ପ୍ରାକୃତିକ ସଂପଦ ପରିଚାଳନା ନିମନ୍ତେ ଜେଏସପିଏଲକୁ ସମ୍ମାନଜନକ ସିଏସଆର ଇମ୍ପାକ୍ଟ ସମ୍ମାନ

• ଭାରତ ସରକାରଙ୍କ ମାନବ ସମ୍ବଳ ଓ ଜଳ ସଂପଦ ରାଜ୍ୟ ମନ୍ତ୍ରୀ ଡଃ ସତ୍ୟ ପାଲ୍ ସିଂହ ଙ୍କ ଉପସ୍ଥିତିରେ କୌଶଳ ବିକାଶ ଓ ଉଦ୍ୟମତା ରାଜ୍ୟ ମନ୍ତ୍ରୀ ଶ୍ରୀ ଅନନ୍ତ କୁମାର ହେଗ୍ଡେ ଦିଲ୍ଲୀଠାରେ ଏହି ପୁରସ୍କାର ପ୍ରଦାନ କଲେ ।
• ସମନ୍ୱୀତ ଜଳଛାୟା ବିକାଶ ପ୍ରକଳ୍ପ ଓ ୱାଡି ପ୍ରକଳ୍ପ ନିମନ୍ତେ ଜେଏସପିଏଲକୁ ଏହି ପୁରସ୍କାର ନିମନ୍ତେ ଚୟନ ।
ନୂଆ ଦିଲ୍ଲୀ / ଭୂବନେଶ୍ୱର,(ଓଏନ୍ଏସ୍/ଆଇଏନ୍ଏସ୍):ନିଜର ସିଏସଆର କାର୍ଯ୍ୟକ୍ରମ ଅଧିନରେ ପ୍ରାକୃତିକ ସଂପଦ ପରିଚାଳନା ପ୍ରକଳ୍ପ ନିମନ୍ତେ ଜିନ୍ଦଲ ଷ୍ଟିଲ ଓଣ୍ଡ ପାୱାର ଲିମିଟେଡ୍ (ଜେଏସପିଏଲ)କୁ ପରିବେଶ ଶ୍ରେଣୀରେ ସମ୍ମାନଜନକ ୫ମ ସିଏସଆର ଇମ୍ପାକ୍ଟ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀଠାରେ ଆଜି (୨୪-୦୯-୨୦୧୮) ଆୟୋଜିତ ଇଣ୍ଡିଆ ସିଏସଆର ସମିଟ୍ ୨୦୧୮ରେ ଭାରତ ସରକାରଙ୍କ କୌଶଳ ବିକାଶ ଓ ଉଦ୍ୟମତା ରାଜ୍ୟ ମନ୍ତ୍ରୀ ଶ୍ରୀ ଅନନ୍ତ କୁମାର ହେଗ୍ଡେ ଜେଏସପିଏଲର ସିଏସଆର ଗ୍ରୁପ୍ ମୂଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଭାରତ ସରକାରଙ୍କ ମାନବ ସମ୍ବଳ ଓ ଜଳ ସଂପଦ ରାଜ୍ୟ ମନ୍ତ୍ରୀ ଡଃ ସତ୍ୟ ପାଲ୍ ସିଂହ ଉପସ୍ଥିତି ଥିଲେ । ଓପି ଜିନ୍ଦଲ କମୁ୍ୟନିଟି କଲେଜ୍ର ନିଦେ୍ର୍ଦଶିକା ମିରିୟମ କାର୍ଟର ଶ୍ରୀ ହୋତାଙ୍କ ସହିତ ଯୋଗ ଦେଇଥିଲେ ।
ଜେଏସପିଏଲ୍ର ସିଏସଆର ବିଭାଗକୁ ଅଭିନନ୍ଦନ ଜଣାଇ ଜେଏସପିଏଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ କହିଥିଲେ ଯେ ଏପରି ସମ୍ମାନ ଆମକୁ ଆହୁରି ଉତମ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବ ।
ଏହି ଅବସରରେ ଜେଏସପିଏଲ ଫାଉଣ୍ଡେସନର ସହ ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ସିଏସଆର ବିଭାଗ ଅଭନନ୍ଦନ ଜଣାଇବା ସହିତ କହିଥିଲେ ଯେ, ଜେଏସପିଏଲର ସିଏସଆର କାର୍ଯ୍ୟକ୍ରମରେ ପ୍ରାକୃତିକ ସଂପଦର ସୁପରିଚାଳନା ଓ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା କାର୍ଯ୍ୟକାରି କରାଯାଉଥିବା ସମନ୍ୱୀତ ଜଳଛାୟା ବିକାଶ ପ୍ରକଳ୍ପ ଓ ୱାଡି ପ୍ରକଳ୍ପ ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି ଓ ପ୍ରକୃତିର ସୁରକ୍ଷା ନିମନ୍ତେ ମଡେଲ୍ । ଜେଏସପିଏଲ ଫାଉଣ୍ଡେସନ ଅନ୍ୟାନ୍ୟ ଅଂଚଳରେ ଏପରି କାଯ୍ୟକ୍ରମ ଆରମ୍ଭ କରିବାକୁ ଏହି ପୁରସ୍କାର ପ୍ରେରଣା ଯୋଗାଇବ ବୋଲି ସେ କହିବା ସହିତ ଜୁରି ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲା ।
ନାବାର୍ଡ ସହଯୋଗରେ ଓଡିଶାର ଅନୁଗୁଳ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମନ୍ୱୀତ ଜଳଛାୟା ବିକାଶ ପ୍ରକଳ୍ପ ଓ ଛତିଶଗଡର ତମ୍ନାର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ୱାଡି ପ୍ରକଳ୍ପ ନିମନ୍ତେ ଜେଏସପିଏଲକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଜୁରି ମେମ୍ବର ମାନଙ୍କ ଦ୍ୱାରା ଦୁଇ ପର୍ଯ୍ୟୟ ମୂଲ୍ୟାୟନ ପରେ ଜେଏସପିଏଲକୁ ପରିବେଶ ବିଭାଗରେ ପୁରସ୍କାର ପାଇବା ନିମନ୍ତେ ଯୋଗ୍ୟ ବିବେଚିତ କରାଯାଇଥିଲା ।
ଏହି ପୁରସ୍କାର ଗ୍ରହଣ କରିବା ପରେ ଜେଏସପିଏଲର ସିଏସଆର ଗ୍ରୁପ୍ ମୂଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତା କହିଥିଲେ ଯେ, ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିବା ଗୌରବର କଥା । ନିଜ କାରଖାନାର ପରିପାଶ୍ୱର୍ରେ ଥିବା ଲୋକ ମାନଙ୍କର ବିକାଶ ନିମନ୍ତେ ଜେଏସପିଏଲ କାର୍ଯ୍ୟ କରି ଆସୁଛି । ସମନ୍ୱୀତ ଜଳଛାୟା ବିକାଶ ପ୍ରକଳ୍ପ ଓ ୱାଡି ପ୍ରକଳ୍ପ ଦ୍ୱାରା ଓଡିଶାର ଅନୁଗୁଳ ଜିଲ୍ଲାର ପ୍ରକଳ୍ପ ଗ୍ରାମ ଓ ଛତିଶଗଡର ତମ୍ନାର ଜିଲ୍ଲାର ପ୍ରକଳ୍ପ ଗ୍ରାମ ଗୁଡିକରେ ବହୁମୂଖୀ ବିକାଶ ହୋଇପାରିଛି ବୋଲି ସେ କହି ଥିଲେ ।
ନିକଟରେ ସମାଜିକ ନିବେଶ ନିମନ୍ତେ ଜେଏସପିଏଲକୁ ଇଣ୍ଡିଆ ସିଏସଆର ସମ୍ମାନ ପ୍ରଦାନ କରାଯିବା ସହିତ, ଓଡିଶା ସିଏସଆର ଫୋରମ ପକ୍ଷରୁ ଜେଏସପିଏଲ ଫାଉଣ୍ଡେସନକୁ ସମ୍ମାନୀକ କରାଯାଇ ଥିଲା ।
ଓଡିଶାର ଅନୁଗୁଳ ଜିଲ୍ଲାରେ ସମନ୍ୱୀତ ଜଳଛାୟା ବିକାଶ ପ୍ରକଳ୍ପ ଅଧିନରେ ୪୦୦୦ ଏକର କ୍ଷେତ୍ରରେ ଉପରମୂଣ୍ଡରୁ ତଳ ଅଂଚଳ ପର୍ଯ୍ୟନ୍ତ ବିଭିନ୍ନ କାଯ୍ୟକ୍ରମ ହାତକୁ ନିଆଯାଇଛି । ମୃତିକା ସଂରକ୍ଷଣ ଓ ଭୁତଳ ଜଳ ରିଚାର୍ଜ ନିମନ୍ତେ ଜୈ÷ବ ପ୍ରଯୁକ୍ତି କାର୍ଯ୍ୟକ୍ରମ କରାଯାଉଛି । ଏହା ଦ୍ୱାରା ୨୦୦୦ କୃଷି ଉପରେ ନିର୍ଭରଶୀଳ ପରିବାର ଏବଂ ୨୫୦ ଭୂମିହୀନ ପରିବା ଉପକୃତ ହୋଇ ପାରିଡଛନ୍ତି । ଛତିଶଗଡର ତମ୍ନାର ଜିଲ୍ଲାରେ ୱାଡି ପ୍ରକଳ୍ପ ଅଧିନରେ ବିଭିନ୍ନ ବଗିଚାକୃଷି କାର୍ଯ୍ୟକ୍ରମ କରାଯାଇଛି, ଯାହାଦ୍ୱାରା ୫୦୦ରୁ ଅଧିକ ଆଦିବାସୀ ପରିବାର ଉପକୃତ ହୋଇପାରିଛନ୍ତି ।
ଏତଦ୍ ବ୍ୟତୀତ, ଜେଏସପିଲ ପକ୍ଷରୁ ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ନିଜ କାରଖାନାର ପରିପାଶ୍ୱର୍ରେ ଥିବା ଗ୍ରାମ ଗୁଡିକରେ ୧୦ ଲକ୍ଷରୁ ଅଧିକ ବୃକ୍ଷରୋପଣ ଏବଂ ୨୦୦ରୁ ଅଧିକ ପୁଷ୍କରିଣୀ ଓ ଜଳ ଅମଳ ସଂରଚନା ଖନନ କରାଯାଇଛି ।

Leave a Reply

Your email address will not be published. Required fields are marked *