ଜେଏସପିଏଲକୁ ଉତ୍କଳ ଉତ୍କର୍ଷ ସିଏସଆର୍ ସମ୍ମାନ

ଭୂବନେଶ୍ୱର, (ଓଏନ୍ଏସ୍/ଆଇଏନ୍ଏସ୍): ଅନୁଗୁଳ ଜିଲ୍ଲାରେ ସମନ୍ୱୀତ ଜଳଛାୟା ପ୍ରକଳ୍ପ ଦ୍ୱାରା ପ୍ରାକୃତିକ ସଂପଦ ପରିଚାଳନା ନିମନ୍ତେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲି (ଜେଏସପିଏଲ)କୁ ଉକ୍ରଳ ଉକ୍ରର୍ଷ ସିଏସଆର୍ ସମ୍ମାନ ପ୍ରଦାନ କରାଯାଇଛି । ଭୂବନେଶ୍ୱର ଠାରେ ଆଜି ଆୟୋଜିତ ଉକ୍ରଳ ସିଏସଆର୍ ସମିଟ୍ରେ ମାନ୍ୟବର ସାଂସଦ ଡଃ ପ୍ରଶନ୍ନ କୁମାର ପାଟ୍ଟସାଣୀ ଏହି ପୁରସ୍କାର ପ୍ରଦାନ କରିଥିଲେ ।
ଜେଏସପିଏଲ ସିଏସଆର ବିଭାଗ ସଦସ୍ୟ ମାନଙ୍କୁ ଅଭିନନ୍ଦନ ଜଣାଇ କଂପାନୀର ଗ୍ରୁପ ସିଏସଆର ମୂଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତା କହିଥିଲେ ଯେ, ଜନସାଧାରଣଙ୍କ ବିକାଶ ଓ ପରିବେଶ ସୁରକ୍ଷା ନିମନ୍ତେ ଜଳଛାୟା ପ୍ରକଳ୍ପ ଏକ ଆଦର୍ଶ କାର୍ଯ୍ୟକ୍ରମ । ପରିବେଶ ଓ ପ୍ରାକୃତିକ ସଂପଦ ପରିଚାଳନା କ୍ଷେତ୍ରରେ ଆହୁରି ଅଧିକ କାର୍ଯ୍ୟକରିବା ନିମନ୍ତେ ଏହି ପୁରସ୍କାର ଆମକୁ ପ୍ରୋତ୍ସାହିତ କରିବ ।
ଜେଏସପିଏଲ ପକ୍ଷରୁ ଏହାର ଏଜିଏମ (କର୍ପୋରେଟ୍ ସିଏସଆର) ନିହାରିକା ସାହୁ, ସୁଚିତା ହୋରୋ ଓ ମୈତ୍ରେୟୀ ମିଶ୍ରଙ୍କ ସହିତ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ଏଠାରେ ସୁଚନାଯୋଗ୍ୟ ଯେ, ନାବାର୍ଡ ସହଯୋଗରେ ଜେଏସପିଏଲ ପକ୍ଷରୁ ଅନୁଗୁଳ ଜିଲ୍ଲାରେ ସମନ୍ୱୀତ ଜଳଛାୟା ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହି ପ୍ରକଳ୍ପ ଅଧିନରେ ୪୦୦୦ ଏକର କ୍ଷେତ୍ରରେ ଉପରମୂଣ୍ଡରୁ ତଳ ଅଂଚଳ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହାଦ୍ୱାରା ୨୫୦୦ରୁ ଅଧିକ ପରିବାର ଉପକୃତ ହୋଇ ପାରିଛନ୍ତି ।

Leave a Reply

Your email address will not be published.