ଓଡ଼ିଶା ଗ୍ରାମାଂଚଳ ଭିତିଭୂମି ବିକାଶ ଯୋଜନା ସଫଳତା ଦିଗରେ ଆଗଉଛି!

ଭୁବନେଶ୍ୱର, (ଆଇଏନ୍ଏସ୍): ଓଡ଼ିଶାକୁ ଅତ୍ୟାଧୁନିକ ମନୋରମ ରାଜ୍ୟରେ ପରିଣତ କରିବାରେ ନିର୍ମାଣ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସୁଲଭ ଗମନା ଗମନ ବ୍ୟବସ୍ଥା କୌଣସି ବିକଶିତ ରାଜ୍ୟ ବା ଦେଶର ମୁଖ୍ୟ ପରିଚୟ । ଏହା ମଧ୍ୟ ସାଧାରଣ ଲୋକଙ୍କର ଆର୍ଥିକ ଓ ସାମାଜିକ ଅବସ୍ଥା ପରିବର୍ତନରେ ସହାୟକ ହୋଇଥାଏ । ଆଇଏନ୍ଏସ୍ କୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ସାରା ରାଜ୍ୟରେ ବିଭିନ୍ନ ଅଂଚଳର ରାସ୍ତାଘାଟ, କୋଠାବାଡ଼ି, ସେତୁ ଓ ଓଭର୍ ବ୍ରିଜ୍ ନିର୍ମାଣ କ୍ଷେତ୍ରରେ ରାଜ୍ୟର ପ୍ରାୟ ସମସ୍ତ ୫୬ଟି ପୂର୍ତ ଡ଼ିଭିଜନ୍ ସକ୍ରିୟ ରହିଛନ୍ତି । ମୁଖ୍ୟତଃ ନିର୍ମାଣ କ୍ଷେତ୍ରରେ ପଛୁଆ ଥିବା ଆଦିବାସୀ ଅଂଚଳର ଅଧିକାଂଶ ଡ଼ିଭିଜନ୍ ଗତ ୬ବର୍ଷ ଭିତରେ ଧାର୍ଯ୍ୟଲକ୍ଷ୍ୟ ସଫଳତା ହାସଲ କରିବାରେ ସମର୍ଥ ହୋଇ ପାରିଛନ୍ତି । ପୂର୍ବରୁ ବିଭିନ୍ନ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟଲକ୍ଷ୍ୟ ସମୟ ସୀମା ମଧ୍ୟରେ ଶେଷ ନହୋଇ ବହୁ ଅଧିକ ସମୟ ବ୍ୟୟ ହେଉଥିଲା । ଏପରିକି ମୁଖ୍ୟ ରାସ୍ତା ଗୁଡ଼ିକର ମରାମତି ପାଇଁ ସାଧାରଣ ଲୋକଙ୍କୁ ବାରମ୍ବାର ଆନେ୍ଦାଳନ କରିବାକୁ ପଡ଼େ କିମ୍ବା ନେତା ଓ ଅଫିସରମାନଙ୍କୁ ଗୁହାରି କରି ନୟାନ୍ତ ହେବାକୁ ପଡ଼େ । ମାତ୍ର ସମୟ ବଦଳିବା ସହ ଅବସ୍ଥାରେ ପରିବର୍ତନ ହୋଇଛି । ଏବେ ଯୁଦ୍ଧକାଳୀନ ଭିତିରେ ନିର୍ମାଣ କାର୍ଯ୍ୟ କରାଯାଇ ରାସ୍ତା ଓ ଅନ୍ୟାନ୍ୟ ସରକାରୀ କୋଠାବାଡ଼ି ଗୁଡ଼ିକୁ ଅତ୍ୟାଧୁନିକ ଶୈଳୀରେ ନବୀକରଣ କରାଯାଉଛି ।
ତେବେ କିଛିବର୍ଷ ତଳୁ ଓଡ଼ିଶାରେ ନିର୍ମାଣ ଯୁଗ ଆରମ୍ଭ ହୋଇଥିବା ଚର୍ଚ୍ଚା ହୋଇ ଆସୁଛି । ଦୀର୍ଘଦିନ ତଳୁ ସରକାରୀ ନାଲିଫିତା ତଳେ ବାନ୍ଧି ହୋଇ ରହିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପ ଓ ସେତୁ ପ୍ରକଳ୍ପ ଇତିମଧ୍ୟରେ ପୂର୍ଣ୍ଣାଙ୍ଗ ରୂପ ନେବାରେ ଲାଗିଛି । ସାରା ରାଜ୍ୟରେ ବିଭିନ୍ନ ସଡ଼କ ଓ ସେତୁ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଗ୍ରାମାଂଚଳ ଭିତିଭୂମି ବିକାଶ ଫଣ୍ଡ ଅଧୀନରେ ତଥା ନାବାର୍ଡ଼ ସହାୟତାରେ ରାଜ୍ୟରେ ୨୦୭ଟି ସଡ଼କ ପ୍ରକଳ୍ପ(୩୦୨୮କିମି) ଏବଂ ୧୪୬ ଟି ସେତୁ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ସ୍ୱତନ୍ତ୍ର କେନ୍ଦ୍ରୀୟ ଅନୁଦାନରେ ‘ରିଭାଇଜ୍ଡ଼ ଲଙ୍ଗ ଟର୍ମ ଆକ୍ସନ୍ ପ୍ଲାନ୍’ ଅନୁଯାୟୀ କେବିକେ ଅଂଚଳର ରାସ୍ତା ଗୁଡ଼ିକ ନବୀକରଣ ସହ ନୂଆ ସେତୁ, ରାସ୍ତା, କଲଭର୍ଟ ଆଦି ନିର୍ମାଣ ହୋଇଛି । ରାଜ୍ୟର ତୀର୍ଥସ୍ଥାନ ଓ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକ ମଧ୍ୟରେ ଗମନାଗମନ ସୁବିଧା ପାଇଁ ୨୦୧୨-୧୩ ରୁ ଆରମ୍ଭ ହୋଇଥିବା ସଡ଼କ ସଂଯୋଗୀ କରଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ଏଥିପାଇଁ ଅତିରିକ୍ତ କେନ୍ଦ୍ରୀୟ ଅନୁଦାନ ୧୧୪.୬୭ କୋଟି ଟଙ୍କାରେ ଅଧୂରା ରାସ୍ତା ଓ ସେତୁ ନିର୍ମାଣ ସହିତ ୪୦ ଟି ଅନଗୋଇଙ୍ଗ୍ ରାସ୍ତା ନିର୍ମାଣ େହୋଇଛି ଏବଂ ୭୦ କିମି ରାସ୍ତାର ଉନ୍ନତି କରଣ କରାଯାଇଛି । ୧୨୧୯କିମି ଦୈର୍ଘ୍ୟ ବିଶିଷ୍ଟ ବିଜୟୱାଡ଼ା-ରାଂଚିି ସଡ଼କ ପ୍ରକଳ୍ପ ମୁଖ୍ୟତଃ ଓଡ଼ିଶାର ନକ୍ସଲ ପ୍ରଭାବିତ ୧୩ଟି ଆଦିବାସୀ ଜିଲ୍ଲା(ଓଡ଼ିଶା ନିର୍ମାଣ ବିଭାଗ ଅଧୀନସ୍ଥ ୯୮୩.୭୦ କିମି) ଭିତର ଦେଇ ଲମ୍ବିଛି । ସଂପୃକ୍ତ ଦରିଦ୍ର ଆଦିବାସୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଯିବାର ଲକ୍ଷ୍ୟ ନେଇ ଉକ୍ତ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ୨୦୧୨-୧୩ ମସିହାରେ ଭାରତ ସରକାର ୧୦ଟି ସଡ଼କ ପ୍ରକଳ୍ପ ମଂଜୁରୀ କରିଥିଲେ, ଯାହାର ବ୍ୟୟ ଅଟ୍ଟକଳ ଥିଲା ୩୭୫.୨୫ କୋଟି ଟଙ୍କା । ଏହି ପ୍ରକଳ୍ପ ବ୍ୟୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅଧା-ଅଧା ଭାଗ ଅର୍ଥ ବହନ କରିବାର ଥିଲା । ଏହି ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ୨୦୧୩-୧୪ ମସିହାରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ “ଷ୍ଟେଟ୍ ହାଇୱେ ଡ଼େଭେଲପ୍ମେଂଟ ପ୍ରୋଗ୍ରାମ” । ଏହି ପ୍ରୋଗ୍ରାମ ଅନ୍ତର୍ଗତ ୪୧୧ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ କଟକ-ଚାନ୍ଦବାଲି ସଡ଼କ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି ଓ ଏହା ଆସନ୍ତା ୨୦୧୭ ନଭେମ୍ବର ମାସରେ ସଂପୂର୍ଣ୍ଣ ହେବ । ସେହିପରି ଢେଙ୍କାନାଳ, ଗଞ୍ଜାମ, ବୈାଦ୍ଧ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଅଂଚଳର ୧୪ ଟି ସଡ଼କ ପ୍ରକଳ୍ପ ୨୦୧୬-୧୭ରେ ସଂପୂର୍ଣ୍ଣ ହେବାର ଲକ୍ଷ୍ୟଧାର୍ଯ୍ୟ ରହିଛି । ସେଂଟ୍ରାଲ୍ ରୋଡ଼୍ ଫଣ୍ଡ୍ ସହାୟତାରେ ବ୍ରହ୍ମପୁର-ତପ୍ତପାଣି, (୪୧କିମି), ଭବାନୀପାଟଣା-ଖଡ଼ିଆଳ(୬୮କିମି), ଚାନ୍ଦବାଲି-ଭଦ୍ରକ-ଆନନ୍ଦପୁର(୯୫କିମି) ଓ ଜଗତପୁର-ଚାନ୍ଦବାଲି(୧୦୬କିମି) ରାସ୍ତାର ନିର୍ମାଣ କାର୍ଯ୍ୟ ଦ୍ରୂତ ଗତିରେ ଆଗେଇ ଚାଲିଛି । ୨୦୧୩-୧୪ରେ ରାଜ୍ୟ ସରକାର ମଧ୍ୟ ଏକ ନୂଆ ଯୋଜନା “ସହରାଂଚଳ ରାସ୍ତା ଉନ୍ନତିକରଣ” ଆରମ୍ଭ କରିଥିଲେ । ଇତିମଧ୍ୟରେ ୧୨୪ଟି ରାସ୍ତା(୨୦୩.