ଭାରତୀୟ ରାଜନୀତିରେ ସେବା ରାଜନୀତି କମ୍, ଅପରାଧ ବେଶୀ!

ଶରତ କୁମାର ରାଉତ
ସାଧାରଣତଃ ଆମେ ସର୍ବଦା ସୁଖ, ଶାନ୍ତି, ଆନନ୍ଦ ଓ ସବୁ କିଛି ଭଲ ·ହିଁଥାଉ । ମାତ୍ର ଏ ସବୁ ପାଇବା ପାଇଁ କର୍ତବ୍ୟ କରି ନଥାଉ କି ସଚେତନ ହୋଇ ନଥାଉ । କିଛି ପାଇବାକୁ ହେଲେ, କିଛି କରିବାକୁ ପଡିଥାଏ । ହେଲେ ଆମେ କର୍ତବ୍ୟ ନକରି କେବଳ ପାଇବାକୁ ·ହୁଁଛେ । ଆମଦେଶର ମତଦାତା ଓ ରାଜନୀତିକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଉ । ଆମେ ଏକ ପକ୍ଷରେ ରାଜ୍ୟ ଓ ଦେଶ ପାଇଁ ଭଲ ସରକାରର କଳ୍ପନା କରୁଥିବା ବେଳେ ଅନ୍ୟ ପକ୍ଷରେ ଏଗୁଡିକର ଗଠନ ପାଇଁ ପ୍ରାର୍ଥୀଙ୍କର ଗୁଣ-ଚରିତ୍ରକୁ ବେନଜର କରୁଛେ । ସ୍ୱଚ୍ଛ ପ୍ରଶାସନ ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କର କାର୍ଯ୍ୟକଳାପ, ଶିକ୍ଷା ଓ ଦକ୍ଷତାର ସୂଚନା ମତଦାତାଙ୍କ ପାଖରେ ପହଂଚିବା ଉଚିତ, ଯେପରି ମତଦାତା ଉପଯୁକ୍ତ ନିଷ୍ପତି ନେଇ ମତଦାନ କରିପାରିବେ । ବାସ୍ତବତା ଦେଖାଗଲେ, ଆମର ରାଜନୈତିକ ନେତାମାନେ ରାଜନୀତିର ·ଦର ଭିତରେ ନିଜ ଚରିତ୍ରକୁ ଲୁ·ଇ ନିର୍ବାଚନ ରଣାଙ୍ଗାନରେ ଅବତୀର୍ଣ୍ଣ ହେଉଛନ୍ତି । ଯେପରି ନିଜର ଅପରାଧ ଓ ପାପ ଉପରେ ପର୍ଦ୍ଦା ଢାଙ୍କି ପାରିବେ । ସେହିଭଳି ଏବେ ଆମ ପ୍ରତିନିଧିଙ୍କ ଠାରୁ ଗଣତାନ୍ତ୍ରିକ ସଂସ୍କାରବାଦୀ କାର୍ଯ୍ୟ ପ୍ରଣାଳୀର ଆଶା କରାଯିବା ସ୍ୱପ୍ନ ହୋଇ ଗଲାଣି । ଏଥିରେ ମତଦାତା ମାନଙ୍କର ମଧ୍ୟ କିଛି ଭୁଲ୍ ରହିଛି । ସେମାନେ ନିର୍ବାଚନ ସମୟରେ ସହଜରେ ପ୍ରଭାବିତ ହୋଇ ଯାଆନ୍ତି । ଯଦ୍ୱାରା ଅଯୋଗ୍ୟ, ଅପରାଧୀ ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ପ୍ରତିନିଧି ଭାବେ ନିର୍ବାଚିତ ହୋଇ ଯାଉଛନ୍ତି । ଅଧିକାଂଶ ଦେଶରେ ଲୋକପ୍ରତିନିଧି ମାନଙ୍କ କାର୍ଯ୍ୟକଳାପ ସଂପର୍କରେ ସେଠାକାର ମିଡ଼ିଆ ନିୟମିତ ଲୋକମାନଙ୍କୁ ସୂଚନା ଦେଇଥାନ୍ତି । ଯଦ୍ୱାରା ଲୋକେ ନିଜର ପ୍ରତିନିଧିଙ୍କ ସଂପର୍କରେ ଜାଣନ୍ତି ଓ ସଚେତନ ହୁଅନ୍ତି । ହେଲେ ଆମ ଦେଶର ମିଡ଼ିଆ ଏଥିପ୍ରତି ବିଶେଷ ଗୁରୁତ୍ୱ ଦିଏ ନାହିଁ । ଯଦିଓ ମିଡ଼ିଆ କି କୌଣସି ସଂଗଠନ ଏହି ପ୍ରକି୍ରୟା ଆରମ୍ଭ କଲା, ତେବେ ରାଜନୈତିକ ଦଳ ଏପରିକି ସରକାର ମଧ୍ୟ ଉକ୍ତ ମିଡ଼ିଆ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଏ ନାହିଁ । ଅତୀତରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ନିର୍ବାଚନ ଆୟୋଗଙ୍କୁ ନିଦେ୍ର୍ଦଶ ଦେଇଥିଲେ ଯେ, ସେ ସଂସଦୀୟ ଓ ବିଧାନସଭା ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କର ଅପରାଧିକ ରେକର୍ଡ ସଂପର୍କରେ ମିଡିଆ ମାଧ୍ୟମରେ ମତଦାତା ମାନଙ୍କୁ ସୂଚନା ପ୍ରଦାନ କରିଯିବା ଉଚିତ । ସେହି ଅନୁଯାୟୀ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଦେ୍ର୍ଦଶ ମାନ ଜାରି ହେଉଛି । ବାସ୍ତବରେ ଏହା ଗଣତନ୍ତ୍ରକୁ ସ୍ୱଚ୍ଛ ଓ ସୁଦୃୃଢ କରବା ପାଇଁ ଉପଯୁକ୍ତ ପଦକ୍ଷେପ । ମାତ୍ର ଏହା କେବଳ କାଗଜପତ୍ରରେ ସୀମିତ ରହିଛି । ଅତୀତରେ ମାନ୍ୟବର ସୁପି୍ରମ୍ କୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ସାଂସଦ, ବିଧାୟକ ଓ ରାଜନୈତିକ ନେତାଙ୍କ ନିଦ ହଜାଇ ଦେଇଥିଲା । ଉକ୍ତ ଆଇନ ସଠିକ୍ ଭାବେ କାର୍ଯ୍ୟକାରୀ ହୋଇଥିଲେ, ଅନେକ ସାଂସଦ ଓ ବିଧାୟକ ନିଜ ପଦବୀ ହରାଇ ଥାନ୍ତେ ଓ ଅନେକ ଅପରାଧଲିପ୍ତ ବ୍ୟକ୍ତି ନିର୍ବାଚନରେ ଲଢି ପାରି ନଥାନ୍ତେ । ସେ ଯାହାହେଉ ଗୁରୁତର ଅପରାଧଲିପ୍ତ ଅନେକ ଲୋକେ ରାଜନୀତିରେ ପ୍ରବେଶ କରି ଲୋକପ୍ରତିନିଧି ଆସନରେ ବସୁଥିବା ଦେଖାଯାଉଛି । ଦୁଃଖର କଥା ଯେ, ସେମାନଙ୍କୁ ବିଭିନ୍ନ ରାଜନୈତିକ ଦଳ ଅଧିକ ଗୁରୁତ୍ୱ ଦେଉଛନ୍ତି । ସେମାନେ ନିଜର ଅର୍ଥବଳ ଓ ବାହୁବଳରେ ନିଜେ ଜିତିବା ସହିତ ଆଉକିଛି ଆସନରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଆଣି ପାରିବେ ବୋଲି ଦଳ ମାନଙ୍କର ଦୃଢ ଆଶା ରହୁଛି ଓ ସତକୁ ସତ ତାହା ହିଁ ହେଉଛି । ଏପରିକି ରାଜନୀତିରେ, ପ୍ରାର୍ଥୀ ଚୟନରେ, ନିର୍ବାଚନ ପ୍ରଚାରରେ, ମନ୍ତ୍ରୀମଣ୍ଡଳ ଗଠନରେ ଓ ପ୍ରଶାସନକୁ ଚଳାଇବାରେ ବା ନିୟନ୍ତ୍ରଣ କରାଇବାରେ ଏହିଭଳି ନେତା ମାନଙ୍କର ପ୍ରମୁଖ ଭୂମିକା ରହୁଥିବା ଦେଖା ଯାଉଛି । ଅତଏବ ରାଜନୀତିରେ ଅପରାଧ ପ୍ରବେଶ କରିଥିବା ସ୍ପଷ୍ଟ ।
ଆଜିର ରାଜନୀତିରେ ଅପରାଧୀ ଓ ମାଫିଆଙ୍କର ପ୍ରଚଣ୍ଡ ପ୍ରଭାବ ଥିବା ଦେଖା ଯାଉଛି । ଦେଶର କେତେକ ବରିଷ୍ଠ ନେତା ଓ ବୁଦ୍ଧିଜୀବୀ ମାନେ ମଧ୍ୟ ଏହାକୁ ସ୍ୱୀକାର କରୁଛନ୍ତି ଓ ଚିନ୍ତାପ୍ରକଟ କରୁଛନ୍ତି । ଏବେ ରାଜନୀତି ସ୍ୱୟଂ ହିଁ ଏକ ଅପରାଧ ପାଲଟି ଯାଇଛି । ଦେଶରେ ରାଜନୀତିର ନୂଆ ରୂପ ଦେଖା ଦେଇଛି । ଗୁଣ୍ଡା-ବଦମାସଙ୍କ ନେତୃତ୍ୱ ନେଉଥିବା ଲୋକେ ଏବେ ରାଜନୀତିକ ନେତା ପାଲଟି ଯାଉଛନ୍ତି । ଏହାଛଡା ସ୍ମଗଲର୍, ଠିକାଦାର, େ·ରା ବେପାରୀ ଓ ଧନୀ ଲୋକଙ୍କର ରାଜନୀତିକୁ ଅବାଧ ପ୍ରବେଶ ଆରମ୍ଭ ହୋଇଛି । ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ୍ ଅଧ୍ୟକ୍ଷ, ମନ୍ତ୍ରୀ ପଦ ଭଳି କେତେକ ଗୂୁରୁତ୍ୱପୂର୍ଣ୍ଣ ପଦବୀ ପାଇବା ପାଇଁ ନେତାମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଇ ସୁଯୋଗରେ ଗୁଣ୍ଡା, ବଦମାସ ଓ ଅସାମାଜିକ ଲୋକେ ସଂପୂର୍ଣ୍ଣ ଭାବେ ଲୋକସଭା ଓ ବିଧାନସଭା ଉପରେ ନିଜର ପ୍ରଭାବ ବିସ୍ତାର କରି ନେବାର ଆଶଙ୍କା ପ୍ରକାଶ ପାଉଛି । ଏଭଳି ନେତାଙ୍କ ଦ୍ୱାରା ଅପରାଧ ଓ ଭ୍ରଷ୍ଟାଚାର ବହୁ ଅଧିକ ବଢି ଯାଇଛି । ଏମାନଙ୍କ ସଂକୀର୍ଣ୍ଣ ମାନସିକତାର ପରିଣତି ସ୍ୱରୂପ ଅନେକ ଅଂଚଳରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଉଛି । ବିଭିନ୍ନ ଅଂଚଳରେ ଗୋଷ୍ଠୀ ସଂଘର୍ଷ ଏହାର ଉଦାହରଣ ହୋଇଛି । ଭୋଟ୍ ବ୍ୟାଙ୍କ ସୃଷ୍ଟି ପାଇଁ ଜାତୀୟତାର ଭାବ ଭୁଲି ଚାଲିଥିବା ସେହି ନେତା ମାନଙ୍କର ଏହା ଏକ ପ୍ରମୁଖ କାର୍ଯ୍ୟ ହୋଇଛି । ଏପରିକି ଭ୍ରଷ୍ଟା·ର ଓ ହିଂସାକାଣ୍ଡ ଛଡା କିଛି ମିଳି ପାରିବ ନାହିଁ ବୋଲି ନବଯୁବକ ମାନଙ୍କ ମନରେ ବିଶ୍ୱାସ ସୃଷ୍ଟି ହୋଇ ଚାଲିଛି । ସହଜେ ପ୍ରାର୍ଥୀ ଚୟନରେ ଅର୍ଥବଳ ଓ ବାହୁବଳକୁ ବେଶୀ ଗୁରୁତ୍ୱ ଦିଆ ଯାଉଥିବା ଦେଖା ଯାଉଛି । ଦେଶରେ ଜନତାଙ୍କ ଦ୍ୱାରା ଶାସନ ସା୍ଥନରେ ଜନତାଙ୍କ ନାଁରେ ଶାସନ ପ୍ରତିଷ୍ଠା ହୋଇ ·ଲିଛି । ମୌଳିକ ଅଧିକାର ସ୍ଥାନରେ ନୀତି-ନୀୟମର ଦ୍ୱାହିଦେବା, ନିରପେକ୍ଷ ଅମଲାତନ୍ତ୍ର ସା୍ଥନରେ ପ୍ରତିବଦ୍ଧ ଅମଲାତନ୍ତ୍ର ତଥା ନ୍ୟାୟପାଳିକା ଉପରେ ·ପ ଆଦି ଘଟଣା କ୍ରମେ ବଢି·ଲିଛି । ଏହା ଗଣତନ୍ତ୍ର ପାଇଁ ଅଶୁଭ ସଂକେତ ବୋଲି କୁହାଯାଉଛି ।
ଅଧିକାଂଶ ସଦସ୍ୟ ଅର୍ଥବଳ ଓ ବାହୁବଳ ଦ୍ୱାରା ଲୋକସଭା ଓ ବିଧାନସଭା ମାନଂକରେ ପ୍ରବେଶ କରୁଥିବାରୁ ଗୃହକାର୍ଯ୍ୟ ·ଲିବାରେ ବ୍ୟାହତ ସୃଷ୍ଟି ହେଉଛି । କେତେକ ସଦସ୍ୟ ସଂସଦୀୟ ନିୟମ ଓ ପରମ୍ପରା ଡ଼ରରେ ଗୃହରେ ଅନୁପସ୍ଥିତ ରହୁଛନ୍ତି । ବେଳେବେଳେ ଲୋକସଭା, ରାଜ୍ୟସଭା ଓ ବିଧାନସଭା ମାନଙ୍କରୁ କେତେକ ସଦସ୍ୟଙ୍କ ନିଲମ୍ବନ ଆମ ସଂସଦୀୟ ପରମ୍ପରା ପ୍ରତି ଏକ ଶକ୍ତ ଧକ୍କା ହୋଇଥିଲେ ହେଁ ଏଥିପ୍ରତି କେହି ସଚେତନ ହେଉ ନାହାଁନ୍ତି । ମୁଖ୍ୟତଃ ଅପରାଧଯୁକ୍ତ ସଦସ୍ୟମାନେ କ୍ରମେ ନିଜର ପ୍ରଭାବ ବୃଦ୍ଧି କରୁଥିବା ଓ ଆଇନ୍ ଆଖିରୁ ଖସି ଯାଉଥିବା ଦେଖାଯାଉଛି । ବହୁ ସଦସ୍ୟ ଓ ନେତାଙ୍କ ବିରୁଦ୍ଧରେ ଏବେ ମଧ୍ୟ ବିଭିନ୍ନ ମୋକଦ୍ଦମା ·ଲୁ ରହିଛି । ଦେଶରେ ମୋଟ ୪୮୦୭ ସାଂସଦ ଓ ବିଧାୟକଙ୍କ ମଧ୍ୟରୁ ପ୍ରାୟ ଦେଢ ହଜାରଙ୍କ ବିରୋଧରେ ଫୌଜଦାରି ମାମଲା ରହିଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ବିରୋଧରେ ଅତି ସମ୍ବେଦନଶୀଳ ମାମଲା ରହିଛି । ହେଲେ ଆଉ ଏମିତି ସଦସ୍ୟ ଅଛନ୍ତି ଯେ, ସେମାନଙ୍କ ଅପରାଧ ସାମ୍ନାକୁ ଆସିପାରି ନାହିଁ । ଅର୍ଥାତ୍ ସେମାନେ ଅର୍ଥବଳ,ବାହୁବଳ ପ୍ରୟୋଗ କରି ଓ ଆତଙ୍କ ସୃଷ୍ଟିକରି ନିଜ ଅପରାଧକୁ ଆଇନ ଅଦାଲତ୍ ପର୍ଯ୍ୟନ୍ତ ନେବାକୁ ଦେଇ ନାହାଁନ୍ତି । ସଂପ୍ରତି ଏପରି ଅବସ୍ଥା ସୃଷ୍ଟି ହୋଇଛି ଯେ, ଅପରାଧୀ ମାନେ ଆତଙ୍କ ଓ କଳାଧନ ବଳରେ ନିର୍ବାଚନ ଜିତିବାକୁ ସମର୍ଥ ହୋଇ ଯାଉଛନ୍ତି । ମାତ୍ର ରାଜନୀତିର ଛନ୍ଦକପଟରୁ ଉଦ୍ଧ୍ୱର୍ରେ ଥିବା ସୁଯୋଗ୍ୟ ପ୍ରାର୍ଥୀମାନେ ପରାଜୟ ବରଣ କରୁଛନ୍ତି । ଏଇ ଅବସ୍ଥାରେ ସେହି ଅପରାଧୀ ସଦସ୍ୟ ମାନଂକୁ କୌଣସି ନୈତିକ ସଂହିତା ବା ଆଇନ ରୋକି ପାରିବ ନାହିଁ ବୋଲି ମନେ ହେଉଛି । ଭାରତୀୟ ରାଜନୀତିକ ବ୍ୟବସ୍ଥାର ଭବିଷ୍ୟତ ଯଥାର୍ଥରେ ଆର୍ଥିକ ଉନ୍ନତି ଓ ସାମାଜିକ ନ୍ୟାୟ ବ୍ୟବସ୍ଥା ଉପରେ ନିର୍ଭର କରୁଛି । ସମାଜରେ ଆର୍ଥିକ ଉନ୍ନତି ସ୍ଥାପିତ କରିବା ପାଇଁ ମହଙ୍ଗାକୁ ନିୟନ୍ତ୍ରଣ କରିବାକୁ ହେବ । ବେକାରୀ ମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବାକୁ ହେବ । ଆରକ୍ଷଣ ନାଁରେ ଭୋଟ ରାଜନୀତିର ରୋଟି ସେକିବା ବନ୍ଦ୍ କରିବାକୁ ହେବ । ମୋଟ ଉପରେ ସବୁକିଛି ମତଦାତା ମାନଙ୍କ ନିଷ୍ପତି ଉପରେ ନିର୍ଭର କରୁଛି । ସେମାନଙ୍କୁ ସଚେତନ କରାଇବା ସରକାରଙ୍କର ମୁଖ୍ୟ କାର୍ଯ୍ୟ ହେବା ଉଚିତ । ମତଦାତା ମାନେ ସଚେତନ ହେଲେ, ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ହୋଇ ପାରିବ ଓ ରାଷ୍ଟ୍ର ଶକ୍ତିଶାଳୀ ହୋଇ ପାରିବ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର,ମୋ-୯୩୩୭୩୬୯୪୪୮

Leave a Reply

Your email address will not be published. Required fields are marked *