ପାଂଚଟି ରାଜ୍ୟ ବିଧାନସଭା ନିର୍ବାଚନ ୨୦୧୯ପାଇଁ ଟେଷ୍ଟ ପରିକ୍ଷା!

ସୁବାସ ଷଡଙ୍ଗୀ
ଏହା ମଧ୍ୟରେ ପାଂଚଟି ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ହେବାକୁ ନିର୍ବାଚନ କମିସନ ଘୋଷଣା କରିଛନ୍ତି ।୨୦୧୯ ନିର୍ବାଚନ ପାଇଁ ଏହା ଟେଷ୍ଟ ପରୀକ୍ଷା ବୋଲି କୁହାଯାଇପାରେ । ତେବେ ଏମିତି ଦେଖିବାକୁ ଗଲେ, ଏହି ନିର୍ବାଚନ କଂଗ୍ରେସ ଦଳ ପାଇଁ ସେମି ଫାଇନାଲ ବୋଲ ମନେ କରାଯାଇପାରେ । କାରଣ ୨୧ଟି ରାଜ୍ୟ ଦଖଲ କରି ବିଜେପି ଦଳ ଇତିମଧ୍ୟରେ ଫାଇନାଲରେ ପହଂଚିସାରିଛି । ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକ ହେଲା, ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ । ଏଥିମଧ୍ୟରୁ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ସରକାର ରହିଛି । ଛତିଶଗଡରେ କ୍ରମାଗତ ଭାବେ ତୃତୀୟଥର ବିଜେପି କ୍ଷମତା ଦଖଲ କରି କଂଗ୍ରେସକୁ କୋଣଠେସା କରିଦେଇଛି । ରାଜସ୍ଥାନରେ ଯିଦିଓ ବିଜେପି ସରକାର ରହିଛି କିନ୍ତୁ ଏଠାକାର ରାଜନୈତିକ ଗତିବିଧି କହେ, ଗୋଟାଏ ଥର କଂଗ୍ରେସ କ୍ଷମତାକୁ ଆସିଲେ ତହିଁ ପର ଥର ବିଜେପି ଦଳ କ୍ଷମତାକୁ ଫେରିବ । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଗତ ଥର ବିଜେପି ଦଳ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ଦାଇତ୍ୱରେ ଥିବା ବିଜୟାରାଜେ ସିନ୍ଧିଆ ଲୋକଙ୍କ ଦ୍ୱାରା ଆଦୃତ ହୋଇ ରହିନାହାନ୍ତି । ଏଣୁ ତାଙ୍କ ବିରୋଧରେ ଜନମତ ଯାଉଛି । ତେଣୁ ସେଠାରେ କଂଗ୍ରେସ ଦଳ କ୍ଷମତାକୁ ଫେରିବା କଥା କୁହଯାଉଛି । ସଚିନ ପାଇଲଟ ସେଠାରେ କଂଗ୍ରେସର ମଙ୍ଗ ଧରିଛନ୍ତି । ଏଣୁ ୨୦୧୮ ଶେଷ ଭାଗରେ ଯେଉଁ ନିର୍ବାଚନ ହେବ, ସେଥିରେ କଂଗ୍ରେସ ଦଳ କ୍ଷମତାକୁ ଫେରିବ ବୋଲି କୁହାଯାଉଛି ।
ଛତିଶଗଡ ଓ ମଧ୍ୟପ୍ରଦେଶରେ ବିଜେପି ଦଳ ଦୀର୍ଘ ବର୍ଷ ଧରି କ୍ଷମତାରେ ରହିଆସିଛି । ଶିବରାଜ ସିଂ ଚୌହ୍ୱାନ ୧୩ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଅଛନ୍ତି । ଛତିଶଗଡରେ ବିଜେପିର ମଖ୍ୟମନ୍ତ୍ୀ ୧୫ ବର୍ଷ ହେଲା ଅଛନ୍ତି । ଏଣୁ ଏଇ ଦୁଇ ରାଜ୍ୟକୁ ବିଜେପିର ଗଡ ବୋଲି କୁହାଯାଇପାରେ । କିନ୍ତୁ ଦୀର୍ଘ ବର୍ଷ ଧରି କ୍ଷମତାରେ ରହିବା ଫଳରେ ଜନମତ କିଛିଟା ସରକାର ବିରୋଧରେ ଯାଉଛି । ହୁଏତ ଲୋକଙ୍କ ମନରେ ପରିବର୍ତନ କଥା ଆସିାପରେ । ଯଦି କଂଗ୍ରେସ ଦଳ ଏହିସବୁ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଳ କରେ, ତେବେ ଜାତୀୟ ଗଠବନ୍ଧନ ପାଇଁ ବାଟ ଫିଟିବ । କାରଣ ଜାତୀୟ ମେଂଟ ପାଇଁ ଏ ପର୍ଯନ୍ତ ବହୁଜନ ସମାଜବାଦୀ ନେତ୍ରୀ ମାୟାବତୀ ରାଜି ହୋଇ ନାହାନ୍ତି । ଯଦି କଂଗ୍ରେସ ଏହିସବୁ ରାଜ୍ୟରେ କ୍ଷମତାକୁ ଫେରେ, ତେବେ ମେଂଟ ପାଇଁ ଏକ ସୂତ୍ର ବାହାରିବା ସମ୍ଭବ ହୋଇପାରିବ ।
ମିଜୋରାମରେ କଂଗେସ ସରକାର ରହିଛି । କିନ୍ତୁ ଏହା ଭିତରେ ବିଜେପି ଉତରପୂର୍ବାଂଚଳରେ ନିଜର ଶକ୍ତିବୃଦ୍ଧି କରିବାରେ ସକ୍ଷମ ହୋଇପାରିଛି । ଏହାହିଁ ମିଜୋରାମ କଂଗ୍ରେସ ପାଇର୍ ସବୁଠାରୁ ଚିନ୍ତାର କାରଣ । କଂଗେସ ଦଳ ଏଠାରେ କିପରି ଭାବରେ ନିଜର ଶକ୍ତି ବୃଦ୍ଧି କରିପାରୁଛି, ତାହା ଦେଖିବାର ଅଛି । କାରଣ ମିଜୋରାମ ସଫଳତା ଉପରେ ଉତରପୂର୍ବାଂଚଳର ଭବିଷ୍ୟତ ରାଜନୀତି ନିର୍ଭର କରେ ।
ତେଲେଙ୍ଗାଗାନାରେ ତେଲେଙ୍ଗାନା ରାଷ୍ଟିୟ ସମିତି କ୍ଷମତାରେ ରହିଛି । ନିର୍ବାଚନ ପାଇଁ ଆଗତୁରା ଆଠ ମାସ ଆଗରୁ ସରକାର ଭାଙ୍ଗିି ନିର୍ବାଚନ କରିବା ପଛରେ ନିଜର ଲୋକପ୍ରିୟତା କଥା ରହିଛି । ତେବେ ତେଲେଙ୍ଗାନ ରାଜ୍ୟ ସୃଷ୍ଟି କରିବାରେ କଂଗ୍ରେସ ଦଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏଣୁ ଏବେ ସେଠାରେ କଂଗ୍ରେସ ଦଳ ବିରୋଧୀ ଦଳ ଭୂମିକାରେ ରହିଛି । ଯଦି ଏଥରକ ସେଠାରେ କ୍ଷମତାକୁ ଫେରେ, ତେବେ ଦଳ ନିଜକୁ ମଜବୁତ କରିପାରିବ ।
ମୋଟାମୋଟିଭାବେ କହିବାକୁ ଗଲେ ତିନୋଟି ହିନ୍ଦି ବଳୟ ରାଜ୍ୟରେ ଯଦି କଂଗ୍ରେସ ଦଳ କ୍ଷମତାକୁ ଫେରେ ତେବେ ଏହାର ପତିଆରା ବୃଦ୍ଧି ପାଇବ । ନରେନ୍ଦ୍ର ମୋଦିଙ୍କୁ ମୁକାବିଲା କରିବାରେ ଦଳ ସକ୍ଷମ ହୋଇପାରିବ ବୋଲି ଲୋକଙ୍କର ବିଶ୍ୱାସ ହେବ । ଏବେ ମୋଦି ସରକାର ବିରୋଧରେ ଲୋକମତ ରହିଛି । ତୈଳ ଦର ବୃଦ୍ଧି ସାଙ୍ଗକୁ ଡଲାରର ମୁଲ୍ୟ ବୃଦ୍ଧି ନେଇ ଲୋକଙ୍କ ମନରେ କ୍ଷୋଭ ରହିଛି । ତାହା ଯଦି ଭୋଟରେ ପ୍ରତିଫଳିତ ହୁଏ, ତେବେ ୨୦୧୯ ନିର୍ବାଚନ ଏକ ଭିନ୍ନ ରୂପ ନେବ । ନହେଲେ ନାଇଁ । ବିଜେପି କୁ ରୋକିବା କଷ୍ଟକର ହୋଇପଡିବ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୭୦୦୮୪୫୬୧୬୦

Leave a Reply

Your email address will not be published.