ସଚିବାଳୟ ସେବା ସଂଘରେ ଫାଟ!

ଭୁବନେଶ୍ୱର, (ଆଇଏନ୍ଏସ୍): ସଚିବାଳୟ ସେବା ସଂଘ ବିଭିନ୍ନ ସମୟରେ ସରକାରଙ୍କୁ ଦୃଢ ବିରୋଧ କରିଥାନ୍ତି । ଏହା ରାଜ୍ୟର ଏକ ଅଗ୍ରଣୀ ଓ ଲଢୁଆ ସଂଘ । କିନ୍ତୁ ସଂଘରେ ଏବେ ମତ ବିରୋଧ ଥିବାର ଆଲୋଚନା ହେଉଛି । ଯାହାଫଳରେ ଗତ ଚାରିବର୍ଷ ଭିତରେ ସଂଘର କୌଣସି ଦାବି ପୂରଣ ହୋଇପାରୁ ନାହିଁ । ଆଲୋଚନା ହେଉଛି ଯେ, ସଂଘର ସାଧାରଣ ସମ୍ପାଦକ ଓ ଅନ୍ୟ କର୍ମକର୍ତାଙ୍କ ମଧ୍ୟରେ ମନୋମାଳିନ୍ୟ ହେତୁ କୌଣସି ଦାବି ଠିକ ସମୟରେ ଉପସ୍ଥାପନ କରାଯାଇପାରୁ ନାହିଁ । ସୂଚନା ଯୋଗ୍ୟ ଯେ, ୟୁନିଟ-୩ ସ୍ଥିତ କେଶରୀ ଟକିଜ ପଛପଟେ ସଂଘ ଏକ ସରକାରୀ ଜମି ପାଇଛି । ଅନ୍ୟ ପକ୍ଷରେ ସଂଘ ୟୁନିଟ-୫ ରାଜୀବ ଭବନ ପଛପଟେ ଏକ ଟାଇପ-୭ ସରକାରୀ ବାସଗୃହ ଅଧିକାରରେ ରଖିଛନ୍ତି । ଏହାକୁ ଭଡା ଦିଆଯାଇ ମୋଟା ଅଙ୍କର ଭଡା ଆଦାୟ କରାଯାଉଥିବାର ଅଭିଯୋଗ ହୁଏ । ଯାହାକୁ କିଛି କର୍ମକର୍ତା ହଡପ କରୁଥବା ସମ୍ପର୍କରେ ସଚିବାଳୟ ଅଳିନ୍ଦରେ ଆଲୋଚନା ହେଉଛି । ଓଡିଶା ପ୍ରଶାସନିକ ସେବା ଅଧିକାରୀ କ୍ୟାଡର ଗତ ୨୦୧୭ ସେପ୍ଟେମ୍ବର ମାସରେ ପୁନର୍ବିନ୍ୟାସ କରାଯାଇଥିଲେ ମଧ୍ୟ ସଚିବାଳୟ ସେବା ଅଧିକାରୀଙ୍କ କ୍ୟାଡର ସଂଶୋଧନ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ । ଆଇଏନ୍ଏସ୍।

Leave a Reply

Your email address will not be published. Required fields are marked *