ସଚିବାଳୟ ସେବା କ୍ୟାଡରର ପୁନର୍ବିନ୍ୟାସ

ସଚିବାଳୟ ସେବା କ୍ୟାଡରର ପୁନର୍ବିନ୍ୟାସ

ରାଜ୍ୟ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ସଚିବାଳୟ ସେବା କ୍ୟାଡର (ଓଏସଏସ)ର ପୁନର୍ବିନ୍ୟାସ କରାଯାଇଚି । ଏଥିରେ ଅତିରିକ୍ତ ଶାସନ ସଚିବ ପଦବୀରେ ୨ ଟି, ଯୁଗ୍ମ ଶାସନ ସଚିବ ପଦବୀରେ ୬ ଟି, ଉପଶାସନ ସଚିବ ପଦବୀରେ ୨୯ଟି, ଅନୁଶାସନ ସଚିବ ପଦବୀରେ ୧୦୫ ଟି, ଉପବିଭାଗ ଅଧିକାରୀ ପଦବୀରେ ୯୨ ଟି ଓ ଡେସ୍କ ଅଫିସର ପଦବୀରେ ୩ ଟି ପଦବୀ ସୃଷ୍ଟି କରାଯାଇଛି । ମୋଟ ୨୩୭ ଟି ପଦବୀ ସୃଷ୍ଟି କରାଯାଇଛି । କ୍ୟାଡର ପୁନର୍ବିିନ୍ୟାସ କରାଯାଇଥିବାରୁ ସଚିବାଳୟ ସେବା ସଂଘ ମୁଖ୍ୟମନ୍ତ୍ରୀଙ୍କୁ ବଧେଇ ଜଣାଇଛନ୍ତି ।
ସଂଶୋଧିତ ପଦବୀ ସଂଖ୍ୟା ହେଲା, ପୂର୍ବରୁ ଅତିରିକ୍ତ ସଚିବ ପଦବୀ ଥିଲା ୬ ହେଲା ୮ । ଯୁଗ୍ମ ସଚିବ ପଦବୀ ଥିଲା ୧୬ ହେଲା ୨୨ । ଉପସଚିବ ପଦବୀ ଥିଲା୪୧ ହେଲା ୭୦ । ଅନୁଶାସନ ସଚିବ ପଦବୀ ଥିଲା ୧୪୫ ହେଲା ୨୫୦ । ଡେସ୍କ ଅଫିସର ପଦବୀ ଥିଲା ୩୨୨ ହେଲା ୩୨୫ । ସେକସନ ଅଫିସର ପଦବୀ ଥିଲା ୬୦୮ ହେଲା ୭୦୦ ।

Leave a Reply

Your email address will not be published.