୦୯ କିମି)ର ଉନ୍ନତିକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଏଥିରେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ୧୯ ଟି ପୈାରାଂଚଳ ଓ ୧୮ଟି ବିଜ୍ଞାପିତ ଅଂଚଳ ପରିଷଦ ସାମିଲ୍ ଅଛନ୍ତି । ନାବାର୍ଡ଼ ସହାୟତାରେ ୧୪୨.୭୭ କୋଟି ଟଙ୍କା ବ୍ୟୟରେ ୨୦୧୩ ଡ଼ିସେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତି ପ୍ରସ୍ତର ସ୍ଥାପିତ ହୋଇଥିବା କଟକ-ତି୍ରଶୂଳିଆ ମହାନଦୀ ସେତୂୁ (୨.୫କିମି ଦୈର୍ଘ୍ୟ) ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇ ଜାତି ଉଦେ୍ଦଶ୍ୟରେ ଉତ୍ସର୍ଗ ହୋଇ ସାରିଛି । ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାକୁ ସ୍ମାର୍ଟ ସିଟି ଭାବେ ଘୋଷଣା କରାଯିବା ପରେ ଉକ୍ତ୨ ମହାନଗରୀକୁ ଅତ୍ୟାଧୁନିକ ମନୋରମ ସହରରେ ପରିଣତ କରିବାରେ ନିର୍ମାଣ ବିଭାଗ ତତ୍ପର ହୋଇ ଉଠିଛି । ସେହିପରି ନଦୀ ସଂଯୋଗୀକରଣ ଯୋଜନା ହାତକୁ ନିଆ ଯାଇଛି ।
ଆଇଏନ୍ଏସ୍ କୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଜଣାପଡ଼ିଛି ଯେ, ରାଜ୍ୟର ଶହଶହ ରାସ୍ତାର ପ୍ରଶସ୍ତିକରଣ ଓ ନବୀକରଣ ଭଳି ସରକାରୀ ଗୃହ ଏବଂ ରାସ୍ତାଘାଟର ଉଚ୍ଚମାନର ମରାମତି କାର୍ଯ୍ୟ ଉଲ୍ଲେଖଯୋଗ୍ୟ । ଆବଶ୍ୟକତା ଅନୁଯାୟୀ ରାଜ ରାସ୍ତା ଓ ବିଭିନ୍ନ ସହରର ଅତି ଭିଡ ଟ୍ରାଫିକ୍ ମାନଙ୍କରେ ଅତ୍ୟାଧୁନିକ ଓଭର ବ୍ରିଜ୍ ନିର୍ମିତ ହୋଇଥିବା ବେଳେ କେତେକ ସ୍ଥାନରେ ସେତୁ ନର୍ମାଣାଧୀନ ରହିଛି ଓ ଆଉ କେତେକ ସେତୁ ନିର୍ମାଣର ପ୍ରସ୍ତାବ ସରକାରଙ୍କ ନିକଟରେ ବିଚାରାଧୀନ ରହିଛି । ଇତିମଧ୍ୟରେ ତ୍ରିଶୁଳିଆ-କଟକ ଓ ମାଲକାନଗିରିର ଗୁରୁପି୍ରୟା ସେତୁ କାର୍ଯ୍ୟକ୍ଷମ ହେବା ଐତିହାସିକ ଘଟଣା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ନିର୍ମାଣ କାର୍ଯ୍ୟଧାରାକୁ ନେଇ ଏବେ କାହାରି କୌଣସି ଆପତି, ଅଭିଯୋଗ ଉଠୁନଥିବା ଦେଖାଯାଉଛି । ସରକାରୀ ନିୟମ ଆଧାରରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ରାଜ୍ୟରେ ନବନିର୍ମାଣ ଯୁଗ ଚାଲିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଯଦିଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଓ ଦୁର୍ନୀତିମୁକ୍ତ ଶାସନର ଏହା ପରିଣତି, ତଥାପି ପୂର୍ତ ବିଭାଗର ଶାସନ ସଚିବ ଇଂ ନଳିନିକାନ୍ତ ପ୍ରଧାନଙ୍କ ସମେତ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ମାନଙ୍କର ନିଷ୍ଠାପରତା ଓ କାର୍ଯ୍ୟଦକ୍ଷତା ଉଲ୍ଲ୍ଖେ ଯୋଗ୍ୟ । ଶାସନ ସଚିବ ଇଂ ପ୍ରଧାନ ୨୦୧୩ ଅଗଷ୍ଟରେ ଶାସନ ସଚିବ ଭାବେ ଯୋଗ ଦେବା ପରେ ରାଜ୍ୟରେ ନିର୍ମାଣ କାର୍ଯ୍ୟ ଦ୍ରୂତ ହୋଇଥିଲା । ପୂର୍ବରୁ ସେ ୱାର୍ଲଡ଼ ବ୍ୟାଙ୍କ୍ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଥିଲା ବେଳେ ୯୦୦ କୋଟି ଟଙ୍କାର ବିଭିନ୍ନ ସଡ଼କ ପ୍ରକଳ୍ପ କାର୍ଯ୍ୟ ଅତି ସଫଳତାର ସହ ପରିଚାଳନା କରିଥିଲେ । ସେ ଜଣେ ସୁଦକ୍ଷ ଓ କୁଶଳୀ ଯନ୍ତ୍ରୀ ଭାବେ ରାଜ୍ୟରେ ସଡ଼କ ଭିତିଭୂମିର ବିକାଶ କରିଛନ୍ତି । ନିର୍ମାଣ କ୍ଷେତ୍ରରେ ରାଜ୍ୟ ଏକ ଅନ୍ଧକାର ଭବିଷ୍ୟତ ମଧ୍ୟରେ ଗତି କରୁଥିଲାବେଳେ ଇଂ ପ୍ରଧାନ ପୂର୍ତ ବିଭାଗର ଶାସନ ସଚିବ ପଦରେ ଯୋଗ ଦେଇ ଯଥାଶୀଘ୍ର ନିର୍ମାଣ କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ସମାଧାନ କରାଇ ପାରିଛନ୍ତି । ଇତିମଧ୍ୟରେ ଶାସନ ସଚିବ ଇଂ ପ୍ରଧାନ ନିଜର ପ୍ରଚଣ୍ଡ ପ୍ରଶାସନିକ ଦକ୍ଷତାର ପ୍ରମାଣ ସ୍ୱରୂପ ସାରା ରାଜ୍ୟରେ ନିର୍ମାଣ କାର୍ଯ୍ୟର ତ୍ୱରାନ୍ନ୍ିତ କରାଇବା ସହ ନିର୍ମାଣ ଜନିତ ବହୁ ସମସ୍ୟାର ସମାଧାନ କରିଛନ୍ତି । ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ପାଇଁ ପ୍ରସ୍ତୁତ ବ୍ୟୟ ଅଟ୍ଟକଳ ଚିଠା ଓ ବ୍ୟବସ୍ଥିତ ଢଙ୍ଗ ଓ ପ୍ରଶାସନିକ ମଞ୍ଜୁରୀ ଦେବାବେଳେ ଇଂ ପ୍ରଧାନଙ୍କର ସତର୍କତା ଓ ବ୍ୟାପକ ସମୀକ୍ଷା ଅନ୍ୟମାନଙ୍କ ପାଇଁ ଅନୁସରଣୀୟ ବୋଲି ନିର୍ମାଣ ବିଶେଷଜ୍ଞ ମାନେ ମତ ଦେଉଛନ୍ତି । ସେହିପରି ନିୟମିତ ବ୍ୟବଧାନରେ ବ୍ୟବସ୍ଥିତ ଢଙ୍ଗ ଅନୁଯାୟୀ କ୍ୱାଲିଟି କଂଟ୍ରୋଲ ଇଞ୍ଜିନିୟର ମାନଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟର ତନଖି ଓ ଅନୁସନ୍ଧାନ ଦିଗରେ ସଚିବ ଇଂ ପ୍ରଧାନଙ୍କର ପ୍ରତ୍ୟକ୍ଷ ନିରୀକ୍ଷଣ ଏବଂ ସେମାନଙ୍କ ମନ୍ତବ୍ୟକୁ ବ୍ୟାପକ ସମୀକ୍ଷା ହିଁ ପୂର୍ତ ବିଭାଗର କାର୍ଯ୍ୟକୁ ସଫଳତା ଦିଗରେ ଆଗେଇ ନେଉଛି । ଆଇଏନ୍ଏସ୍ ।

Leave a Reply

Your email address will not be published. Required fields are marked *