ଦୁର୍ନିତ ବଢି ଚାଲିଛି କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ

କେନ୍ଦ୍ରାପଡା, (ଆଇଏନ୍ଏସ୍): କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦୁର୍ନିତି ବଢିଚାଲିଛି । ଉଲ୍ଲେଖ ଯୋଗ୍ୟ ୨୦୧୫ ମସିହାରୁ ଗରିବ ନିର୍ମାଣ ଶ୍ରମିକମାନେ ପରିଚୟ ପତ୍ର ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଆଜିଯାଏଁ ତାହା ଦିଆଗଲା ନାହିଁ, ଅପରପକ୍ଷେ କିଛି ଅଣ ନିର୍ମାଣ ଶ୍ରମିକ ମାନଙ୍କୁ ନିର୍ମାଣ ଶ୍ରମିକ ପରିଚୟପତ୍ର ଦିଆଯାଇଥିବାର ଅଭିଯୋଗ ହୋଇଥିଲା । ସେହିପରି ଅନେକ ଶ୍ରମିକଙ୍କ ପିଲାମାନଙ୍କୁ ମିଳିବାକୁ ଥିବା ସହାୟତା ରାଶି ଏଯାଏଁ ପ୍ରାପ୍ତି ହୋଇନଥିବା ବେଳେ କିଛି ମୃତକ ଶ୍ରମିକଙ୍କ ନିମନ୍ତେ ମିଳିବାକୁ ଥିବା ସହାୟତା ଅର୍ଥରାଶି ନମିଳି ଦୀର୍ଘ ଦିନ ହେବ ପଡିରହିଛି । କେବଳ ସେତିକି ନୁହେଁ ଶ୍ରମିକଙ୍କ ନିମନ୍ତେ ଉର୍ଦ୍ଦିଷ୍ଟ ଉକ୍ତ ଯୋଜନାର ୧୩ଟି ବେନିଫିଟ୍ରୁ ସହାୟତା ମିଳୁନାହିଁ ବୋଲି ଅନେକ ସମୟରେ ଅଭିଯୋଗ ହୁଏ । ଯଦ୍ୱାରା ଦୁରଦୁରାନ୍ତରରୁ ନିଜ କାମ ବନ୍ଦ କରି ଆସୁଥିବା ଅନେକ ଶ୍ରମିକ କୌଣସି ସୁଫଳ ନପାଇ ଖାଲିହାତରେ ଫେରୁଥିବାର ଯାଣିବାକୁ ମିଳିଛି । ସେହିପରି ଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ହେରଫେର୍ ହୋଇ ଥିବା ଅଭିଯୋଗ ହୋଇଛି । ତେବେ ଏ ସଂପର୍କରେ ଆମକୁ ହସ୍ତଗତ ହୋଇଥିବା ବିଭିନ୍ନ ତଥ୍ୟ ଆମ୍ଭର ଗଣମାଧ୍ୟମରେ ପର୍ଯାୟକ୍ରମେ ପ୍ରକାଶ ପାଇବ । ସୁଚନାଯୋଗ୍ୟ ଯେ, ଏହାକୁ ଭିତି କରି ନିକଟରେ କିଛି ସଂଗଠନ ଆନେ୍ଦାଳନ କରି ତଦନ୍ତ ପାଇଁଦାବି କରିଥିଲେ । ଯାହା ପାଇଁ ଉକ୍ତ କାର୍ଯାଳୟର ଅଧିକାରିଣୀ ଖୁବ୍ ଚିନ୍ତାଗ୍ରସ୍ତ ଥିବା ପରି ଜଣା ପଡ଼ିଥିଲେ । ତେବେ ଉକ୍ତ କାର୍ଯାଳୟର ବିଭିନ୍ନ ଦୁର୍ନିତି କାର୍ଯ୍ୟରେ କିଛି ବ୍ୟକ୍ତି ବିଶେଷ ସଂପୃକ୍ତ ଥିବାର ପ୍ରମାଣ ଆମର ହସ୍ତଗତ ହୋଇଛି

Leave a Reply

Your email address will not be published. Required fields are marked *