ଗୋରୁ, ମେଣ୍ଢା ଓ ବୁଲାକୁକୁରଙ୍କ ମେଳାସ୍ଥଳ ପାଲଟିଛି କେନ୍ଦ୍ରାପଡା ସହର

କେନ୍ଦ୍ରାପଡା, (ଆଇଏନ୍ଏସ୍): କେନ୍ଦ୍ରାପଡା ସହର ଏବେ ଗାଈ, ଷଣ୍ଢ, ମେଣ୍ଢା ଏବଂ ବୁଲା କୁକୁରଙ୍କ ମେଳାସ୍ଥଳ ପାଲଟିଛି । ଏଠି ବିଶେଷ କରି ମୁଖ୍ୟ ରାସ୍ତା, ଡାକ୍ତରଖାନା, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପରିସର ଆଦି ବିଭିନ୍ନ ସ୍ଥାନରେ ଅତ୍ୟଧିକ ସ୍ଥାନରେ ରୁଣ୍ଡହୋଇ ଉତ୍ପାତ କରୁଥିବାର ଜଣାଯାଏ । ଏହାଦ୍ୱାରା ଜନସାଧାରଣେ ଅନେକ ଅସୁବିଧାରେ ପଡୁଥିବା ସହ ଦୁର୍ଘଟଣା ଘଟୁଛି । ବିଶେଷ କରି ରାତିରେ ଜରୁରୀ କାଳୀନ ପରିସ୍ଥିତିରେ ଡାକ୍ତରଖାନାକୁ ଆସୁଥିବା ରୋଗୀମାନେ ଖୁବ ଅସୁବିଧାରେ ପଡୁଛନ୍ତି । ବିଭିନ୍ନ ସ୍ଥାନରେ ଗୋରୁଗାଈ ଏବଂ ମେଣ୍ଢାମାନେ ଦଳଦଳ ହୋଇରାସ୍ତା ଅବରୋଧ କରୁଥିବା ବେଳେ ବୁଲା କୁକୁର ଗୁଡିକ ମଧ୍ୟ ଲୋକଙ୍କୁ ହଇରାଣ କରିବା ସହିତ ଗୋଡାଇ ଗୋଡାଇ କାମୁଡିବାରେ ଲାଗିଛନ୍ତି । ଏଠି ପୌର ପ୍ରଶାସନ ବୁଲା କୁକୁରଙ୍କୁ ଧରି ବନ୍ଧ୍ୟାକରଣ କରିବା ସହ ଅନ୍ୟତ୍ର ଛାଡିବାର ଆବଶ୍ୟକତା ହେଉଥିବା ବେଳେ ବାହାରକୁ ଛାଡିଦେଉଥିବା ଗୋରୁଗାଈ ମେଣ୍ଢାଙ୍କ ପ୍ରତି କଟକଣା କରିବାର ଆବଶ୍ୟକତା ରହିଛି । ନହେଲେ ଆଗକୁ ଅନେକ ସମସ୍ୟା ହେବ । ଆଇଏନ୍ଏସ୍ ।

Leave a Reply

Your email address will not be published. Required fields are marked *