ଜଣେ ସଫଳ କି୍ରକେଟ୍ ପ୍ରଶାସକଙ୍କ କାହାଣୀ!

ଶରତ କୁମାର ରାଉତ
ସଂପ୍ରତି ଭାରତୀୟ ଗଣତନ୍ତ୍ରର ମନ୍ଦିର ଗୁଡ଼ିକୁ ଆମେ ଯେଉଁ ବ୍ୟକ୍ତିମାନଙ୍କୁ ନିର୍ବାଚିତ କରି ପଠାଉଛୁ, ସେମାନେ ଆମର ପ୍ରତିନିଧି ଓ ପ୍ରବକ୍ତା ମଧ୍ୟ । ଯଦିଓ ଆମ ପ୍ରତିନିଧିଙ୍କ ଭିତରେ ଗଣତାନ୍ତ୍ରିକ ସଂସ୍କାର ଥିବ, ତେବେ ସଂସଦ ବା ବିଧାନସଭାରେ ଲୋକଙ୍କ ଆଶା-ଆକାଂକ୍ଷା, ସୁଖ-ଦୁଃଖ ଏବଂ ଦୃଷ୍ଟିକୋଣ ଗଣତାନ୍ତ୍ରିକ ଢ଼ଙ୍ଗରେ ଉପସ୍ଥାପିତ ହୋଇପାରିବ । ମାତ୍ର ବାହୁବଳ, ଅର୍ଥବଳ, ମାଫିଆବଳ ଓ କେତେକ କ୍ଷେତ୍ରରେ ମିଡ଼ିଆ ବଳର ବ୍ୟବହାର କରି କେହିଜଣେ ଅତି ସହଜରେ ପ୍ରତିନିଧିତ୍ୱ ହାସଲ କରିପାରୁଛନ୍ତି । ସେହି ପ୍ରତିନିଧିଙ୍କ ଠାରୁ ଗଣତାନ୍ତ୍ରିକ ସଂସ୍କାର ବାଦୀ କାର୍ଯ୍ୟ ପ୍ରଣାଳୀର ଆଶା କରାଯିବା ସ୍ୱପ୍ନ ସହ ସମାନ । ଏଥିରେ ମତଦାତା ମାନଙ୍କର ମଧ୍ୟ କିଛି ଭୁଲ୍ ରହିଛି । ସେମାନେ ନିର୍ବାଚନ ସମୟରେ ସହଜରେ ପ୍ରଭାବିତ ହୋଇ ଯାଆନ୍ତି । ଯଦ୍ୱାରା ଅଯୋଗ୍ୟ, ଅପରାଧୀ, ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ପ୍ରତିନିଧି ଭାବେ ନିର୍ବାଚିତ ହୋଇ ଯାଉଛନ୍ତି । ଏଥିଯୋଗୁ ଅଧିକାଂଶ ଦେଶରେ ଲୋକପ୍ରତିନିଧି ମାନଙ୍କ କାର୍ଯ୍ୟକଳାପ ସଂପର୍କରେ ସେଠାକାର ମିଡ଼ିଆ ନିୟମିତ ଲୋକ ମାନଙ୍କୁ ସୂଚନା ଦେଇଥାନ୍ତି । ଯଦ୍ୱାରା ଲୋକେ ନିଜର ପ୍ରତିନିଧିଙ୍କ ସଂପର୍କରେ ଜାଣନ୍ତି ଓ ସଚେତନ ହୁଅନ୍ତି । ହେଲେ ଆମ ଦେଶର ମିଡ଼ିଆ ଏଥିପ୍ରତି ବିଶେଷ ଗୁରୁତ୍ୱ ଦିଏ ନାହିଁ ।
ଏହି ସ୍ତମ୍ଭରେ ଓଡ଼ିଶାର ବିଧାୟକ ଓ ସାଂସଦ ମାନେ ସାଧାରଣ ଲୋକଙ୍କ ସୁଖ-ଦୁଃଖ ସହିତ କେତେ ଜଡ଼ିତ ଅଛନ୍ତି ବା ତାଙ୍କର କାର୍ଯ୍ୟକଳାପ ସଂପର୍କରେ ଆଲୋଚନା ହେଉଛି । ଓଡ଼ିଶାରୁ ନିର୍ବାଚିତ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳଙ୍କ ସଂପର୍କରେ ଏଥରର ଅଲୋଚନା । ରଞ୍ଜୀବ ବାବୁ ହେଉଛନ୍ତି ଓଡ଼ିଶା ରାଜନୀତିର ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କର ସୁଯୋଗ୍ୟ ସନ୍ତାନ । ସ୍ୱର୍ଗତ ବିଶ୍ୱାଳ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଥିଲାବେଳେ ଓଡ଼ିଶାରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ । ତେବେ ବହୁ ପ୍ରତିଭାର ଅଧିକାରୀ ରଞ୍ଜୀବ ବାବୁ ଜାତୀୟ ଓ ଅନ୍ତର୍ଜାତୀୟ କି୍ରକେଟ୍ ଜଗତରେ ଏକ ଜଣାଶୁଣା ନାଁ । ମାତ୍ର ୧୩ବର୍ଷ ବୟସରେ ତାଙ୍କର ଅଦ୍ଭୁତ କି୍ରକେଟ୍ ଦକ୍ଷତା ସମସ୍ତଙ୍କୁ ଅଭିଭୂତ କରିଥିଲା । ସେ ଓଡ଼ିଶା ଓ ପୂର୍ବାଂଚଳ କି୍ରକେଟ୍ ଟିମ୍ ପକ୍ଷରୁ ଅନେକ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ସଫଳତା ଲାଭ କରିଥିଲା ବେଳେ ବହୁବାର ନିଜର ସଫଳ ଅଧିନାୟକତ୍ୱ ଜାହିର କରିଥିଲେ । ଏହି ସମୟରେ ସେ ୫ଟି ପ୍ରଥମ ଶ୍ରେଣୀ ଶତକ ହାସଲ କରିଥିଲା ବେଳେ ୧୫୩ ଟି ଉଇକେଟ୍ ନେଇଥିଲେ । ରଣଜୀ ଟ୍ରଫିରେ ଭାରତର ସର୍ବାଧିକ ଉଇକେଟ୍ ହାସଲକାରୀ ତାଲିକାରେ ତାଙ୍କ ନାମ ତୃତୀୟ ସ୍ଥାନେରେ ଥିଲା ବେଳେ ପୂର୍ବାଂଚଳରେ ପ୍ରଥମ ସ୍ଥାନ ରହିଥିଲା । ଉଲ୍ଲେଖନୀୟ ଯେ, ରଞ୍ଜୀବ ବାବୁ ୧୯ ବର୍ଷରୁ କମ୍ ଭାରତୀୟ କି୍ରକେଟ୍ ଟିମ୍ର ଅଧିନାୟକ ଥିଲାବେଳେ ତାଙ୍କ ନେତୃତ୍ୱରେ ଷ୍ଟାର କି୍ରକେଟର୍ ସୌରଭ ଗାଙ୍ଗୁଲି, ଅନିଲ୍ କୁମ୍ବଲେ, ଅଜୟ ଜାଡ଼େଜା, ବିନୋଦ କାମ୍ବଲୀଙ୍କ ଭଳି ବହୁ ଅନ୍ତର୍ଜାତୀୟ ଖେଳାଳୀ ଖେଳିବାର ସୁଯୋଗ ପାଇଥିଲେ । ସେ ଅନେକ ଅନ୍ତର୍ଜାତୀୟ ଦିନିକିଆ ଓ ୮ଟି ଯୁବ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ନେତୃତ୍ୱରେ ୧୯୮୮ରେ ଇଂଲଣ୍ଡରେ ଅନୁଷ୍ଠିତ ଯୁବ ବିଶ୍ୱକପ୍ ଓ ଢାକାରେ ଅନୁଷ୍ଠିତ ଏସିଆ କପ୍ରେ ଭାରତ ବିଜୟୀ ହୋଇଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ସେ ଭାରତୀୟ କି୍ରକେଟ୍ ଟିମ୍ରେ ପ୍ରତିନିଧିତ୍ୱ କରି ନଥିଲେ ମଧ୍ୟ ଦଳର ଖରାପ ସମୟରେ ତାଙ୍କୁ ଦଳର ପରିଚାଳନା ସହ ଅନ୍ୟାନ୍ୟ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଭାରତୀୟ ଖେଳାଳୀ ଚୟନ କମିଟିର ପ୍ରମୁଖ ସଦସ୍ୟ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ୨୦୦୬ରେ ଭାରତୀୟ ଦଳର ୱେଷ୍ଟ ଇଣ୍ଡିଜ୍ ଗସ୍ତ ବେଳେ ତାଙ୍କୁ ଦଳର ପରିଚାଳକ ପଦରେ ନିଯୁକ୍ତି ଦିଆ ଯାଇଥିଲାବେଳେ ସାଉଥ ଆଫି୍ରକା ଟେଷ୍ଟ ସିରିଜ୍, ଏସିଆ କପ୍, ୨୦୧୧ ବିଶ୍ୱକପ୍ ଓ ୨୦୧୩ ଚମ୍ପିୟନ୍ସ ଟ୍ରଫିରେ ପରିଚାଳକ ଭାବେ ନିଯୁକ୍ତି ଦିଆଯାଇଥିଲା । ତାଙ୍କର ସଫଳ ପରିଚାଳନା ଯୋଗୁ ବିଶ୍ୱକପ୍ରେ ଭାରତ ସହଜ ବିଜୟ ଲାଭ କରି ପାରିଥିଲା । ୨୦୧୩ ଆଇପିଏଲ୍ର ଭବିଷ୍ୟତ ନେଇ ନାନା କଳ୍ପନା ଜଳ୍ପନା ଚାଲିଥିଲା ବେଳେ ରଞ୍ଜୀବ ବାବୁଙ୍କୁ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇ ଥିଲା ଓ ସେ ସଫଳତାର ସହ ନିଜ ଦାୟିତ୍ୱ ନିର୍ବାହ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ସେ ଓଡ଼ିଶା କି୍ରକେଟ୍ ଆସୋସିଏସନ୍ର ଅଧ୍ୟକ୍ଷ ତଥା ନ୍ୟାସନାଲ୍ କି୍ରକେଟ୍ ଏକାଡ଼େମୀର ଚେୟାରମ୍ୟାନ୍ ରହିଥିଲେ । ବାସ୍ତବରେ ରଞ୍ଜୀବ ବାବୁ ବିଶ୍ୱ କି୍ରକେଟ୍ ଜଗତରେ ଜଣେ ସଫଳ ବ୍ୟକ୍ତିତ୍ୱ । ଏକାଧାରରେ ସେ ଜଣେ ସଫଳ କି୍ରକେଟ୍ ପ୍ରଶାସକ, ସଫଳ ଅଲରାଉଣ୍ଡର, ସଫଳ ରାଜନୀତିଜ୍ଞ ଓ ସଫଳ ଖବରକାଗଜ ସଂପାଦକ ।
ରଞ୍ଜୀବ ବିଶ୍ୱାଳ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଛନ୍ତି । କେବଳ ଓଡ଼ିଶା ନୁହେଁ, ଜାତୀୟ ରାଜନୀତି କ୍ଷେତ୍ରରେ ମଧ୍ୟ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଏପରିକି ଜଣେ ପ୍ରଚଣ୍ଡ ରାଜନୀତିକ ଜ୍ଞାନର ଅଧିକାରୀ ତଥା ଅଭିଜ୍ଞ ସାଂସଦ ଭାବେ ତାଙ୍କର ରାଜନୀତିକ ଓ ସଂସଦୀୟ କାର୍ଯ୍ୟଦକ୍ଷତା ତାଙ୍କୁ ଆପେ ଜାତୀୟ ରାଜନୀତି ମଂଚରେ ଛିଡ଼ା କରି ଦେଇଛି । ୧୯୯୬ରେ ମାତ୍ର ୨୬ ବର୍ଷ ବୟସରେ ରଞ୍ଜୀବ ବାବୁ କଂଗ୍ରେସ ଟିକଟରେ ୧୧ତମ ଲୋକସଭାକୁ ଜଗତସିଂହପୁରରୁ ନିର୍ବାଚିତ ହୋଇଥିଲା ବେଳେ ୧୯୯୮ରେ ୧୨ ତମ ଲୋକସଭାକୁ ସେ ସେହି ଜଗତସିଂହପୁରରୁ କଂଗ୍ରେସ ଟିକଟରେ ନିର୍ବାଚିତ ହୋଇଥିଲେ ଓ ପୁଣି ୨୦୧୪ ଏପି୍ରଲ୍ରେ କଂଗ୍ରେସ ଟିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
