ସଫଳତା ଦିଗରେ ଦାରିଦ୍ର୍ୟ ଦୂରୀକରଣ ଯୋଜନା!

 

ଭୁବନେଶ୍ୱର, (ଆଇଏନ୍ଏସ୍): ବିକେନ୍ଦ୍ରୀକରଣ ଉପରେ ଆଧାରିତ ଶାସନ ବ୍ୟବସ୍ଥା ହିଁ ଗଣତନ୍ତ୍ର । ନିମ୍ନ ସ୍ତରରେ ଯଦିଓ ଗଣତାନ୍ତ୍ରିକ ମୂଲ୍ୟ ଓ ମାନ୍ୟତା ମଜଭୁତ୍ ନହୁଏ, ତେବେ ଉପର ସ୍ତରରେ ଗଣତନ୍ତ୍ର କଦାପି ସଫଳ ହୋଇ ପାରିବ ନାହିଁ । ଲୋକଙ୍କ ସମସ୍ୟା ସମାଧାନରେ ଲୋକଙ୍କ ପ୍ରତ୍ୟକ୍ଷ ଅଂଶ ଗ୍ରହଣ ହିଁ ଗଣତନ୍ତ୍ରର ସଂଜ୍ଞା । ଭାରତରେ ଜନତା ଓ ଜନପ୍ରତିନିଧି, ଶାସକ ଓ ଶାସିତମାନଙ୍କ ମଧ୍ୟରେ ସୁସଂପର୍କ ରହିବା ଉଚିତ । ଗଣତନ୍ତ୍ରର ସର୍ବଶ୍ରେଷ୍ଠ ପାଠଶାଳା ଓ ତାର ସଫଳତାର ସବୁଠୁ ଅଧିକ ଗ୍ୟାରେଂଟି ସ୍ଥାନୀୟ ସ୍ୱ-ଶାସନର ପରି·ଳନା ଅଟେ । ସାମୁହିକ ବିକାଶ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ୧୯୫୭ରେ ବଳବନ୍ତ ରାୟ ମେହେଟ୍ଟା ସମିତି ଗଠନ କରାଯାଇଥିଲା ଓ ଏହି ସମିତିର ରିପୋର୍ଟ ଅନୁଯାୟୀ ୧୯୫୯ ଅକ୍ଟୋବର ୨ରେ ଭାରତରେ ପଂଚାୟତିରାଜ ବ୍ୟବସ୍ଥାର ଆରମ୍ଭ ହୋଇଥିଲା । କିନ୍ତୁ ବାସ୍ତବରେ ଏହା ନବେ ଦଶକ ଠାରୁ ସାରା ଦେଶରେ କାର୍ଯ୍ୟକାରୀ ହୋଇ ଆସୁଛି । ପଂଚାୟତିରାଜ ଅଧିନିୟମର କେତେକ ନିୟମ ଅଧିକଂଶ ରାଜ୍ୟରେ ସଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ । ମାତ୍ର ଓଡ଼ିଶା ସରକାର ଅଧିନିୟମର ନିୟମଗୁଡ଼ିକ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ଯେଉଁଥିପାଇଁ ପଂଚାୟତ ଗୁଡ଼ିକର ଦୂ୍ରତ ବିକାଶ ହୋଇ ଚାଲିଛି ଓ ଗ୍ରାମାଂଚଳ ଲୋକେ ନିଜର ଅଧିକାର ଉପଭୋଗ କରିପାରୁଥିବା ଅନୁଭବ କରୁଛନ୍ତି ।
ଆଇଏନ୍ଏସ୍ କୁ ପ୍ରାପ୍ତ ସୂଚନାରୁ ଜଣା ପଡ଼ିଛି ଯେ, ସାଧାରଣ ପ୍ରଜାଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହାର ସୁଫଳ ଠିକ୍ ଭାବେ ପ୍ରଜା ମାନଙ୍କ ପାଖରେ ପହଂଚି ପାରିନାହିଁ । ଅଧିକାଂଶ ପ୍ରଜା ଦାରିଦ୍ର୍ୟ ସୀମାରେଖା ତଳେ ଅବସ୍ଥାନ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନାହାର, ଅର୍ଦ୍ଧାହାର ଓ ଅଳ୍ପାହାରର ବଳୟ ଭିତରେ ବଂଚୁଛନ୍ତି । ପ୍ରତି