ସଚିବାଳୟ ସେବା ସଂଘର ଆନେ୍ଦାଳନ ଧମକ

ଭୁବନେଶ୍ୱର, (ଆଇଏନ୍ଏସ୍): ବିଭାଗୀୟ ମୁଖ୍ୟ ଅମଲାଙ୍କ ଆନେ୍ଦାଳନ ପରେ ସଚିବାଳୟ ସେବାସଂଘ ଆନେ୍ଦାଳନକୁ ଓହ୍ଲାଇବ ବୋଲି ଆଲୋଚନା ହେଉଛି । ଦୀର୍ଘ ଚାରିବର୍ଷ ଧରି ଏହି ସଂଘର କୌଣସି ଦାବି ପୂରଣ ହୋଇ ନାହିଁ । ବରଂ ସମସ୍ତ ଯୁଗ୍ମଶାସନ ସଚିବ ଓ ଅତରିକ୍ତ ଶାସନ ସଚିବ ପଦବୀ ଖାଲି ରଖି ସରକାର କର୍ମଚାରୀଙ୍କ ପଦୋନ୍ନତିକୁ ବନ୍ଦ କରିଦେଇଛନ୍ତି । ଓଏଏସ ଓ ଓଏଫଏସ ଅଧିକାରୀମାନଙ୍କର କ୍ୟାଡର ପୁନର୍ବିନ୍ୟାସ କରି ସେମାନଙ୍କର ପଦୋନ୍ନତିର ସୁଯୋଗ ସୃଷ୍ଟି କରାଯାଇଥିଲାବେଳେ ସଚିବାଳୟ ସେବାସଂଘର ଦାବିକୁ ଏଡାଇ ଦିଆଯାଇଛି ।କ୍ୟାଡର ପୁନବିର୍ନ୍ୟାସ ସମେତ ଖାଲିଥିବବା ପଦବୀ ପୂରଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *