ସାର ପରିବହନକୁ ନେଇ ଜେସିସିର ଅଭିଯୋଗ ଭତିହୀନ: ଇଫକୋ

ସାର ପରିବହନକୁ ନେଇ ଜେସିସିର ଅଭିଯୋଗ ଭତିହୀନ: ଇଫକୋ

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପର ୩ଗୋଟି ମାଲିକ ସଂଘକୁ ନେଇ ଗଠିତ ଜଏଣ୍ଟ କୋଡିନେସନ କମିଟି(ଜେସିସି) ପାରାଦ୍ୱୀପ ଇଫକୋ ସାରକାରଖାନାରୁ ଧାନମଣ୍ଡଳ ରେଲୁୱେ ସାଇଡିଂକୁ ସାର ପରିବହନ ନେଇ ଇଫକୋ ବିରୁଦ୍ଧରେ ଯେଉଁ ଅଭିଯୋଗ କରାଯାଉଛି, ତାହା ଭତିହୀନ ବୋଲି କହିଛନ୍ତି ଇଫକୋ ୟୁନିଟ୍ ହେଡ୍ କେ.ଜେ.ପଟେଲ । ସମଗ୍ର ଦେଶରେ କୋଭିଡ୍-୧୯ ସମୟରେ ସରକାର କୃଷି ଓ କୃଷକଙ୍କ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ସାରର ମଧ୍ୟ ଆବଶ୍ୟକତା ରହିଛି । ଦେଶରେ ସାରର ଆବଶ୍ୟକତା ବଢିବାରେ ଲାଗିଛି । ସାରର ଆବଶ୍ୟକତାକୁ ଦେଖି ଦେଶର ୧୪ ଗୋଟି ରାଜ୍ୟକୁ ସାର ପରିବହନ କରୁଛି ଇଫକୋ ପାରାଦ୍ୱୀପ ୟୁନିଟ୍ । ଶ୍ରୀ ପଟେଲ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ଯେ ପାରାଦ୍ୱୀପ ରଙ୍ଗିଆଗଡ ରେଲୁୱେ ସାଇଡିଂ ରେ ଆବଶ୍ୟକତା ଅନୁଯାୟୀ ରେଲୁୱେ ରେକ୍ ମିଳୁପାରୁନାହଁ । ସେଥିପାଇଁ ଧାନମଣ୍ଡଳ ରେଲୁୱେ ସାଇଡିଂ କୁ ଟ୍ରକ୍ (କଂଟେନର) ମାଧ୍ୟମରେ ସାର ପଠାଇବା ପାଇଁ ଇଫକୋ କର୍ତୃପକ୍ଷ ପାରାଦ୍ୱୀପ ପରିବହନ ପ୍ରାଇଭେଟ୍ ଲିମିଟେଡ୍କୁ କାର୍ଯ୍ୟାଦେଶ ଦେଇଛନ୍ତି । ପାରାଦ୍ୱୀପ ପରିବହନ ସାର ନେଇ ପାରାଦ୍ୱୀପ ଗଡ ଓୟାର ହାଉସ୍ରେ ବ୍ୟାଗିଂ କରି ଧାନ ମଣ୍ଡଳକୁ ଟ୍ରେଲର କଂଟେନର ଯୋଗେ ପରିବହନ କରୁଛି । ବର୍ଷାରୁ ସାର ବସ୍ତାକୁ ରକ୍ଷା କରିବା ତଥା ସୁରକ୍ଷିତ ଭାବେ ସାର ପରିବହନ ପାଇଁ ପାରାଦ୍ୱୀପ ପରିବହନ ସଂସ୍ଥା ତତ୍ପର ହୋଇଛି । ସୁରକ୍ଷିତ ଭାବେ ସେମାନେ ସାର ପରିବହନ ମଧ୍ୟ କରୁଥିବା ଶ୍ରୀ ପଟେଲ କହିଛନ୍ତି । ୨୦୦୮ମସିହାରେ ଇଫକୋ ଓ ଜେସିସି ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଜେସିସି ପଶ୍ଚିମବଙ୍ଗ, ଝାଡଖଣ୍ଡ ସମେତ ଓଡିଶାର ସମସ୍ତ ଜିଲ୍ଲାକୁ ସାର ପରିବହନ କରୁଛି ।୨୦୦୮-୦୯ ଆର୍ଥିକ ବର୍ଷରେ ଜେସିସି ୯୪,୨୩୧ଏମ୍ଟି, ୨୦୦୯-୧୦ରେ ୪୦,୫୬୯ଏମ୍ଟି, ୨୦୧୦-୧୧ରେ ୮୦.୩୨୭ଏମ୍ଟି, ୨୦୧୧-୧୨ରେ ୬୮.୪୨୮ଏମ୍ଟି,୨୦୧୨-୧୩ରେ ୩୧.୬୫୦ଏମ୍ଟି,୨୦୧୩-୧୪ରେ୧୩.୫୬୦ଏମ୍ଟି,୨୦୧୪-୧୫ରେ୨୫.୭୦୨ଏମ୍ଟି,୨୦୧୫-୧୬ରେ୪୧.୨୯୩ଏମ୍ଟି,୨୦୧୬-୧୭ରେ ୧୭.୫୫୦ଏମ୍ଟି, ୨୦୧୭-୧୮ରେ ୨୮.୦୩୯ଏମ୍ଟି, ୨୦୧୮-୧୯ରେ ୮୯.୧୫୬ଏମ୍ଟି, ୨୦୧୯-୨୦ରେ ୧.୨୬,୫୩୨ଏମ୍ଟି, ୨୦୨୦-୨୧ ଜୁନ୍ ମାସ ସୁଦ୍ଧା ୮୫.୦୮୦ଏମ୍ଟି ସାର ପରିବହନ କରିଛନ୍ତି । ଜେସିସି ଯେଉଁ ଅଭିଯୋଗ କରିଛି ତାହା ଭିର୍ତି ହୀନ । ଇଫକୋ ସାର ଜେସିସି ପରିବହନ କରି ପୁଣି ବିରୋଧ କରିବା ମନ୍ଦ ଉଦେ୍ଦଶ୍ୟ ବୋଲି ସେ କହିଛନ୍ତି । ଇଫକୋ ସବୁବେଳେ କୃଷକ ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବା ସହ ସ୍ଥାନୀୟ ଟ୍ରକ୍ ମାଲିକଙ୍କୁ ମଧ୍ୟ ଅଗ୍ରାଧିକାର ଦେଉଥିବା ଶ୍ରୀ ପଟେଲ କହିଛନ୍ତି । ସାର ସୁରକ୍ଷିତ ଓ ସ୍ୱଳ୍ପ ସମୟ ମଧ୍ୟରେ କୃଷକଙ୍କ ପାଖରେ ପହଂଚାଇବା ଇଫକୋର ଲକ୍ଷ୍ୟ ଅଟେ । ତେଣୁ ଜେସିସି ଆଗାମୀ ଦିନରେ ସାର ପରିବହନରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

Leave a Reply

Your email address will not be published.