ଓଡ଼ିଶାରୁ ବଙ୍ଗୀୟ ଅନୁପ୍ରବେଶକାରୀ ହଟିବେ କେବେ?

ଭୁବନେଶ୍ୱର,(ଆଇଏନ୍ଏସ୍): ଓଡ଼ିଶାରେ ବଂଗୀୟ ଅନୁପ୍ରବେଶକାରୀ ହଟାଅ ଅଭିଯାନ ତ୍ୱରାନିତ ହେଉନଥିବାରୁ କ୍ରମେ ସେମାନଙ୍କର କାର୍ଯ୍ୟକଳାପ ହିଂସାତ୍ମକ ରୂପ ନେବାରେ ଲାଗିଛି । ଅବିଭକ୍ତ କୋରାପୁଟ ଓ ଉପକୂଳବର୍ତ୍ତୀ ଜିିଲ୍ଲାରେ ବଂଗୀୟ ଅନୁପ୍ରବେଶକାରୀଙ୍କ ଆତଙ୍କ ଲାଗି ରହିଥିବାବେଳେ ଏବେ ମଧ୍ୟ ଅନୁପ୍ରବେଶ ଚାଲିଥିବା ସନେ୍ଦହ କରାଯାଉଛି । ଓଏନ୍ଏସ୍ ଦ୍ୱାରା ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ବଂଗୀୟ ଶରଣାର୍ଥୀ ମାନେ ଭାରତର ସ୍ଥାୟୀ ନାଗରିକ ଭାବେ ରହିବାର ଏଇ ୫୦ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ବଂଗୀୟ ଅନୁପ୍ରବେଶ କାରୀ ଓଡ଼ିଶାକୁ ଆସିଛନ୍ତି ଓ ଆସିବାରେ ଲାଗିଛନ୍ତି । ତେବେ ଓଡ଼ିଶା ସରକାରଙ୍କ ଦ୍ୱାରା ଶରଣାର୍ଥୀ ଓ ଅନୁପ୍ରବେଶ କାରୀଙ୍କୁ ପ୍ରଚୁର ସାହାଯ୍ୟ ସୁଯୋଗ ଦିଆଯିବା ଲଗାତର ଅନୁପ୍ରବେଶର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି । ଅବିଭକ୍ତ କଟକ ଜିଲ୍ଲାରେ ସମୁଦ୍ର ଉପକୂଳବର୍ତ୍ତୀ ସରକାରୀ ଜମି ଅବାଧରେ ଜବରଦଖଲ, ଚାଷ ଓ ମାଛ ଧରିବାର ସୁଯୋଗ ତଥା ଏଥିପାଇଁ ପ୍ରଚ୍ଛନ୍ନ ରାଜନୀତିକ ପ୍ରୋସôାହନ ହିଁ ଅନୁପ୍ରବେଶ କାରୀଙ୍କୁ ଓଡ଼ିଶା ମାଟି ପ୍ରତି ଆକର୍ଷିତ କରୁଛି । ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ବଂଗୀୟ ସରଣାର୍ଥୀ ମାନଙ୍କୁ ରଖାଯିବାବେଳେ ପର୍ଯ୍ୟାପ୍ତ ଜଙ୍ଗଲ ଧ୍ୱଂସ କରାଯାଇ ଜମି ପ୍ରଦାନ, ସଂବିଧାନ ନିର୍ଦ୍ଧାରିତ ହରିଜନ ଜାତି ସୁବିଧା ସୁଯୋଗ ହିଁ ଅନୁପ୍ରବେଶକାରୀ ମାନଙ୍କୁ ଆକର୍ଷିତ କରୁଛି । ସୂଚନା ଯୋଗ୍ୟ ଯେ, ଓଡ଼ିଶା ସରକାରଙ୍କ ପକ୍ଷରୁ ବଂଗୀୟମାନଙ୍କୁ ଏତେ ସୁବିଧା ଦିଆଯାଉଛି ଯେ, ପ୍ରାୟ ୮୫ ଭାଗ ବଂଗୀୟ ସଂପନ୍ନତାର ଶୀର୍ଷରେ ପହଂଚି ସାରିଛନ୍ତି । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି ସରକାରୀ ବିଭଗରେ ପ୍ରାୟ ୬୦ ଭାଗ କର୍ମଚାରୀ ବଙ୍ଗୀୟ ଥିଲାବେଳେ ୨୦ ଭାଗ ଲୋକ ପ୍ରତିନିଧି ଅଛନ୍ତି । ଏମାନଙ୍କ ଭିତରେ ପ୍ରାୟ ୪୦ ଭାଗ ଅନୁପ୍ରବେଶକାରୀ ହୋଇଥିବା ଅନୁମାନ କରାଯାଉଛି । ଲକ୍ଷ ଲକ୍ଷ ବଂଗୀୟଙ୍କ ଆତଙ୍କରାଜରେ ଆଦିବାସୀମାନେ ସର୍ବଦା ଭୟଭିତ ଅବସ୍ଥାରେ ରହୁଛନ୍ତି । ଆଦିବାସୀଙ୍କ ଉପରେ ଅତ୍ୟାଚାର, ଶୋଷଣ ଓ ଜନସ୍ୱାର୍ଥ ଲୁଟ୍ରେ ବଙ୍ଗାଳୀମାନେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି । ଏଥିଯୋଗୁଁ ରାଇଘର ଅଂଚଳରେ ବଂଗାଳୀ ଆଦିବାସୀ ମଧ୍ୟରେ ଉତ୍ତେଜନା