ଦାମଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ

ସୁବାସ ଷଡଙ୍ଗୀ
୨୦୧୮ ମସିହା । ସେପ୍ଟେମ୍ବର ୧୨ ତାରିଖ । ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପାରଦ୍ୱୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଗଲା । ସେତେବେଳେ ବିଜେଡିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଦିଲ୍ଲି ଗସ୍ତରେ ଥାଆନ୍ତି । ବିଜୁ ଜନତା ଦଳର ସଚିବ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଡାକ୍ତର ରାଉତଙ୍କ ବହିଷ୍କାର ଆଦେଶ ଜାରି କଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ରାଉତଙ୍କ ପାଟି ବନ୍ଦ ନାହିଁ ବା ବିଭିନ୍ନ କଳ୍ପନା ଜଳ୍ପନାର ଇତି ନାହିଁ ।
ବିଜୁ ଜନତା ଦଳରେ ଥିଲାବେଳେ ଡାଃ ରାଉତ ମୁଖ୍ୟମନ୍ତ୍ରୀଙ୍କର ପ୍ରଶଂସା କରୁଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କୁ ଦୃଢ ସମର୍ଥନ ଜଣାଇ ତୃତୀୟ ମହଲାର ଜଣେ ପ୍ରଭାବଶାଳୀ ବ୍ୟୁରୋକ୍ରାଟଙ୍କୁ ଟାର୍ଗେଟ କରୁଥିଲେ । ଏପରିକି ଏବେ ରାଜ୍ୟରେ ଅଫିସରମାନେ ଶାସନ କରୁଥବାର ସେ ଅଭିଯୋଗ କରି ପରୋକ୍ଷରେ ନବୀନବାବୁଙ୍କୁ ସମାଲୋଚନା କରୁଥିଲେ । ବ୍ରାହ୍ମଣମାନଙ୍କୁ ଭିକାରି କହି ସେମାନଙ୍କ କ୍ଷୋଭର ଶିକାର ହୋଇଥିଲେ । ଏମିତ ଅନେକ କାରଣରୁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ କୁହାଯାଇଥିଲେ ମଧ୍ୟ ସେ ଇସ୍ତଫା ନଦେଇ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଚାଲେଜ୍ଞ କରି ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଏଥର ତାଙ୍କୁ ମନ୍ତ୍ରୀମଣଡଳ ନୁହେଁ ଦଳରୁ ବହିଷ୍କାର କରି ନିଜର ପାରିବା ପଣିଆ ଦେଖାଇଛନ୍ତି ।
ଏମିତି ଦେଖିବାକୁ ଗଲେ ବିଜେଡି ଦଳରେ ପୁରୁଖା ନେତାମାନଙ୍କୁ ବହିଷ୍କାର କରିବା କିଛି ନୂଆ କଥା ନୁହେଁ । ବିଜୟ ମହାପାତ୍ର, ବ୍ରଜକିଶୋର ତ୍ରିପାଠୀ, ରାମକୃଷ୍ନ ପଟନାୟକ, ଦିଲ୍ଲିପ ରାୟ, ନଳିନୀ ମହାନ୍ତି, ଡ଼ାକ୍ତର କମଳା ଦାସ, ବୈଜୟନ୍ତ ପଣ୍ଡା ଓ ପ୍ୟାର ିମୋହନ ମହାପାତ୍ର ପ୍ରମୁଖ ବରିଷ୍ଠ ନେତାମାନେ ବିଭିନ୍ନ ସମୟରେ ନବୀନଙ୍କ ଦ୍ୱାରା ଦଳ ଓ ମନ୍ତ୍ରୀ ମଣ୍ଡଳରୁ ବହିଷ୍କୃତ ହୋଇଛନ୍ତି । ଏମିତିକି ପଂଚାନନ କାନୁନଗୋ ଦଳରୁ ବାହାରି ଯାଇଛନ୍ତି ।
ସବୁଠାରୁ ବଡ କଥା ହେଲା ଏମାନଙ୍କ ବହିଷ୍କାର ପରେ ସବୁଥରକ ଓଡିଶାର ମିଡିଆ କହୁଥିଲା ଦଳ ଉପରେ ଏହାର ଗଭୀର ପ୍ରଭାବ ପଡିବ । ଏମିତିକି ଦୁଇ ହଜାର ମସିହାରେ ଯେତେବଳେ ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କରାଗଲା, ସେତେବେଳ ଅନେକ ରାଜନୈତିକ ନେତା ଏବଂ ସାମ୍ବାଦିକ କହିଥିଲେ, ନବୀନବାବୁ ଜାଣିଶୁଣି ଦଳକୁ ଭାଙ୍ଗିଦେବାକୁ ଯାଉଛନ୍ତି । କିନ୍ତୁ ଆମେ ଦେଖିଲୁ ବିଜୟ ମହାପାତ୍ରଙ୍କ ପରେ ଦଳ ଅଧିକରୁ ଅଧିକ ସୁଦୃଢ ହେଲା । ଆଉ ଦଳରୁ ବିତାଡିତ ହେବ ପରେ ବିଜୟ ମହାପାତ୍ର ଓଡିଶା ରାଜନୀତିରେ ଏକରକମ ଏକଘରିକିଆ ହୋଇଗଲେ ।
ପୂର୍ବକଥା ପରେ ଆଲୋଚନା କରିବା । ଦାମବାବୁ ଦଳରୁ ବହିଷ୍କୃତ ହେବାପରେ ନବୀନବାବୁଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି । ଇଏ ତାଙ୍କର ଏକ ପୁରୁଣା ଅଭ୍ୟାସ । ଏଠାରେ ଏକ ଛୋଟିଆ ଉଦାହରଣ ଦିଆଯାଇପାରେ । ଜଣେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ଦ୍ୱାରା ଲିଖିତ ଏକ ବହି ଉଦଘାଟନ ସମୟରେ ଅଧ୍ୟାପକ ବିଶ୍ୱରଂଜନ ଅତିଥି ହୋଇଥାନ୍ତି । ବସନ୍ତବାବୁ ତାଙ୍କ ବହିରେ ଲେଖିଥିଲେ ଏକମାତ୍ର ଦାମବାବୁ ଶେଷ ପର୍ଯ୍ୟନ୍ତ ପ୍ୟାରି ମୋହନ ମହାପାତ୍ରଙ୍କୁ ବିରୋଧ କରୁଥିଲେ । କିନ୍ତୁ ଅଧ୍ୟାପକ ବିଶ୍ୱରଂଜନବାବୁ ତାଙ୍କ ଭାଷଣରେ କହିଥିଲେ, ସେ ଯେତେବେଳେ ଖବରର ସମ୍ପାଦକ ଥିଲେ ସେତେବେଳ ଏକ କାମରେ ପ୍ୟାରିମୋହନ ବାବୁଙ୍କ ପାଖକୁ କାମରେ ଯାଇଥିଲାବେଳେ, ଦାମବାବୁ କିପରି ପ୍ୟାରିମୋହନଙ୍କ ଶରଣାପନ୍ନ ହୋଇ ନିଜର ଗୁହାରି କରୁଥିଲେ ,ତାହା ସେ ନିଜ ଆଖିରେ ଦେଖିଛନ୍ତି । ସବୁଠାରୁ ବଡ କଥା ହେଲା, ଦାମବାବୁ ଏହି କଥାର ପ୍ରତିବାଦ କରିନାହାନ୍ତି ।
ଇଏ ହେଉଛି ଦାମବାବୁଙ୍କ ପୁରୁଣା ଅଭ୍ୟାସ । ସେ ଯାହା କହନ୍ତି ତାହା କରନ୍ତି ନାହିଁ । କ୍ଷମତା ହାସଲ ପାଇଁ ସେ ସବୁକାମ କରିପାରନ୍ତି । ନବୀନବାବୁ ତାଙ୍କୁ ମନ୍ତ୍ରୀମଣ୍ଡଳରେ ରଖିଥିଲା ପର୍ଯ୍ୟନ୍ ସେ ଥିଲେ ଭଗବାନଙ୍କ ଦ୍ୱିତୀୟ ଅବତାର । ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରିଦେଲେ, ନବୀନବାବୁ ପାଲଟିଗଲେ ଦୁର୍ନୀତିର ଗନ୍ତାଘର ।
