ପଂଚାୟତିରାଜ ବିଭାଗରେ ଚାଂଚଲ୍ୟ

ଭୁବନେଶ୍ୱର, (ଆଇଏନ୍ଏସ୍): ସଚିବାଳୟର ପଂଚାୟତିରାଜ ବିଭାଗରେ ଦୁଇଜଣ ଜିଲ୍ଲାସ୍ତରୀୟ ଅମଲାଙ୍କ ନିଯୁକ୍ତି ଓ ସଚିବାଳୟ ନଥିରେ ସେମାନେ କାର୍ଯ୍ୟକରୁଥବା ଅଭିଯୋଗ ପରେ ଚାଂଚଲ୍ୟ ସୃଷ୍ଟି ହୋଇଛି । ଏହି ଦୁଇଜଣ ହେଲେ ଶ୍ରୀ ବାସୁଦେବ ପୁରୋହିତ ଓ ଶ୍ରୀ ପ୍ରଭାକର ମହାରଣା । ଏମାନେ ସୁଦୂର କାଲିମେଳା ଜଳସେଚନ ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ । ସେଠାରେ କାମ ଶେଷ ହେବା ପରେ ସିଧା ରାଜ୍ୟ ସଚିବାଳୟର ପଂଚାୟତିରାଜ ବିଭାଗରେ ନିଯୁକ୍ତି ଆଶ୍ଚର୍ଯ୍ୟଜନକ ମନେହୁଏ । ପଂଚାୟତିରାଜ ବିଭାଗରେ ମୁତୟନ ପରେ ବିଭାଗୀୟ ନଥିପତ୍ର ପ୍ରସ୍ତୁତ କରିବା ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଲାଂଚ ଦାବି କରିବା ଘଟଣା ସଚିବାଳୟ ସେବାସଂଘ ଦୃଷ୍ଟିକୁ ଆସିଛି । ସୂଚନାଯୋଗ୍ୟ ଯେ, ଅତୀତରେ ଜନୈକ ଦାମୋଦର ସାହୁ ଜିଲ୍ଲାସ୍ତରୀୟ ଅମଲାଙ୍କୁ ପଂଚାୟତିରାଜ ବିଭାଗରେ ନିଯୁକ୍ତି ଦିଆଯାଇଥିଲା ଓ ପରେ ସଚିବାଳୟ ସେବାସଂଘ ପ୍ରତିବାଦ କରିବାରୁ ଶ୍ରୀ ସାହୁଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା ।

Leave a Reply

Your email address will not be published. Required fields are marked *