ଲାଗି ରହୁଛି । ସଂପୃକ୍ତ ଅଞ୍ଚଳରେ ଆଂଚଳିକ ଭାବ ସୃଷ୍ଟି ପାଇଁ ବଂଗାଳିମାନେ ଉଦ୍ୟମ କରୁଛନ୍ତି । ସ୍ଥାନୀୟ ଓଡ଼ିଶା ବାସିନ୍ଦା (ଆଦୀବାସୀ) ଓ ଉପକୂଳବର୍ତ୍ତି ଅଂଚଳର ଓଡ଼ିଶା ସରକାରୀ କର୍ମଚାରୀଙ୍କ ଭିତରେ ବିବାଦ ସୃଷ୍ଟି କରାଇବାକୁ ବଂଗାଳୀମାନେ ଚେଷ୍ଟା ଚଳାଇଛନ୍ତି । ଆଦିବାସୀ ଅଂଚଳରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଆର୍ଥିକ ବିକାଶ ହୋଇ ନପାରିବାର ଏହା ମୁଖ୍ୟ କାରଣ ବୋଲି ଜଣାପଡିଛି । ଓଡ଼ିଆ ଭାଷା ସହ ଆଦୌ ପରିଚିତ ନଥିବା ବଙ୍ଗାଳୀମାନେ ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକ/ଶିକ୍ଷୟିତ୍ରୀ ଥିବାରୁ ସେଠାରେ ଓଡିଆ ଭାଷାର ଘୋର ଅବନତି ଘଟିଛି । ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ପାଇଥିବା ବଂଗାଳୀ ମାନେ ନିଜ କର୍ତ୍ତବ୍ୟ ସ୍ଥଳରେ ରହୂୁନାହାନ୍ତି କି କର୍ତ୍ତବ୍ୟ କରୁନାହାନ୍ତି । ସେହିପରି ଅନୁପ୍ରବେଶକାରୀମାନେ କେନ୍ଦ୍ରାପଡା ଅଂଚଳରେ ଜନସାଧାରଣଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଛନ୍ତି । ଏଠାରେ ଅନୁପ୍ରବେଶକାରୀ ମାନଙ୍କ ନାମ ବିପିଏଲ୍ ତାଲିକାରେ ଅନ୍ତର୍ଭୁକ୍ତ ହେବା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରୁଛି । ସେମାନଙ୍କୁ ପ୍ରଶାସନିକ ଓ ରାଜନୀତିକ ସହଯୋଗ ଦିଆଯାଉଥିବା ସାଧାରଣରେ ଅଭିଯୋଗ ହେଉଛି । ଅନ୍ୟ ଏକ ରିପୋର୍ଟରୁ ଜଣାପଡିଛି ଯେ, ଅନୁ ପ୍ରବେଶ କାରୀମାନେ ଓଡ଼ିଶାରେ ଆତଙ୍କବାଦୀ କାର୍ଯ୍ୟ କରୁଥିଲାବେଳେ ଓଡ଼ିଶାର ଗରୁତ୍ୱପୂର୍ଣ୍ଣ ତଥ୍ୟକୁ ପାକିସ୍ତାନ ଓ ବଙ୍ଗଳା ଦେଶକୁ ପଠାଉଛନ୍ତି ଓ ଆମ ରାଜ୍ୟର ନିରୀହ ହୀନ୍ଦୁଝିଅ ମାନଙ୍କୁ ବାହାରକୁ ଚାଲାଣ କରୁଛନ୍ତି ତଥା ଉକôଟ ନିଶାଦ୍ରବ୍ୟ କାରବାର କରୁଛନ୍ତି । ଆବଶ୍ୟକତା ଠାରୁ ଅଧିକ କ୍ଷମତା ଓ ଅଧିକାର ବଂଗାଳୀ ମାନଙ୍କୁ ଦିଆଯିବା ଉଚିତ୍ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏକ ବେସରକାରୀ ସର୍ଭେ ଅନୁଯାୟୀ ରାଜ୍ୟରେ ପ୍ରାୟ ୫୦ହଜାର ଅନୁପ୍ରବେଶକାରୀ ରହିଥିବାର ଜଣାପଡିଛି । ସରକାରୀ ଚାକିରୀ କ୍ଷେତ୍ରରେ ସେମାନଙ୍କ ପ୍ରବେଶ ବନ୍ଦ କରାଯିବା ସହ ସେମାନଙ୍କୁ କୌଣସି ଉଚ୍ଚପଦବୀରେ ଅବସ୍ଥାପିତ କରାଯିବା ଉଚିତ୍ ନୁହେଁ ଓ ସେମାନଙ୍କ ଠାରୁ ହରିଜନ ଜାତି ସୁବିଧା ଉଠାଇ ନିଆଯିବା ଦରକାର ବୋଲି ଦାବି ଉଠୁଛି । ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି । ଆଇଏନ୍ଏସ୍ ।

Leave a Reply

Your email address will not be published.