ଦିନ ୧୧ଟା ପରେ ମଧ୍ୟ ପଂଚାୟତ କାର୍ଯ୍ୟାଳୟ ତାଲା ଖୋଲୁନାହିଁ

ବାଲେଶ୍ୱର,(ଓଏନ୍ଏସ୍/ଆଇଏନ୍ଏସ୍): ଗ୍ରାମାଂଚଳର ଲୋକଙ୍କର ବିକାଶ ତଥା ସମସ୍ୟା ସମାଧାନ କରିବାର ତୃଣମୂଳ ସ୍ତରର ସରକାରୀ କାର୍ଯ୍ୟାଳୟ ହେଲା ଗ୍ରାମ ପଂଚାୟତ କାର୍ଯ୍ୟାଳୟ । କÿିନ୍ତୁ ଏହି କାର୍ଯ୍ୟାଳୟ ଗୁଡ଼ିକ କିପରି ଭାବରେ କାର୍ଯ୍ୟ କରୁଛି, ଯାହାଦ୍ୱାରା ସାଧାରଣ ଜନତା ୁପକୃତ ହେବେ ତାହାର ନମୂନା ଦେଖିବାକୁ ମିଳିଛି ସୋର ବ୍ଲକର ମହୁମୁହାଣ ଗ୍ରାମପଂଚାୟତ କାର୍ଯ୍ୟାଳୟରୁ ।
ତା.୧୫.୦୯.୨୦୧୮ରିଖରେ ଯାହା ଦେଖିବାକୁ ମିଳିଥିଲା ସେଥିରୁ ପଂଚାୟତ ସ୍ତରରେ ଲୋକମାନେ ସୁବିଧା ପରିବର୍ତେ କିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହା ନକ୍ହିବା ଭଲ । ଦିନ ପାଖାପାଖି ୧୧ଟା ପର୍ଯ୍ୟନ୍ତ ମହୁମୁହାଣ ଗ୍ରାମପଂଚାୟତ କାର୍ଯ୍ୟାଳୟର ତାଲା ଖୋଲି ନଥିଲା । କିଛି ଲୋକ ଆସି କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଦେଖି କାହାକୁ କିଛି ନକହି ଫେରିଯାଉଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟାଳୟ କେତେବେଳେ ଖୋଲିବ ବୋଲି ଜଣେ ବ୍ୟକ୍ତିଙ୍କୁ ପଚାରିବାରୁ ଖୋଲିବାର କିଛି ସମୟ ନାହିଁ ବୋଲି କହିଥିଲେ । କାର୍ଯ୍ୟାଳୟ କେତେବେଳେ ଖୋଲିବ ବୋଲି ପଂଚାୟତର ନିର୍ବାହୀ ଅଧିକାରୀ ଶୁଭସ୍ମିତାଙ୍କୁ ତାଙ୍କ ମୋବାଇଲ ନମ୍ବର ୮୨୪୯୩୨୬୨୭୯ରେ ଦିନ ୧୦.୪୫ମିନିଟ୍ରେ କାର୍ଯ୍ୟାଳୟ ଖାଲିବା ସମ୍ପର୍କରେ ପଚାରିବାରୁ ସେ ବ୍ଲକ ମିଟିଂରେ ଅଛନ୍ତି, ଜିଆରଏସ୍ ସକାଳ ଠାରୁ ଫଟୋ ଉଠାଇବାକୁ ଯାଇଛନ୍ତି ବୋଲି କହିଥିଲେ । ପିଅନ ଆସି ଖୋଲିବା କଥା, ଆସି ଖୋଲିବ । ଏହା ହେଲା ପଂଚାୟତ କାର୍ଯ୍ୟାଳୟର ଲୋକଙ୍କୁ ସେବାଯୋଗାଇବା ସହିତ ଲୋକ ତଥା ଗ୍ରାମର ବିକାଶ କରିବ । ଯେଉଁ ମାନଙ୍କ ବିକାଶ ପାଇଁ ଏହି କାର୍ଯ୍ୟାଳୟ, ସେଠାକୁ ଲୋକ ଆସି ତାଲା ପଡ଼ିଥିବାର ଦେଖି ଫେରି ଯାଉଥିବାର ଦୃଶ୍ୟ ପ୍ରମାଣିତ କରୁଛି ଏହି ସରକାରୀ କାର୍ଯ୍ୟାଳୟ କିପରି ଗ୍ରାମ ବିକାଶ କରୁଛି ।
ଏହା କେବଳ ମହୁମୁହାଣ ଗ୍ରାମପଂଚାୟତର ଦୃଶ୍ୟ ନୁହେଁ, ରାଜ୍ୟର ଏହିପରି ଅନେକ ପଂଚାୟତ ଓ ସରକାରୀ କକାର୍ଯ୍ୟାଳୟ ରହିଛି, ଯେଉଁଠିକୁ ସରକାରୀ କର୍ମଚାରୀମାନେ ଠିକ୍ ସମୟରେ ଆସନ୍ତି ନାହିଁ କିମ୍ବା ସେମାନଙ୍କର ଦାୟୀତ୍ୱ ଠିକ୍ ଭାବରେ ତୁଲାନ୍ତି ନାହିଁ । ସେମାନେ ଭାବନ୍ତି ଚାକିରି କରଛନ୍ତି ମାନେ ସେମାନଙ୍କ ଇଛାରେ କାର୍ଯ୍ୟାଳୟ ଚାଲିବ । ସାଧାରଣ ଜନତା ମାନେ ସେମାନଙ୍କର ପ୍ରଜା ଏବଂ ସେମାନେ ଜନତାଭ୍କ ଶାସକ । କିନ୍ତୁ ପ୍ରକୃତରେ ସେମାନେ ଭୁଲି ଯାଉଛନ୍ତିଯେ, ସେମାନେ ଜନତାଙ୍କ ଶାସକ ନୁହଁନ୍ତି, ଜନତାଙ୍କ ସେବକ ଓ ଜନତା ସେମାନଙ୍କ ମୁନିବ ବୋଲି । କାରଣ ଜନତାଙ୍କ ଅର୍ଥରେ ସେମାନେ ମାସକୁ ମାସ ବେତନ ନେଇ ସେମାନଙ୍କ ପରିବାର ପୋଷଣ କରୁଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ଲୋକମାନେ ନିଜକୁ ବର୍ତମାନସୁଧା ସେମାନଙ୍କ ସେବକଙ୍କୁ ମୁନିବ ବୋଲି ଭାବୁଛନ୍ତି, ବଂର ଯେପର୍ଯ୍ୟନ୍ତ ଜନତା ଏହିକଥାକୁ ବୁଝି ପାରିନାହିଁ ସେପର୍ଯ୍ୟନ୍ତ ସରକାରୀ କର୍ମଚାରୀମାନେ ଜନତାଭ୍କ ୁପରେ ହାକିମାତି କରି ଚାଲିଥିବେ ଏଥିରେ କୋ÷ଣସି ସନେ୍ଦହ ନାହିଁ ।

Leave a Reply

Your email address will not be published. Required fields are marked *