ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଜେଏସପିଏଲ୍ ଟି.ଆର.ବି. ଅଇରନ୍ ଓର୍ ମାଇନ୍ସ ପୁରସ୍କୃତ

 

ଭୂବନେଶ୍ୱର,(ଓଏନ୍ଏସ୍): ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା ଦିଗରେ ବିଭିନ୍ନ ପ୍ରଭାବଶାଳୀ ପଦକ୍ଷେପ ନିମନ୍ତେ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର ଲି (ଜେଏସପିଏଲ୍)ର ଟି.ଆର.ବି. ଆଇରନ୍ ଓର୍ ମାଇନ୍ସକୁ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପରିବେଶ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର (Pollution Control Appreciation Award) ପ୍ରଦାନ କରାଯାଇଛି ।
ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୫ତମ ପ୍ରତିଷ୍ଠା ଦିବସ ଅବସରରେ ଭୂବନେଶ୍ୱର ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଜେଏସପିଏଲର ଟେନ୍ସା ୟୁନିଟ୍ ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର ଓଡ଼ିଶାର ଉନ୍ନୟନ କିମଶନର ତଥା ଅତିରିକ୍ତ ମୂଖ୍ୟ ଶାସନ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ଆର. ବାଲକ୍ରୀଷ୍ଣନ୍, ଅତିରିକ୍ତ ମୂଖ୍ୟ ଶାସନ ସଚିବ (ଜଂଗଲ ଓ ପରିବେଶ) ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ସଚିବ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଶ୍ରୀ ଦେବୀଦତ ବିଶ୍ୱାଳଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ଏହି ଅବସରରେ ଜେଏସପିଏଲର ସି.ଇ.ଓ (ଷ୍ଟିଲ୍ ବିଜ୍ନେସ) ଶ୍ରୀ ଏନ. ଏ. ଅନସାରି ଟି.ଆର.ବି. ଆଇରନ୍ ଓର୍ ମାଇନ୍ସର କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ, ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ପାଇଁ ପ୍ରଶଂସା କରିଥିଲେ ।
ଏହି ପୁରସ୍କାର ଗ୍ରହଣ କରି ଟି.ଆର.ବି. ଆଇରନ୍ ଓର୍ ମାଇନ୍ସର ମୂଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ର କହିଥିଲେ ଯେ, ସୁସ୍ଥ ପରିବେଶ ପରିଚାଳନା ଓ ପ୍ରଦୂଷଣ କମ୍ କରିବା ନିମନ୍ତେ ଜେଏସପିଏଲ ସର୍ବଦା ଚେଷ୍ଠାରତ । ଏହି ପୁରସ୍କାର ପରିବେଶକୁ ସ୍ୱଚ୍ଛ ତଥା ସବୁଜ କରିବା ନିମନ୍ତେ ଆମେ ନେଇଥିବା ବିଭିନ୍ନ ପଦକ୍ଷେପର ସ୍ୱୀକୃତି ବୋଲି ସେ କହିଥିଲେ ।
ଜେଏସପିଏଲ ପକ୍ଷରୁ ଟି.ଆର.ବି. ଆଇରନ୍ ଓର୍ ମାଇନ୍ସରେ ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ଆଧୁନିକ ପରିବେଶ ଉପଯୋଗୀ ଜ୍ଞାନକୌଶଳ ଓ କାର୍ଯ୍ୟ ପ୍ରଣାଳୀ ବ୍ୟବହାର କରାଯାଇଛି । ଏହା ମଧ୍ୟରେ ରହିଛି, ସ୍ୱିରେଜ୍ ଟ୍ରିଟ୍ମେଂଟ ପ୍ଲାଂଟ, ଜିରୋ ୱେଷ୍ଟ ଆଫ୍ଲୁଏଂଟ ଟ୍ରିଟ୍ମେଂଟ ପ୍ଲାଂଟ ଏବଂ ଡଷ୍ଟ ନିୟନ୍ତ୍ରଣ ବ୍ୟବସ୍ଥା ଇତ୍ୟାଦି । ଖଣି ଚତୁପାଶ୍ୱର୍ରେ କଂପାନୀ ପକ୍ଷରୁ ୨,୭୫,୦୦୦ ରୁ ଅଧିକ ବୃକ୍ଷ ମଧ୍ୟ ରୋପଣ କରାଯାଇଛି ।
ଏଠାରେ ସୁଚନାଯୋଗ୍ୟ ଯେ, ଟି.ଆର.ବି. ଆଇରନ୍ ଓର୍ ମାଇନ୍ସ ଗତ ଫେବୃଆରୀ ମାସରେ ଜାପାନ ଇନଷ୍ଟିଚୁ୍ୟଟ୍ ଅଫ୍ ପ୍ଲାଂଟ ମେଂଟେନାନ୍ସ ଠାରୁ ସମ୍ମାନଜନକ ଟୋଟାଲ ପ୍ରଡକ୍ଟିଭ ମେଂଟେନାନ୍ସ ପୁରସ୍କାର ଲାଭ କରିଥିଲା

Leave a Reply

Your email address will not be published. Required fields are marked *