ସଂସଦ ଅଧିବେଶନରେ ରଞ୍ଜୀବ ବାବୁଙ୍କର କାର୍ଯ୍ୟଶୈଳୀ, ଜାତୀୟ ସ୍ତରୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ ଭଳି ଲୋକାଭିମୁଖୀ କାର୍ଯ୍ୟ ଉଲ୍ଲେଖନୀୟ । ମୁଖ୍ୟତଃ ସଂସଦ ଅଧିବେସନରେ ପ୍ରଶ୍ନ-ଉତର, ବଜେଟ୍, ବିଧେୟକ, ଧ୍ୟାନାକର୍ଷଣ, ସ୍ଥଗନ, ଚର୍ଚ୍ଚା ଭଳି ମହତ୍ୱପୂର୍ଣ୍ଣ ଆଲୋଚନା କାର୍ଯ୍ୟକ୍ରମରେ ଭାଗନେଇ ସେ ଅଧିକାଂଶ ସମୟରେ ଦେଶ ଓ ଓଡ଼ିଶାର ମୌଳିକ ସମସ୍ୟା ସଂପର୍କରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ସଂସଦ ଅଧିବେସନରେ ସେ ପ୍ରାୟ ୩୦୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପସ୍ଥାପନ କରିଥିଲାବେଳେ ୧୫ଟି ଅତି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସକି୍ରୟ ଭାଗ ନେଇଛନ୍ତି । ସଂସଦ ଭିତରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିବାବେଳେ ଦଳମତ ନିର୍ବିଶେଷରେ ସମସ୍ତ ସାଂସଦଙ୍କ ସହିତ ତାଙ୍କର ଘନିଷ୍ଟ ସଂପର୍କ ରହିଛି । ଜଣେ ଅଭିଜ୍ଞ ସାଂସଦ ଭାବେ ନିଜ ନିର୍ବାଚନ କ୍ଷେତ୍ର ସହିତ ଓଡ଼ିଶାର ସାମଗ୍ରୀକ ବିକାଶ ଓ ବିଭିନ୍ନ ସମସ୍ୟା ସମାଧାନ କରି ଅବହେଳିତ ଓଡ଼ିଆ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାର ଲକ୍ଷ୍ୟ ରଖିଛନ୍ତି ରଞ୍ଜୀବ ବାବୁ । ସବୁଠୁ ବଡ଼ କଥା ହେଲା, ସେ ଅଧିକାଂଶ ସମୟ ସାଧାରଣ ଲୋକ ମାନଙ୍କ ସୁଖ-ଦୁଃଖରେ ଭାଗୀ ହେଉଛନ୍ତି । ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସେ ବନ୍ଧୁ ଭାବରେ ଗ୍ରହଣ କରନ୍ତି । ତାଙ୍କର ଅମାୟିକ ବ୍ୟବହାର, ବନ୍ଧୁବତ୍ସଳତା, ଆକର୍ଷଣୀୟ ଲୋକପି୍ରୟତା, ଉତ୍ସର୍ଗୀକୃତ ଜନସେବା ଓ ପରୋପକାରୀ ମନୋଭାବ ଆଦି ମାନବୀୟ ଗୁଣ ପାଇଁ ସେ ସମସ୍ତଙ୍କର ପି୍ରୟପାତ୍ର ।

Leave a Reply

Your email address will not be published. Required fields are marked *