ବିନ୍ଦୁ ସାହିତ୍ୟ ସମାଜର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, (ଆଇଏନ୍ଏସ୍): ବିନ୍ଦୁ ସାହିତ୍ୟ ସମାଜର ପ୍ରସ୍ତୁତି ବୈଠକ ସ୍ଥାନୀୟ ସହିଦ ନଗର ବିଷ୍ଣୁମନ୍ଦିର ପରିସରରେ ପ୍ରଫେସର ନତ୍ୟାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାର କବି ଓ କବୟିତ୍ରୀମାନେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଂପାଦକ ଅରୁଣ କୁମାର ବିଶ୍ୱାଳ, ଉପସଭାପତି ବାସୁଦେବ ସାମଲ, ପୁରୀରୁ ରାଜଲକ୍ଷ୍ମୀ ତ୍ରିପାଠୀ, କଟକରୁ ସୁଷମା ପରିଜା ଓ ଜଗନ୍ନାଥ ଷଢ଼ଙ୍ଗୀ, କେନ୍ଦାପଡାରୁ ଭକ୍ତ ଚରଣ ମଲ୍ଲ, ଭୁବନେଶ୍ୱରରୁ ବାଉରୀ ବନ୍ଧୁ ଲେଙ୍କା, ସ୍ପପ୍ନା ବେହେରା, ସ୍ମୃତି ରଞ୍ଜନ ତ୍ରିପାଠୀ, ଅମ୍ବିକା ସ୍ୱାଇଁ, ଚକ୍ରଧର ରଥ ଓ ଝାରସୁଗୁଡାରୁ ପୁଷ୍ପିତା ଦାଶ ପ୍ରଭୃତି କର୍ମକର୍ତା ଯୋଗଦାନ କରିଥିଲେ । ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବାକୁଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ଏବଂ ଏହାର ସଫଳତା ପାଇଁ, କର୍ମକର୍ତାମାନେ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *