ବିଧି ଅଧିକାରୀଙ୍କୁ ପଦୋନ୍ନତି ଦେବାକୁ ଉଚ୍ଚ ନ୍ୟାୟାଳୟର ଆଦେଶ!

ଭୁବନେଶ୍ୱର, (ଆଇଏନ୍ଏସ୍): ସଚିବାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା ବିଧି ଅଧିକାରୀ ଓ ସହକାରୀ ବିଧି ଅଧିକାରୀମାନଙ୍କୁ ବରିଷ୍ଠତା ଭିତିରେ ପଦୋନ୍ନତି ଦେବା ପାଇଁ ଓଡିଶା ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୦୧ ମସିହାରେ ସରକାର ସଚିବାଳୟ ସେବା କ୍ୟାଡର ଆଇନରେ ସଂଶୋଧନ କରି ବିଧି ଅଧିକାରୀମାନଙ୍କୁ ସେମାନଙ୍କର ମୂଳ ପଦବୀ ଆସିଷ୍ଠାଂଟ ପଦବୀର ବରିଷ୍ଠତା ଭିତିରେ ପଦୋନ୍ନତି ଦେବାକୁ ନିଷ୍ପତି ନେଇଥିଲେ । ଏହାକୁ କେତେକ ବିଧି ଅଧିକାରୀ ହାଇକୋର୍ଟରେ ଚାଲେଂଜ କରିଥିଲେ । ଓଡିଶା ଉଚ୍ଚ ନ୍ୟାୟାଳୟ ସରକାରଙ୍କ ଏଇ ନିଷ୍ପତିକୁ ନାକଚ କରିଦେବା ସହିତ ସେମାନଙ୍କୁ ପିଛିଲା ଭାବେ ବିଧି ଅଧିକାରୀ ପଦବୀର ବରିଷ୍ଠତା ଭିତିରେ ପଦୋନ୍ନତି ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *