ନିଅାଁଗିଳା ଚର୍ଚ୍ଚିଲଙ୍କ ଭବିଷ୍ୟବାଣୀ

 

ଡ଼ାକ୍ତର ସୁରେନ୍ଦ୍ର ନାଥ ଦାଶ
ଆମ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଇଂଲଣ୍ଡର ବିଶିଷ୍ଟ ଜନ ନାୟକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନୋବେଲ୍ ପୁରସ୍କାର ବିଜେତା ସାର୍ ଉଇନ୍ ଷ୍ଟନ୍ ଚର୍ଚ୍ଚିଲ୍ ସାରା ବିଶ୍ୱର ଦୁଇ ଜଣ ଅତି ପ୍ରଭାବଶାଳୀ ନେତା ଭାବେ ଖ୍ୟାତି ଲାଭ କରିଥିଲେ । ଗାନ୍ଧୀଜୀ ଭାରତୀୟମାନଙ୍କୁ ବ୍ରିଟିସ୍ ଶାସନ କବଳରୁ ମୁକ୍ତ କରି ସ୍ୱାଧୀନତାର ଆଲୋକ ଦେବା ପାଇଁ ଆନେ୍ଦାଳନ କରୁଥିଲେ । ସେ ଥିବା ଯାଏ ଭାରତ ସ୍ୱାଧୀନତା ପାଇବ ନାହିଁ ବୋଲି ଚର୍ଚ୍ଚିଲ୍ ଦୃଢ କଣ୍ଠରେ ଘୋଷଣା କରୁଥିଲେ । ତାଙ୍କ ମତରେ ଇଂରେଜ ଶାସନ ଭାରତୀୟ ମାନଙ୍କର ଅଶେଷ ଉପକାର କରିଅଛି । ମହାମହିମ ସମ୍ରାଟଙ୍କ ସାମ୍ରାଜ୍ୟର ଅଙ୍ଗ ଛେଦ ପାଇଁ ମୁଁ ପ୍ରଧାନମନ୍ତ୍ରୀ ହୋଇନାହିଁ ବୋଲି ସେ ଘୋଷଣା କରିଥିଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଚର୍ଚ୍ଚିଲି ଇଂଲଣ୍ଡର ଯୁଦ୍ଧକାଳୀନ ସରକାରର ପ୍ରଧାନମନ୍ତ୍ରୀ ହୋଇଥିଲେ । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ରୁଜ୍ ଭେଲ୍ଟ ଓ ସୋଭିଏତ୍ଋଷ୍ର ଶାସକ ଷ୍ଟାଲିନ୍ଙ୍କ ସହ ମିଶି ସେ ଜର୍ମାନୀକୁ ପରାସ୍ତ କରିଥିଲେ । ଗାନ୍ଧୀଜୀ ଓ ତାଙ୍କ ଭିତରେ ସଂପର୍କ ଅତି ତିକ୍ତ ଓ କୌତୁହଳପ୍ରଦ ଥିଲା । ଗାନ୍ଧୀଜୀ ଯେତେବେଳେ ଦକ୍ଷିଣ ଆଫି୍ରକାରେ ଭାରତୀୟମାନଙ୍କ ପାଇଁ ଲଢୁଥିଲେ, ଚର୍ଚ୍ଚିଲ୍ ଏକ ପତି୍ରକାର ପ୍ରତିନିଧି ରୂପେ ଜୁଲୁ ବିବରଣୀ ସଂଗ୍ରହ କରୁଥିଲେ । ଏକ ଆମ୍ବୁଲାନ୍ସ ବି୍ରଗେଡ଼୍ର ନେତା ରୂପେ ଗାନ୍ଧୀଜୀ ଯୁଦ୍ଧ କ୍ଷେତ୍ରରେ ଆହତଙ୍କ ସେବା କରୁଥିଲେ । ଏହିଠାରେ ଉଭୟଙ୍କ ମଧ୍ୟରେ ପ୍ରଥମ କରି ପରୋକ୍ଷ ପରିଚୟ ହୋଇଥିଲା ।
କାହିଁକି କେଜାଣି ଚର୍ଚ୍ଚିଲ୍ ଗାନ୍ଧୀଜୀଙ୍କର ଜଣେ ତୀବ୍ର ସମାଲୋଚକ ଥିଲେ । ସେ କହୁଥିଲେ, ଗାନ୍ଧୀ ଜଣେ ଧୂର୍ତ୍ତ ରାଜନୀତିଜ୍ଞ । ତାଙ୍କର ଅହିଂସା ଛଳନା ମାତ୍ର । ଇଂରେଜମାନଙ୍କ ଉଦାରତାର ସୁଯୋଗ ନେଇ ସେ ସେମାନଙ୍କୁ ହଇରାଣ କରୁଛନ୍ତି । ସେ ଗାନ୍ଧୀଜୀଙ୍କୁ ମନୁଆ ଗାନ୍ଧୀ ବା ଉଇଲୀ ଗାନ୍ଧୀ ବୋଲି କହୁଥିଲେ । ଲବଣ ସତ୍ୟାଗ୍ରହ ପରେ ଯେତେବେଳେ ଗାନ୍ଧୀଜୀ ଭାଇସ୍ ରାୟ ଲର୍ଡ଼ ଇରିୱିନ୍ଙ୍କ ସହିତ ଚୁକ୍ତି କଲେ ଓ ସରକାର ଭାରତୀୟମାନଙ୍କ ଦାବି ମାନିନେଲେ, ଚର୍ଚ୍ଚିଲ୍ ଏହାକୁ ତୀବ୍ର ବିରୋଧ କରିଥିଲେ । ସେ କହିଥିଲେ, ‘ଜଣେ ଅଧା ଲଙ୍ଗଳା ବିଦ୍ରୋହୀ ବ୍ରିଟିସ୍ ସରକାରଙ୍କ ସହ ସମାସ୍କନ୍ଧ ହୋଇ ଚୁକ୍ତି ସ୍ୱାକ୍ଷର କଲେ । ବେଆଇନ କାମକୁ ଆଇନ ସଙ୍ଗତ କରାଗଲା । ଲାଜ-ଅପମାନରେ ମୁଣ୍ଡ ତଳକୁ ହୋଇଯାଉଛି ।’ ସେ ଗାନ୍ଧୀଜୀଙ୍କୁ ଅଧା ଲଙ୍ଗଳା ଫକିର କହୁଥିଲେ । ମାତ୍ର ଗାନ୍ଧୀଜୀ ତାଙ୍କ ସ୍ୱଭାବ ସୁଲଭ ଢଙ୍ଗରେ କହିଥିଲେ, “ମଣିଷ ଅନେକ ସାଧନା କଲେ ଫକିର ସ୍ତରକୁ ଉନ୍ନତ ହୋଇଥାଏ । ବାସ୍ତବରେ ଚର୍ଚ୍ଚିଲ୍ ମତେ ପ୍ରଶଂସା କରିଛନ୍ତି ।” ୧୯୦୯ ମସିହାରେ ଗାନ୍ଧୀଜୀ ଭାରତୀୟମାନଙ୍କ କେତେକ ଦାବୀ ନେଇ ଦକ୍ଷିଣ ଆଫି୍ରକାରୁ ବିଲାତ ଯାତ୍ରା କଲେ । ସେତେବେଳେ ଚର୍ଚ୍ଚିଲ ବ୍ରିଟିସ୍ ସରକାରର ଏକ ବିଭାଗରେ ଜଣେ ଉପଶାସନ ସଚିବ ଥିଲେ । ଗାନ୍ଧୀଜୀଙ୍କ ସହିତ ତାଙ୍କର ଆଲୋଚନା ହୋଇଥିଲା । ସେ ଗାନ୍ଧୀଜୀଙ୍କର ସବୁ ଦାବୀକୁ ପ୍ରତ୍ୟାଖାନ କରିଦେଇଥିଲେ ।
୧୯୩୧ ମସିହାରେ ବିଲାତରେ ଦ୍ୱିତୀୟ ଗୋଲ୍ଟେବୁଲ୍ ବୈଠକ ବସିଲା । ଏଥିରେ ଯୋଗ ଦେବାକୁ ଗାନ୍ଧୀଜୀ ଲଣ୍ଡନ ଯାତ୍ରା କଲେ । ସେଠାରେ ବିଭିନ୍ନ ଶ୍ରେଣୀର ଲୋକେ ଗାନ୍ଧୀଜୀଙ୍କୁ ସାକ୍ଷାତ କଲେ ଓ ସମ୍ବର୍ଦ୍ଧନା ଜଣାଇଲେ । ମହାମହିମ ସମ୍ରାଟ ଷଷ୍ଠ ଜର୍ଜ ମଧ୍ୟ ବଙ୍କିମ୍ହୋମ୍ ପ୍ୟାଲେସ୍କୁ ଗାନ୍ଧୀଜୀଙ୍କୁ ଚା’ପାନ ପାଇଁ ନିମନ୍ତ୍ରଣ କଲେ । ଏହା ସତ୍ତ୍ୱେ ଚର୍ଚ୍ଚିଲ୍ ଗାନ୍ଧୀଜୀଙ୍କୁ ସାକ୍ଷାତ କଲେ ନାହିଁ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ପରେ ଚର୍ଚ୍ଚିଲ୍ ବ୍ରିଟିସ୍ ସରକାରର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କଲେ । ଜଣେ ସାମରିକ ବିଷାରଦ ଲର୍ଡ଼ ୱାଭେଲ୍ଙ୍କୁ ଭାରତର ଭାଇସ୍ ରାୟ ଭାବେ ନିଯୁକ୍ତି ଦେଲେ । ଗାନ୍ଧୀଙ୍କ ସହ କୌଣସି ମିଳାମିଶା ନକରିବାକୁ ତାଙ୍କୁ ନିଦେ୍ର୍ଦଶ ଦିଆଗଲା । ୧୯୪୨ ମସିହାରେ ଗାନ୍ଧୀଜୀ ଭାରତଛାଡ଼ ଆନେ୍ଦାଳନ ଆରମ୍ଭ କଲେ । ଇଂରେଜମାନଙ୍କୁ ଭାରତ ଛାଡ଼ିବା ପାଇଁ ଗାନ୍ଧୀଜୀ ନିଦେ୍ର୍ଦଶ ଦେଲେ । ବ୍ରିଟିସ୍ ସରକାର କଠିନ ଦମନ ନୀତି ପ୍ରୟୋଗ କରି ସମସ୍ତ ତୁଙ୍ଗ କଂଗ୍ରେସ ନେତାଙ୍କୁ ବନ୍ଦୀ କଲେ । ଗାନ୍ଧୀଜୀ, କସ୍ତୁରବା ଓ ମହାଦେବ ଦେଶାଇଙ୍କୁ ପୁନାର ଆଗାଖାଁ ପ୍ୟାଲେସ୍ରେ ବନ୍ଦୀ କରି ରଖାଗଲା । ଏଥିରେ ମହାଦେବ ଦେଶାଇ ଓ କସ୍ତୁରବାଙ୍କର ମୃତୁ୍ୟ ଘଟିଲା । ଗାନ୍ଧୀଜୀଙ୍କର ସ୍ୱାସ୍ଥ୍ୟ ହାନି ଘଟିଲା । ବ୍ରିଟିସ୍ ମାନଙ୍କର ଦମନ ନୀତି ବିରୁଦ୍ଧରେ ସେ ୨୧ ଦିନ ପାଇଁ ଅନଶନ ଘୋଷଣା କଲେ । ଗାନ୍ଧୀଜୀଙ୍କର ଅନଶନ ସାରା ବିଶ୍ୱରେ ଚହଳ ପକାଇଦେଲା । ମାତ୍ର ଚର୍ଚ୍ଚିଲ୍ ୱାଭେଲ୍ଙ୍କୁ ନିଦେ୍ର୍ଦଶ ଦେଲେ ଯେ, ଗାନ୍ଧୀ ମରିଯାଆନ୍ତୁ, ଆମର କିଛି ଯାଏ ଆସେ ନାହିଁ । ତାଙ୍କ ଶବ ସଂସ୍କାର ପାଇଁ ଚନ୍ଦନ କାଠ ଅଣାଗଲା । ସବୁଦିନ ସକାଳୁ ଚର୍ଚ୍ଚିଲଙ୍କ ଗୋଟିଏ ପ୍ରଶ୍ନ, “ଗାନ୍ଧୀ ବୁଢା ମଲାଣି କି ନାହିଁ?” ଶେଷରେ ସବୁ ଆଶଙ୍କାର