ଦୁର୍ନିତିରେ ଉବୁଟୁବୁ ରାଜଧାନୀ ଜନସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର, (ଆଇଏନ୍ଏସ୍): ରାଜଧାନୀବାସୀଙ୍କୁ ସ୍ୱଛ ପାନୀୟ ଜଳ ସହରାଂଚଳରେ ଯୋଗାଇଦେବାକୁ ରାଜ୍ୟ ସରକାର ଜନସ୍ୱାସ୍ଥ୍ୟ ଯାନ୍ତ୍ରୀିକ ମୁଖ୍ୟ ଦପ୍ତର ପ୍ରତିଷ୍ଠା କରିଛନ୍ତି । ଏହା ନଗର ଉନ୍ନୟନ ବିଭାଗରେ କାର୍ଯ୍ୟ କରୁଅଛି । ରାଜ୍ୟରେ ସହରାଂଚଳରେ ପାନୀୟ ଜଳ ଯୋଗାଣ ନିମନ୍ତେ ତିନୋଟି ଡିଭିଜନ କାର୍ଯ୍ୟ କରୁଛି । ପ୍ରତ୍ୟେକ ଡିଭିଜନରେ ନିର୍ବାହି ଯନ୍ତ୍ରୀ, ଜୁନିୟର ଯନ୍ତ୍ରୀମାନେ ନିୟୋଜିତ । କିନ୍ତୁ ରାଜଧାନୀବାସୀଙ୍କ ନିଜ ବାସଗୃହକୁ ପାନୀୟ ଜଳଯୋଗାଣ ପାଇଁ ଆମଶ୍ୟକୀୟ ଫିସ ଦାଖଲ କଲେ ସତ୍ୟନଗରସ୍ଥିତ ସହକାରି ନିର୍ବାହୀ ଯନ୍ତ୍ରୀ ମଞୁର କରି ସଂପୃକ୍ତ ସହକାରୀ ଯନ୍ତ୍ରୀଙ୍କୁ କନେକସନ ଦେବା ପାଇଁ ନିଦେ୍ର୍ଦଶ ଦିଅନ୍ତି । ଏହା ୫୦ ବର୍ଷ ଧରି ଚାଲିଆସିଛି । ଜଳଯୋଗାଣ ଉପଭୋକ୍ତାଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ହେଲାଣି । ରାଜଧାନୀର କଳେବର ଚାରିଗକୁ ବ୍ୟାପିଗଲାଣି । କଳିଙ୍ଗ ନଗର, ଚନ୍ଦ୍ରଶେଖରପୁର ଓ ପୁରୁଣା ଭୁବନେଶ୍ୱର ଅଂଚଳରୁ ଆବେଦନକାରୀମାନେ ସତ୍ୟନଗର ଆସି ଆବେଦନ କରିବା କଷ୍ଟକର ହୋଇପଡୁଛି । ଯାହାଫଳରେ ସତ୍ୟନଗରସ୍ଥିତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ନୂତନ କନେକସନ ପାଇର୍ ସର୍ବନିମ୍ନ ଏକ ହଜାରଟଙ୍କା ଦାବି କରୁଥିବାର ଅଭିଯୋଗ ହେଉଛି । ବରିଷ୍ଠ ନାଗରିକମାନେ ଏଠାକୁ ଆସି ବହୁ କଷ୍ଟ ଓ ଖର୍ଚାନ୍ତ ହେଉଛନ୍ତି ।
ରାଜଧାନୀବାସୀଙ୍କ ସୁବିଧା ନିମନ୍ତେ ଜଳଯୋଗାଣ ରେଂଟ ଡିଭିଜନର ବିକେନ୍ଦି୍ରକରଣ କରାଗଲେ ଉପଭୋକ୍ତାମାନେ ସୁମିଧା ପାଇପାରିବେ । ସେମାନଙ୍କୁ ସତ୍ୟନଗରକୁ ବାରମ୍ବାର ଦୌଡିବାକୁ ପଡିବ ନାହିଁ । ସମ୍ପୃକ୍ତ ଅଂଚଳର ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଜଳସଂଯୋଗ ମଞୁର କ୍ଷମତା ଦେବା ସହିତ ଖଜଣା ଆଦାୟ କରିବାକୁ ନିଷ୍ପତି ନିଆଯାଉ । ବିଦ୍ୟୁତ ବିଭାଗ(ସେସୁ) ତାର ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀମାନଙ୍କୁ ଦେୟ ଆଦାୟ କରିବାକୁ କ୍ଷମତା ପ୍ରଦାନ କରିଛନ୍ତି । ରାଜଧାନୀର ପ୍ରମୁଖ ସ୍ଥାନରେ ଜନସ୍ôାସ୍ଥ୍ୟ ବିଭାଗ ଅଫିସ ସ୍ଥାପନ କରି ଉପଭୋକ୍ତାମାନଙ୍କୁ ହଇରାଣ କରୁଥିବାର ବହୁ ଅଭିଯୋଗ ହେଉଛି । ଏଣୁ ଜନସ୍ୱାସ୍ଥ୍ୟ ଖଜଣା ବିଭାଗକୁ ଭାଙ୍ଗି ଦିଆଯାଇ ସମ୍ପୃକ୍ତ ଅଂଚଳର ସବଡିଭିଜନକୁ ଦେୟ ଆଦାୟ ପାଇଁ କ୍ଷମତା ପ୍ରଦାନ କରିବାକୁ ବହୁ ବରିଷ୍ଠ ନାଗରିକ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *