ଜନସ୍ୱାସ୍ଥ୍ୟ ନିର୍ଦେଶାଳୟରେ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କୁ ପଦୋନ୍ନତି

ଭୁବନେଶ୍ୱର, (ଆଇଏନ୍ଏସ୍): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ଜନ ସ୍ୱାସ୍ଥ୍ୟ ନିର୍ଦେଶାଳୟରେ କାମ କରୁଥବା ବହୁମୁଖି ସ୍ୱାସ୍ଥ୍ୟ ପରିଦର୍ଶକ(ପୁରୁଷ) ଭାବେ ୧୧୫ ଜଣ ବହୁମୁଖି ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କୁ ପଦୋନ୍ନତି ମିଳିଛି । ଜଣାଯାଇଛି ଯେ, ପୂଜା ପୁର୍ବରୁ ଜନସ୍ୱାସ୍ଥ୍ୟ ନିର୍ଦେଶାଳୟ ଆଦେଶ ସଂଖ୍ୟା ୩୬୧୪ ତା୧୨/୧୦/୧୮ ଅନୁଯାୟି ଜିଲ୍ଲାି କ୍ୟାଡରଭୁକ୍ତ ବହୁମୁଖି ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ବହୁମୁଖି ପୁରୁଷ ସ୍ୱାସ୍ଥ୍ୟ ସୁପରଭାଇଜର ଭାବେ ପଦୋନ୍ନତି ଦିଆଯାଇ ଓଡିଶାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦରେ ନିଯୁକ୍ତି ଦିଆଯାଇଛି । ସେମାନଙ୍କୁ ସେମାନଙ୍କ ନିଯୁକ୍ତି ଜାଗରେ ଆସନ୍ତା ୧୫ ଦିନ ମଧ୍ୟରେ ଯୋଗ ଦେବାକୁ କୁହା ଯାଇଛି । ଆହୁରି ମଧ୍ୟ ଜଣାଯାଇଛି ଯେ, ପରିବାର କଲ୍ୟାଣ ନିର୍ଦେଶାଳୟ ପକ୍ଷରୁ ପ୍ରାୟ ୧୬୦ ଜଣ ବହୁମୁଖି ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଏଲ.ଏଚ.ଭି. ଭାବେ ପଦୋନ୍ନତି ଦେବାକୁ ନିର୍ଦେଶାଳୟ ପକ୍ଷରୁ ପ୍ରସ୍ତୁତି ଚାଲିଛି ।

Leave a Reply

Your email address will not be published. Required fields are marked *