ସେଇପରି ୨୦୦୯ ମସିହା ସାଧାରଣ ନିର୍ବାଚନରେ ଟିକେଟ ପାଇବାକୁ ନେଇ ନବୀନ ନିବାସରେ ଦାମ- ଦେବାଶିଷଙ୍କ ନାଟକବାଜି, ତାହାପୁଣି ପ୍ୟାରି ନବୀନଙ୍କ ଉପସ୍ଥିତିରେ ସେ ସମୟର ଖବରକାଗଜର ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଥିଲା ।
ଡଃ. ରାଉତଙ୍କ ଲମ୍ବା ରାଜନୈତକି ଜୀବନ ଓଡିଶାର ଏକ ରାଜନୈତିକ ଇତିହାସ । ସେ ଗତ ୧୯୭୭ ମସିହାରେ ପ୍ରଥମେ ବିଧାୟକ ହୋଇଥିଲେ । ତାପରେ ୧୯୮୦, ୧୯୯୦ ଓ ପରେ ଦୁଇହଜାର ମସିହାରେ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିଲେ । ନବୀନବାବୁ କ୍ଷମତାକୁ ଆସିବା ପରେ ସେ ବିଧାୟକ ହେଉଛନ୍ତି ଏବଂ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି, ତଡା ମଧ୍ୟ ଖାଇଛନ୍ତି । ସେ ବିଭିନ୍ନ ବିଭାଗରେ ମନ୍ତ୍ରୀ ହୋଇଛନ୍ତି । ପଂଚାୟତିରାଜ, ମହିଳା ଓ ଶିଶୁକଲ୍ୟାଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ, ସମବାୟ ଓ ଅବକାରୀ ବିଭାଗର ମନ୍ତ୍ରୀ ହୋଇଛନ୍ତି ।
ସଂଗଠନ ଦୃଷ୍ଟିରୁ ଦେଖିବାକୁ ଗଲେ, ଜଗତସିଂପୁର ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ତାଙ୍କର କିଛିଟା ପତିଆରା ରହିଛି । ପାରାଦ୍ୱୀପ ଏବଂ ଏରସମା – ଏ ଦୁଇଟି ନିର୍ବାଚନ ମଣ୍ଡଳୀରେ ତାଙ୍କର କିଛିଟା ପତିଆରା ରହିଛି ।
ଢୋଲ ଭିତରେ ମୂଷା ଭଳି ସେ ବିଜେଡି ଦଳରେ କାମ କରୁଥିଲେ । ତାଙ୍କର ହାମବଡା ନୀତି ଯୋଗୁ ଦଳ ଭିତରେ ତାଙ୍କର କେହି ବନ୍ଧୁ ନଥିଲେ ବରଂ ଅନେକ ଶତୃ ଥିଲେ । ଖୋଦ ଜଗତସିଂପୁର ଜିଲ୍ଲାରେ ସେ ନିଜର ପତିଆରା ଦେଖାଇ ପାରିବେ କି ନାହିଁ, ତାହା ହେଉଛି ସବୁଠାରୁ ବଡ ପ୍ରଶ୍ନ ।
ଆଜି ପର୍ଯ୍ୟନ୍ତ ଯେତେ ନେତା ବିଜେଡି ଦଳରୁ ବହିଷ୍କୃତ ହୋଇଛନ୍ତି ବା ଦଳକୁ ଅସୁବିଧାରେ ପକାଇଛନ୍ତି, କେହି ରାଜନୀତିରେ ତିଷ୍ଠି ରହିପାରି ନାହାନ୍ତି । ଗଞ୍ଜାମ ଟାଇଗର ବୋଲାଉଥିବା ରାମକୃଷ୍ନ ପଟନାୟକ ରାଜନୀତିରୁ ସନ୍ୟାସ ନେଲେଣି । ବିଜୟ ମହାପାତ୍ର, ରାଜନୀତିରେ ବାରବୁଲା, ତେର ଦଳର ଶିକାର । ଦିଲ୍ଲିପ ରାୟ ଯଦିଓ ବିଜେପିରେ ଅଛନ୍ତି, ତାଙ୍କୁ ପ୍ରଧାନମନ୍ତ୍ରୀ ଆଡ ଆଖିରେ ନ ଚାହିଁ ଯେଉଁ ଅପମାନ ଦେଲେ ତାହା କଣ ସେ ଭୁଲି ପାରିବେ!
ନିକଟରେ ଦଳରୁ ବହିଷ୍କୃତ ହୋଇଛନ୍ତି, ବୈଜୟନ୍ତ ପଣ୍ଡା । କୁହାଯାଏ ସେ କୁଆଡେ ବିଜେଡି ଦଳ ଗଠନ ହେବା ସମୟରେ ପ୍ରଥମେ ଦଳକୁ ସାହାଯ୍ୟ କରିଥିଲେ । ଏଣୁ ସେ ଜଣେ ପ୍ରତିଷ୍ଠାତା ସଦସ୍ୟ । ମାତ୍ର ତାଙ୍କର ନେତାପଣିଆ ନାହିଁ । ନିର୍ବାଚନର ଅବ୍ୟବହିତ ପୂର୍ବରୁ ଗରିବଲୋକଙ୍କ ପିଲା ନାକରୁ ଶିଂଘାଣି ପୋଛିଦେଲେ ବା ଗରିବ ଘରେ ଖାଇଦେଲେ ଯଦି ଲୋକମାନେ ଭୋଟ ଦେଉଥାନ୍ତେ, ତେବେ ରାଜନୀତି ଆଜି ଭିନ୍ନ ରୂପ ଧାରଣ କରିଥାନ୍ତା ।
ଶୁଣାଯାଏ ବୈଜୟନ୍ତ, ପୁରୁଣା ବିଜୁ ଅନୁଗତମାନଙ୍କୁ ଏକାଠି କରି ଏକ ଦଳ ଗଠନ କରିବେ ଓ ବିଜେପି ସହିତ ସିଟ ବୁଝାମଣା କରି ନିର୍ବାଚନ ଲଢିବେ, ଯେମିତି ନବୀନବାବୁ ଦୁଇହଜାର ମସିହାରେ ବିଜେପି ସହିତ ବୁଝାମଣା କରି କଂଗ୍ରେସ ବିରୋଧରେ ଲଢିଥିଲେ । କଂଗ୍ରେସର ଦୀର୍ଘଦିନର ଶାସନ ଓ ଦୁର୍ନୀତି ବିରୋଧରେ କହିବାକୁ ସୁଯୋଗ ମିଳିଥିଲା । ଲୋକମାନେ ପରିବର୍ତନ ଚାହୁଁଥିଲେ ।
ଏବେ ନବୀନବାବୁଙ୍କ ବିରୋଧରେ ମେଂଟ କରି ନିର୍ବାଚନ ଲଢିବା ଏବଂ ନିର୍ବାଚନରେ ବିଜୟଲାଭ କରିବାର ସ୍ୱପ୍ନ ଏମାନେ ଦେଖୁଛନ୍ତି । ଏ ପର୍ଯ୍ୟନ୍ତ ଯେଉଁ ନେତାମାନେ ନିଜର ଇଛା ପ୍ରକାଶ କରିଛନ୍ତି, ସେମାନଙ୍କ ମଧ୍ୟରେ ରହିଛନ୍ତି, ବ୍ରଜ ତ୍ରିପାଠୀ, ଦିଲ୍ଲିପ ରାୟ, ପଂଚାନନ କାନୁନଗୋ ଓ କଂଗ୍ରେସର ଆଉ କିଛି ନେତା ଅପେକ୍ଷା କରିଛନ୍ତି, ଯଦି ନବୀନବାବୁ ସେମାନଙ୍କୁ ଟିକେଟ ନଦିଅନ୍ତି, ତେବେ ସେମାନେ ଏହି ଦଳରେ ସାମିଲ ହେବେ । କଂଗ୍ରେସରେ ଯୋଗଦେବା ଅପେକ୍ଷ ଯୋଗଦେବା ଅପେକ୍ଷା କଂଗ୍ରେସ ବିରୋଧୀ ମେଂଟରେ ଯୋଗଦେବା ଅଧିକ ଲାଭଦାୟକ ହେବ । ବିଜେପିର କିଛି ଭୋଟ ଅଛି । ଆର୍ଥିକ ସାହାଯ୍ୟ ମଧ୍ୟ ବିଜେପି ଦେବ । ଏପରି ଅବସ୍ଥାରେ ନବୀନବାବୁଙ୍କ ୧୮ ବର୍ଷର ଶାସନ ବିରୋଧରେ ଜନମତ ସୃଷ୍ଟି କରି ଜିତିବା ସମ୍ଭବ ହେବ ବୋଲି ଏମାନେ ମନେ କରିନ୍ତି ।
ଯାହା ଜଣାଯାଏ, ଦାମଙ୍କ ଏଭଳି ପ୍ରସ୍ତାବକୁ ଦିଲ୍ଲିପ ସ୍ୱୀକାର କରିନାହାନ୍ତି । ତାଙ୍କର ଯୁକ୍ତି ହେଉଛି, ଏମାନଙ୍କୁ ବିଶ୍ୱାସ କରାଯାଇନପାରେ । ଏମାନଙ୍କ ସହିତ ମିଶି ରାଜନୀତି କରିବା ଅପେକ୍ଷା ରାଜନୀତି ଛାଡିଦେବା ଭଲ । ବିଜୟ ମହାପାତ୍ର ମଧ୍ୟ ଦାମଙ୍କ ପ୍ରକୃତି ଭଲ ଭାବେ ଜାଣନ୍ତି । ନବୀନଙ୍କୁ ହଟାଇବା ଏତେ ସହଜ ନୁହେଁ, ଏକଥା ଜାଣି ସେ ମଧ୍ୟ କରଛଡା ଦେଉଛନ୍ତି । ସୁର ନାୟକ, ଯଜେ୍ଞଶ୍ୱର ବାବୁ,ପଂଚାନନଙ୍କ ଭଳି କିଛି ନେତା ଏବେ ବେଶ ଆଶାୟି । ଯଦି ଉଭୟେ ବୈଜୟନ୍ତ ଓ ବିଜେପି ଦଳରୁ ସେମାନଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଏ, ତେବେ ନବୀନଙ୍କ ବିରୋଧରେ ଠିଆ ହୋଇ ପାରିବେ ।
ଏମିତି ଓଡିଶାର ରାଜନୈତିକ ଇତିହାସ ଦେଖିଲେ, ନନ୍ଦିନି ଶତପଥୀ ମଧ୍ୟ କଂଗ୍ରେସରୁ ବାହାରି ଜାଗ୍ରତ ଓଡିଶା ଗଠନ କରିଥିଲେ । ସେଥରକ ନିର୍ବାଚନରେ କଂଗ୍ରେସ ବିରୋଧରେ ତୀବ୍ର ଜନମତ ପ୍ରକାଶ ପାଇଥିଲେ ମଧ୍ୟ ସେ କେବଳ ଦୁଇଟି ଆସନ ଭିତରେ ସୀମାବଦ୍ଧ ରହିଥିଲେ । ଏହା ପରେ ବିଜୟ ମହାପାତ୍ର ନବୀନଙ୍କ ଠାରୁ ତଡା ଖାଇଲା ପରେ ଆଂଚଳିକ ଦଳ ଗଠନ କରି ନିରାଶ ହୋଇଥିଲେ । ଏଣୁ ପୁଣି ଏକ ଆଂଚଳିକ ଦଳର ପରିକଳ୍ପନା କେତେଦୂର ସଫଳ ହେବ ସେ ନେଇ ଆଶଂକା ରହିଛି ।
ତେବେ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ପାଣିପାଗ ଗୋଳିଆ ହେବ । ରଙ୍ଗ ବଦଳାଉଥିବା ଚଢେଇ ଭଳି କିଛି ନେତା ଦଳ ପରିବର୍ତନ କରି ନିର୍ବାଚନରେ ଅବତୀର୍ଣ୍ଣ ହେବେ । ମାତ୍ର ଏମାନଙ୍କୁ ଲୋକେ ଗ୍ରହଣ କରିବେ ତ! କିଛିନେତା । ଆଉ କିଛି ନେତା ଅପେକ୍ଷା କରିଛନ୍ତି, ଯଦି ନବୀନବାବୁ ସେମାନଙ୍କୁ ଟିକେଟ ନଦିଅନ୍ତି, ତେବେ ସେମାନେ ଏହି ଦଳରେ ସାମିଲ ହେବେ । କଂଗ୍ରେସରେ ଯୋଗଦେବା ଅପେକ୍ଷ ଯୋଗଦେବା ଅପେକ୍ଷା କଂଗ୍ରେସ ବିରୋଧୀ ମେଂଟରେ ଯୋଗଦେବା ଅଧିକ ଲାଭଦାୟକ ହେବ । ବିଜେପିର କିଛି ଭୋଟ ଅଛି । ଆର୍ଥିକ ସାହାଯ୍ୟ ମଧ୍ୟ ବିଜେପି ଦେବ । ଏପରି ଅବସ୍ଥାରେ ନବୀନବାବୁଙ୍କ ୧୮ ବର୍ଷର ଶାସନ ବିରୋଧରେ ଜନମତ ସୃଷ୍ଟି କରି ଜିତିବା ସମ୍ଭବ ହେବ ବୋଲି ଏମାନେ ମନେ କରିନ୍ତି ।
ଯାହା ଜଣାଯାଏ, ଦାମଙ୍କ ଏଭଳି ପ୍ରସ୍ତାବକୁ ଦିଲ୍ଲିପ ସ୍ୱୀକାର କରିନାହାନ୍ତି । ତାଙ୍କର ଯୁକ୍ତି ହେଉଛି, ଏମାନଙ୍କୁ ବିଶ୍ୱାସ କରାଯାଇନପାରେ । ଏମାନଙ୍କ ସହିତ ମିଶି ରାଜନୀତି କରିବା ଅପେକ୍ଷା ରାଜନୀତି ଛାଡିଦେବା ଭଲ । ବିଜୟ ମହାପାତ୍ର ମଧ୍ୟ ଦାମଙ୍କ ପ୍ରକୃତି ଭଲ ଭାବେ ଜାଣନ୍ତି । ନବୀନଙ୍କୁ ହଟାଇବା ଏତେ ସହଜ ନୁହେଁ, ଏକଥା ଜାଣି ସେ ମଧ୍ୟ କରଛଡା ଦେଉଛନ୍ତି । ସୁର ନାୟକ, ଯଜେ୍ଞଶ୍ୱର ବାବୁ,ପଂଚାନନଙ୍କ ଭଳି କିଛି ନେତା ଏବେ ବେଶ ଆଶାୟି । ଯଦି ଉଭୟେ ବୈଜୟନ୍ତ ଓ ବିଜେପି ଦଳରୁ ସେମାନଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଏ, ତେବେ ନବୀନଙ୍କ ବିରୋଧରେ ଠିଆ ହୋଇ ପାରିବେ ।
ଏମିତି ଓଡିଶାର ରାଜନୈତିକ ଇତିହାସ ଦେଖିଲେ, ନନ୍ଦିନି ଶତପଥୀ ମଧ୍ୟ କଂଗ୍ରେସରୁ ବାହାରି ଜାଗ୍ରତ ଓଡିଶା ଗଠନ କରିଥିଲେ । ସେଥରକ ନିର୍ବାଚନରେ କଂଗ୍ରେସ ବିରୋଧରେ ତୀବ୍ର ଜନମତ ପ୍ରକାଶ ପାଇଥିଲେ ମଧ୍ୟ ସେ କେବଳ ଦୁଇଟି ଆସନ ଭିତରେ ସୀମାବଦ୍ଧ ରହିଥିଲେ । ଏହା ପରେ ବିଜୟ ମହାପାତ୍ର ନବୀନଙ୍କ ଠାରୁ ତଡା ଖାଇଲା ପରେ ଆଂଚଳିକ ଦଳ ଗଠନ କରି ନିରାଶ ହୋଇଥିଲେ । ଏଣୁ ପୁଣି ଏକ ଆଂଚଳିକ ଦଳର ପରିକଳ୍ପନା କେତେଦୂର ସଫଳ ହେବ ସେ ନେଇ ଆଶଂକା ରହିଛି ।
ତେବେ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ପାଣିପାଗ ଗୋଳିଆ ହେବ । ରଙ୍ଗ ବଦଳାଉଥିବା ଚଢେଇ ଭଳି କିଛି ନେତା ଦଳ ପରିବର୍ତନ କରି ନିର୍ବାଚନରେ ଅବତୀର୍ଣ୍ଣ ହେବେ । ମାତ୍ର ଏମାନଙ୍କୁ ଲୋକେ ଗ୍ରହଣ କରିବେ ତ!

Leave a Reply

Your email address will not be published. Required fields are marked *