ଅବସାନ ଘଟାଇ ଗାନ୍ଧୀଜୀ ନିଜର ୨୧ ଦିନିଆ ଅନଶନ ସଂପୂର୍ଣ୍ଣ କଲେ । ବିଶ୍ୱବାସୀଙ୍କ ଚାପରେ ବାଧ୍ୟ ହୋଇ ଚର୍ଚ୍ଚିଲ୍ ଗାନ୍ଧୀଜୀଙ୍କୁ ମୁକ୍ତ କଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିଗଲା । ଏଥିରେ ଜୟଲାଭ କଲେ ମଧ୍ୟ ବ୍ରିଟିସ୍ର ଶକ୍ତି ଭାଙ୍ଗି ପଡ଼ିଲା । ଯୁଦ୍ଧ ପରବର୍ତ୍ତୀ ନିର୍ବାଚନରେ ବ୍ରିଟିସ୍ ଜନତା ନିଆଁଗିଳା ଚର୍ଚ୍ଚିଲ୍ଙ୍କୁ ଆଉ ଭୋଟ୍ ଦେଲେ ନାହିଁ । ଯୁଦ୍ଧ କ୍ଲାନ୍ତ ଇଂଲଣ୍ଡ ଶାନ୍ତି ଚାହିଁଲା । କ୍ଲେମେଣ୍ଟ ଅଟ୍ଟଲୀ ହେଲେ ପ୍ରଧାନମନ୍ତ୍ରୀ । ଲର୍ଡ଼ ମାଉଣ୍ଟ ବେଟେନ୍ ହେଲେ ଭାରତର ଭାଇସ୍ ଚାନ୍ସେଲର୍ । ଭାରତକୁ ସ୍ୱାଧୀନତା ଦେବା ପାଇଁ ଅଟ୍ଟଲୀ ବ୍ରିଟିସ୍ ପାର୍ଲିଆମେଣ୍ଟରେ ଘୋଷଣା କଲେ । ଏହା ଶୁଣି ନିଆଁଗିଳା ଚର୍ଚ୍ଚିଲ୍ ଶେଷ ଥର ପାଇଁ ଗର୍ଜ୍ଜି ଉଠିଲେ । ସେ କହିଥିଲେ, ଭାରତର ତଥାକଥିତ ନେତାମାନେ ସଂକୀର୍ଣ୍ଣ ମନା, ଅପାରଗ ଓ ସ୍ୱାର୍ଥପର! ସେମାନେ ଦେଶ ଶାସନ କରିବାକୁ ଅସମର୍ଥ! ଭାରତକୁ ସ୍ୱାଧୀନତା ଦିଆଗଲେ, ଦିନ କେଇଟା ପରେ ଭାରତ ଖଣ୍ଡବିଖଣ୍ଡିତ ହୋଇଯିବ! ସେମାନେ ମଧ୍ୟଯୁଗୀୟ ଶାସନକୁ ପୁଣି ଫେରିଯିବେ! ତାଙ୍କର ସମସ୍ତ ପ୍ରତିବାଦ ସତ୍ତ୍ୱେ ଭାରତ ସ୍ୱାଧୀନ ହେଲା । ଇଂରେଜ ମାନେ ଭାରତ ଛାଡ଼ିଲେ । ସ୍ୱାଧୀନତାର ୬୬ ବର୍ଷ ପରେ ଗାନ୍ଧୀଜୀଙ୍କ ଭାରତ ତା’ର ଅଖଣ୍ଡତାକୁ ଅକ୍ଷୂର୍ଣ୍ଣ ରଖିଛି ଓ ପ୍ରଗତି ପଥରେ ଆଗେଇ ଚାଲିଛି । ଚର୍ଚ୍ଚିଲ୍ ଙ୍କର ସେଦିନର ଭବିଷ୍ୟବାଣୀ ମିଥ୍ୟା ବୋଲି ପ୍ରମାଣିତ ହୋଇଛି ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ- ୯୪୩୭୨୩୫୩୮୬

Leave a Reply

Your email address will not be published. Required fields are marked *