ମୁହୂର୍ତରେ ବିଭିନ୍ନ ମାରାତ୍ମକ ରୋଗ ଜନିତ ହେଉ କି ଅନାହାର ଜନିତ ମୃତୁ୍ୟର ତାଣ୍ଡବ ସେମାନଙ୍କ ପାଇଁ ଯେମିତି ଅଭିଶାପ ହୋଇଛି । ମାତ୍ର ବର୍ତମାନର ମନ୍ତ୍ରୀ ପ୍ରଦୀପ ମହାରଥୀ ଦାୟିତ୍ୱ ନେବା ଦିନ ଠାରୁ ପଂଚାୟତି ରାଜ ବିଭାଗକୁ ସକି୍ରୟ କରାଇବାକୁ ଯେପରି ତତ୍ପର ହୋଇ ଉଠିଛନ୍ତି, ଖୁବ୍ ଶୀଘ୍ର ବିଭାଗରେ ନୂଆ ସଂସ୍କାର ଆସି ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଶା କରାଯାଉଛି । ସାଧାରଣ ପ୍ରଜା ମାନଙ୍କ ବିକାଶ ଲାଗି ସରକାରୀ ନୀତି କାର୍ଯ୍ୟକାରୀ ଉପରେ ପ୍ରଦୀପ ବାବୁ ଗୁରୁତ୍ୱ ଦେଉଥିବା ବେଳେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ତାହାର କାର୍ଯ୍ୟକାରୀ ପ୍ରଣାଳୀର ବ୍ୟାପକ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରଦୀପ ବାବୁ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସକି୍ରୟ ରାଜନୀତିରେ ପାଦ ଦେଇଥିଲେ । ୧୯୮୫ ନିର୍ବାଚନରେ ସେ ପ୍ରଥମ ଥର ପାଇଁ ପିପିଲି ବିଧାନସଭା ଆସନରୁ ଜନତା ଦଳ ଟିକଟରେ ନିର୍ବାଚିତ ହୋଇଥିଲେ । ୧୯୯୦ରେ ମଧ୍ୟ ସେ ପୁଣି ଜନତା ଦଳ ଟିକଟରେ ପିପିଲି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ଲଗାତାର ସେ ବିଜୁ ଜନତା ଦଳ ଟିକଟରେ ସେହି ପିପିଲି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଯୁଧିଷ୍ଟିର ସାମନ୍ତରାୟଙ୍କୁ ୧୨,୫୦୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲା ବେଳେ ୨୦୧୪ ନିର୍ବାଚନରେ ପୁଣି କଂଗ୍ରେସର ଯୁଧିଷ୍ଟିର ସାମନ୍ତରାୟଙ୍କୁ ୩୩,୪୭୪ଭୋଟ୍ ବ୍ୟବଧାନରେ ପରାଜିତ କରିଥିଲେ । ଆଇଏନ୍ଏସ୍କୁ ମିଳିଥିବା ତଥ୍ୟରୁ ଜଣା ପଡ଼ିଛି ଯେ, ୧୯୮୫ ରୁ ୨୦୧୧ ମଧ୍ୟରେ ମନ୍ତ୍ରୀ ପ୍ରଦୀପ ବାବୁ ବିଧାନସଭାର ବିଭିନ୍ନ ଗୁରୁତ୍ପପୂର୍ଣ୍ଣ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ତୁଲାଇଥିଲେ । ୨୦୧୧ ମଇ ୧୦ ତାରିଖରେ ସେ ପ୍ରଥମ କରି କୃଷି ଓ ପଶୁସଂପଦ ମନ୍ତ୍ରୀ ଓ ୨୦୧୪ ମଇ ୨୧ରୁ ୨୦୧୭ ମଇ ୬ ତାରିଖ ପର୍ଯ୍ୟନ୍ତ ନୂଆ ମନ୍ତ୍ରୀମଣ୍ଡଳରେ ପୁଣି ସେହି କୃଷି ଓ ପଶୁ ସଂପଦ ମନ୍ତ୍ରୀ ଭାବରେ ସଫଳତାର ସହ ଦାୟୀତ୍ୱ ସଂପନ୍ନ କରିଥିଲେ ଓ ୨୦୧୭ ମଇ ୭ ତାରିଖରେ ପଂଚାୟତିରାଜ ବିଭାଗର ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୦୦ ମସିହାରେ ସେ ସରକାରୀ ଚିଫ୍ ହୁଇପ୍ ଭାବେ କାର୍ଯ୍ୟ କରିଥିଲା ବେଳେ ୧୯୯୨ରୁ ୧୯୯୬ ମଧ୍ୟରେ ମାର୍କଫେଡ଼୍ ଓ ସେଂଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କର ସଭାପତି ଦାୟିତ୍ୱ ତୁଲାଇ ଥିଲେ ।
ସୂଚନାଯୋଗ୍ୟ ଯେ, ସାଧାରଣତଃ ପଂଚାୟତ ପ୍ରଶାସନ ଦ୍ୱାରା ମିଳୁଥିବା ସୁବିଧା ସୁଯୋଗରୁ ସରକାରଙ୍କର ଭଲ-ମନ୍ଦ ଶାସନ ସଂପର୍କରେ ପ୍ରଜା ଅନୁଭବ କରିଥାନ୍ତିି । ଏଇ ଦୃଷ୍ଟିରୁ ବିଜେଡ଼ି ସରକାରର ବାସ୍ତବ ସ୍ୱରୂପ ଦର୍ଶାଇବାକୁ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବାବୁ ଲୋକଙ୍କ ସହ ସିଧା ସଂପର୍କ ରଖୁଥିବା ବେଳେ ପ୍ରଜାଙ୍କର କଲ୍ୟାଣ ପାଇଁ ସରପଂଚ ମାନେ ପଂଚାୟତର ସମସ୍ତ ସରକାରୀ ସେବା ଉପଲବ୍ଧ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ପ୍ରାୟତଃ ପଂଚାୟତରେ ସଂପାଦକ ବା ପିଇଓଙ୍କ ଦ୍ୱାରା ହେଉଥିବା ଦୁର୍ନୀତିକୁ ରୋକିବା ପାଇଁ ବିଡିଓଙ୍କୁ ଏଭଳି ଭିନ୍ନ ଭିନ୍ନ କ୍ଷମତା ପ୍ରଦାନ କରାଯାଇଛି ଯେ, ପଂଚାୟତର ବିକାଶ ପାଇଁ ଆସୁଥିବା ଅନୁଦାନ ବାଟମାରଣା ହେବାର କୌଣସି ଆଶଙ୍କା ନାହିଁ । ସେହିପରି ଦୁର୍ନିତି ଗ୍ରସ୍ତ କେତେକ ବିଡିଓ ଓ ଗ୍ରାମସେବକଙ୍କୁ ନିଲମ୍ବନ କରିି ଦୁର୍ନୀତି ନିୟନ୍ତ୍ରଣ ପାଇଁ ସବୁଜ ସଂଙ୍କେତ ଦିଆ ଯାଇଛି । ମନ୍ତ୍ରୀ ପ୍ରଦୀପ ବାବୁ ନିଜେ ବିଭିନ୍ନ ବ୍ଲକ୍ ଅଚାନକ୍ ଗସ୍ତ କରି ପ୍ରଜାମାନଙ୍କର ବିକାଶ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ସରକାରୀ ସେବାକୁ ଲୋକାଭିମୁଖୀ କରୁଛନ୍ତି । ପ୍ରତ୍ୟେକ ନାଗରିକଙ୍କ ପାଖରେ ପାନୀୟ ଜଳ ସୁବିଧା ପହଂଚାଇବା ପାଇଁ ପ୍ରତି ଗ୍ରାମ ପଂଚାୟତ ଅଂଚଳରେ ଆରମ୍ଭ ହୋଇଥିବା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟର ତ୍ୱାରାନ୍ୱିତ ପାଇଁ ସେ ଦୃଢ ପଦକ୍ଷେପ ନେଉଛନ୍ତି । ସହର ଓ ଗାଁ ଭିତରେ କୌଣସି ପ୍ରାର୍ଥକ୍ୟ ରହିବ ନାହିଁ ବୋଲି ପ୍ରଦୀପ ବାବୁଙ୍କର ଚିନ୍ତାଧାରା ଭବିଷ୍ୟତରେ ବାସ୍ତବରେ ପରିଣତ ହେବ ବୋଲି ବୁଦ୍ଧିଜୀବୀ ମାନେ ଆଶା କରୁଛନ୍ତି । ଗାଁର ବିକାଶ ଓ ଗାଁ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ମନ୍ତ୍ରୀଙ୍କର ଉଦ୍ୟମ ସ୍ୱାଗତ ଯୋଗ୍ୟ । ଇତି ମଧ୍ୟରେ ଶ୍ରୀ ମହାରଥୀ ନିଜର ନିଷ୍ଠାପର ଉଦ୍ୟମରେ ପଂଚାୟତିରାଜ ବିଭାଗରେ ବ୍ୟାପକ ସଂସ୍କାର ଆଣିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି । ତେବେ କେବିକେର ଅଧିକାଂଶ ପଂଚାୟତରେ ଦୁର୍ନିତ ନିୟନ୍ତ୍ରଣ ମନ୍ତ୍ରୀଙ୍କର ପ୍ରଧାନ କର୍ତବ୍ୟ ହେବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।
ଚାରି ଦଶନ୍ଧିର ରାଜନୀତିକ ଜୀବନ ଭିତରେ ମନ୍ତ୍ରୀ ପ୍ରଦୀପ ବାବୁଙ୍କର ସ୍ପଷ୍ଟବାଦିତା ଓ ସାହସିକତା ବାସ୍ତବରେ ତାଙ୍କୁ ଓଡ଼ିଶା ରାଜନୀତିକ ମଂଚର ଶୀର୍ଷରେ ପହଂଚାଇ ଦେଇଛି । କୌଣସି ବିଷୟରେ ତାଙ୍କର ମନ୍ତବ୍ୟ ସ୍ପଷ୍ଟ, ସୁନ୍ଦର ଓ ସର୍ବଗ୍ରହଣୀୟ ହେଉଛି । ରାଜନୀତିକ ଜ୍ଞାନର ପ୍ରଚଣ୍ଡ ଅଧିକାରୀ ପ୍ରଦୀପ ବାବୁ ନିଜ ରାଜନୀତିକ ଜୀବନର ପ୍ରତି ମୁହୂର୍ତକୁ ଓ ପ୍ରତି ଦାୟିତ୍ୱକୁ ଜନସେବାରେ ଓ ନିଷ୍ଠାର ସହ କିଛି ନୂଆ କରି ଦେଖାଇବାରେ ବିତାଉଛନ୍ତି । କୃଷି ବିଭାଗରେ ମଧ୍ୟ ସେ ଅନେକ ସଂସ୍କାର ଆଣିଛନ୍ତି, ଯାହା ରାଜ୍ୟର କୃଷି ବିଶେଷଜ୍ଞ, କୃଷକ ଓ ବୁଦ୍ଧିଜୀବୀ ମାନେ ସ୍ୱୀକାର କରୁଛନ୍ତି । ପଂଚାୟତିରାଜ ବ୍ୟବସ୍ଥାରେ ସଂସ୍କାର, ଦାରିଦ୍ର୍ୟ ନିରାକରଣ ଓ ଗରିବ କଲ୍ୟାଣ କ୍ଷେତ୍ରରେ ତାଙ୍କର ନିଷ୍ଠାପର ଓ ଦୂରଦୃଷ୍ଟି ସଂପନ୍ନ ବଳିଷ୍ଠ ପଦକ୍ଷେପ, କୃଷିର ବିକାଶ ପାଇଁ ବିଭିନ୍ନ ଯୋଜନା ଓ ପଦକ୍ଷେପ ଆଦି ତାଙ୍କ ମନ୍ତ୍ରୀତ୍ୱ ସମୟର ପରାକାଷ୍ଠା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଆଇଏନ୍ଏସ୍ ।

Leave a Reply

Your email address will not be published. Required fields are marked *