ଶୌର୍ଯ୍ୟ ଓ ଲୋକ ବିଚାରର ମିଳିତ ଯୁଗଳବନ୍ଦୀ

 ଶୌର୍ଯ୍ୟ ଓ ଲୋକ ବିଚାରର ମିଳିତ ଯୁଗଳବନ୍ଦୀ

 

ଭୁବନେଶ୍ୱର, (ଓଏନ୍ଏସ୍): ପବିତ୍ର ଗଣେଶ ପୂଜା ଅବସରରେ ଶୌର୍ଯ୍ୟ ଓ ପାକ୍ଷିକ ପତ୍ରିକା ଲୋକବିଚାର ଆନୁକୁଲ୍ୟରେ ଏକ ନୃତ୍ୟ ଉସ୍ୱବ ଡୁମୁଡୁମା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଲୋକ ବିଚାରର ସମ୍ପାଦକ ଡକ୍ଟର ସୟଦ ସଖାୱତ ଅଲ୍ଲି ଓ ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ଶ୍ରମତୀ ମମତା ଦାଶ ପ୍ରଦୀପ ଜାଳି ଉଦଘାଟନ କରିଥିଲେ । କ୍ରିଷ୍ନା କଳାକେନ୍ଦ୍ର, ଡୁମଡୁମାର ଏସ.ଏସ ଡ୍ୟାନ୍ସ ଏକାଡେମି, କିଡଜି ସ୍କୁଲ, ଡୁମଡୁମା ସରସ୍ୱତୀ ବିଦ୍ୟା ମନ୍ଦିର ଏବଂ ବୀଣପାଣି ସ୍କୁଲର ଛାତ୍ରଛାତ୍ରୀବୃନ୍ଦ ଏହି ନୃତ୍ୟ ଉସ୍ୱବରେ ଅଂଶଗ୍ରହଣ କରିଥିଲେ । ଶ୍ରଈ ସାଇ ଅଭିଳାଶ ପାଣିଗ୍ରାହି, ଦୀପିକା ଦାଶ,   ତ୍ରପର୍ଣ୍ଣା ଦାଶ, ଶ୍ରଦ୍ଧାଂଜଳି ଦାଶ, ଗୀତିକା ଦାଶ, ଅନାମିକା ପ୍ରମୁଖଙ୍କ ନୃତ୍ୟ ଦର୍ଶକମାନଙ୍କୁ ବେଶ ଚମକ୍ତୃତ କରିଥିଲା ।
ଏହି ଯୁଗଳବନ୍ଦୀରେ ବିଭିନ୍ନ ପନ୍ଦରଟି ଗୀତରେ ପ୍ରାୟ ସତେଇଶ ଜଣ ପିଲା ନାଚିଥିଲେ । ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ଡକ୍ଟର ଏସଏସ ଅଲ୍ଲି ଏବ ମମତା ଦାଶ ସାଟିଫିଟେ ଓ ପୁରସ୍କାର ବିତରଣ କରିଥିଲେ । ମିଲନ ଶାନ୍ତିବିଗ୍ରହ ଓ ସୁବାସ ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା ।
           ଶେଷରେ ମିଲନ ଶାନ୍ତିବିଗ୍ରହ ଓ ଶୌର୍ଯ୍ୟ ଷଡଙ୍ଗୀ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published.