ସୋର ରେଳ ଷ୍ଟେସନ ସମସ୍ୟା ସୁଧୁରିବ କେବେ?

ସୋର ରେଳ ଷ୍ଟେସନ ସମସ୍ୟା ସୁଧୁରିବ କେବେ?

ବାଲେଶ୍ୱର, (ଆଇଏନ୍ଏସ୍) : ସୋର ରେଳ ଷ୍ଟେସନ । ଦକ୍ଷୀଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅଧିନରେ ଥିବା ଏହି ଷ୍ଟେସନ ଉପରେ କେବଳ ସୋର ନୁହେଁ, ବାହାନଗା, ଖଇରା, ଔପଦା ବ୍ଳକ ସମେତ ନୀଳଗିରି, ସିମୁଳିଆ ଏପରିକି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଳକର ବହୁ ଲୋକ ମଧ୍ୟ ନିର୍ଭର କରନ୍ତି । ଆଶା ଜନକ ଭାବେ ରାଜସ୍ୱ ଏହି ଷ୍ଟେସନ ଦକ୍ଷୀଣ-ପୂର୍ବ ରେଳପଥକୁ ଦେଉଥିଲେ ମଧ୍ୟ ଦକ୍ଷୀଣ-ପୂର୍ବ ରେଳପଥର ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ଦ୍ୱାରା ଏହି ଷ୍ଟେସନ ପକ୍ଷାତିତା, ଅବହେଳା, ଅଣଦେଖାର ଶୀକାର ହେଉଛି । ଫଳରେ ଯାତ୍ରୀମାନେ ଏଠାରେ ନାହିଁ ନଥିବା ସମସ୍ୟାକୁ ସମ୍ମୁଖୀନ କରିବା ସହିତ ନିର୍ଯ୍ୟାତନାର ଶୀକାର ହେଉଛନ୍ତି । ଚଳିତ ମାସ ୧୪ତାରିଖରେ ଏହାର ନମୂନା ଦେଖିବାକୁ ମିଳିଥିବାବେଳେ ସୋର ଷ୍ଟେସନ କର୍ତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବାର ଦେଖିବାକୁ ମିଳି ନଥିଲା ।
ତା.୧୪.୧୦.୨୦୧୯ରିଖ, ସୋମବାର । ଦୂର୍ଗାପୂଜା ଛୁଟି ପରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଏହିଦିନ ଖୋଲୁଥିବାରୁ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଲୋକମାନେ ନିଜ ନିଜ କାର୍ଯ୍ୟସ୍ଥଳୀକୁ ଯିବାପାଇଁ ତତ୍ପର । ତେଣୁ ସୋର ରେଳ ଷ୍ଟେସନରେ ନାହିଁ ନଥିବା ଭିଡ଼ ଏହି ଦିନ ଦେଖିବାକୁ ମିଳିଥିଲା । ଗୋଟିଏ ଟିକେଟ୍ କାଉଂଟରରେ ଟିକେଟ୍ ଦେବା ସମ୍ଭବ ହୋଇ ନଥିବା ବେଳେ ଅନ୍ୟ କାଉଂଟରଟି ଖୋଲିବାର ଆବଶ୍ୟକତା ଥିଲେ ସୁଧା ଷ୍ଟେସନ କର୍ତୃପକ୍ଷ ଦ୍ୱିତୀୟ କାଉଂଟରଟି ଖୋଲି ନଥିଲେ । ପ୍ରକଶ ଯୋଗ୍ୟ ଯେ, ପୂର୍ବରୁ ଏହିଭଳି ପରିସ୍ଥିତିରେ ଦ୍ୱିତୀୟ ଟିକେଟ୍ କାଉଂଟର ଖୋଲି ଟିକେଟ୍ ଦିଆଯାଉଥିବା ବେଳେ ୧୪ତାରିଖ ଦିନ ଦ୍ୱିତୀୟ ଟିକେଟ୍ କାଉଂଟର ଖୋଲାଯାଇ ନଥିଲା । ଫଳରେ ବହୁ ଯାତ୍ରୀ ଟିକେଟ୍ ନପାଇ ଯାଇପାରି ନଥିଲେ ଏବଂ କିଛି ଯାତ୍ରୀ ବିନା ଟିକେଟ୍ରେ ଯିବା ପାଇଁ ବାଧ୍ୟହୋଇଥିଲେ ।
ଏହା ବ୍ୟତୀତ ଷ୍ଟେସନ ଆଗରେ ମୋଟରସାଇକେଲ ରଖାଯାଉଥିବାରୁ ଯାତ୍ରୀମାନେ ଷ୍ଟେସନ ଭିତରକୁ ଯିବାରେ ବାଧା ଉପୁଜୁଛି । ଏହା ନିତି ଦିନିଆ ଘଟଣା ପାଲଟିଛି । ଅପରପକ୍ଷରେ, ଆର.ପି.ଏଫ. କର୍ମଚାରୀମାନେ ଏହା ଦେଖିମଧ୍ୟ ନଦେଖିଲା ଭଳି ଚୁପ୍ ହୋଇ ବସୁଛନ୍ତି । ସୋର ଷ୍ଟେସନ ଆଗରେ ବାଇକ୍ ରାସ୍ତା ଅବରୋଧ କରିବା, ଟିକେଟ୍ କାଉଂଟରରେ ଦଲାଲି ରାଜ ଚାଲିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଥିବା ବେଳେ ପ୍ରତିଦିନ ସୋର ଷ୍ଟେସନରେ ଆରପିଏଫ କି ପ୍ରକାରର ଡୁ୍ୟଟି କରୁଛି? ମୁଖ୍ୟ ପ୍ରଶ୍ନ ହେଲା ଡୁ୍ୟଟିରେ ଥିବା ଆରପିଏଫ ଏହିସବୁ ଘଟଣା (ଷ୍ଟେସନ ଆଗରେ ବାଇକ୍ ରାସ୍ତା ଅବରୋଧ କରିବା, ଟିକେଟ୍ କାଉଂଟରରେ ଦଲାଲି ରାଜ ଚାଲିବା)ପ୍ରତିଦିନ ଦେଖୁଥିଲେ ମଧ୍ୟ କେଉଁ କାରଣ ପାଇଁ/ କେଉଁ ସ୍ୱାର୍ଥରେ ଆଖିବୁଜି ଦେଉଛି? ପୁନଶ୍ଚ ଏହି ଘଟଣା ସମ୍ପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ବାହାରୁଥିଲେ ମଧ୍ୟ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ଚୁପ୍ କାହିଁକି? ଏହାର ଉତର ଆମେ ଲେଖିବା ଅପେକ୍ଷା ପାଠକ ଓ ଖୋଦ ଅଧିକାରୀ ଅଧିକ ଜାଣିଛନ୍ତି, ଏଥିରେ ତିଳେହେଲେ ଦ୍ୱିମତ ନାହିଁ ।

Leave a Reply

Your email address will not be published.