଷ ସାମନ୍ତରାୟ ପ୍ରମୁଖ ଯୋଗଦାନ କରିଥିଲେ ।

Leave a Reply

Your email address will not be published.